ମାଡୁଆ ଏସ୍ ଆଇ ବାସୁଦେବ ପଣ୍ଡାକୁ ଘଣ୍ଟ ଘୋଡାଉଚି କି କନ୍ଧମାଳ ପ୍ରଶାସନ କୁଇ ସମାଜର ତିବ୍ର ବିରୋଧ ।

ଖଜୁରୀପଡା,୧୫l୬(ଷ୍ଟାର ନିୟୁଜ ଓଡ଼ିଶା) : କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ ଶାନ୍ତ ସରଳ ଜିଲ୍ଲା ଏଠାରେ କିଛି ବେପାରୁଆ ମନୋଭାବ ନେଇ କାର୍ଯ୍ୟ କରୁଥିବା ପୋଲିସ ବିଭାଗ ଅଧିକାରୀ ପାଇଁ ଅଞ୍ଚଳରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଯାହା ଫଳରେ ଏଠି ଆଦିବାସୀ ମାନଙ୍କ ମଧ୍ୟରେ ପ୍ରବଳ ବିରୋଧ ଦେଖିବାକୁ ମିଳିଛି ଆଗାମୀ ଦିନରେ କ'ଣ ହେବ ତାହା ଏଥିପାଇଁ ଜିଲ୍ଲା ପ୍ରଶାସନ ହିଁ ଦାୟୀ ରହିବେ ବୋଲି କହିଛି କୁଇ ସମାଜ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀ ମେଣ୍ଡି ପଞ୍ଚାୟତ ପ୍ରେମଝରୀ ଗ୍ରାମରେ ୩ ତାରିଖ ଦିନ ବାହାଘର ଚାଲିଥିବା ବେଳେ କୈାଣସି କାରଣରୁ ଗୋଣ୍ଡଗୋଳ ହୋଇଥିଲା ଏଥିପାଇଁ ଖଜୁରୀପଡା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହାକୁ ବିଚାର କରିବାକୁ ସଂନ୍ଧ୍ୟା ୮ ଘଣ୍ଟିକା ସମୟରେ ସୂଚନା ଦିଆଯାଇଥିଲା କିନ୍ତୁ ବାହାଘରର ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁଁ ରାତ୍ରି ୧୧ ସମୟରେ ଲୋକମାନେ ଥାନାକୁ ଯାଇଥିଲେ । ସେହି ସମୟରେ ଦେଖୁ ଦେଖୁ ଏସ୍ ଆଇ ବାସୁଦେବ ପଣ୍ଡା କାହିଁକି ତମେ ଏତେ ବିଳମ୍ୱରେ ଆସିଲ ଆଉ ତମର କେତେ କିଲୋମିଟର କ'ଣ ତମେ ଜଣେ ଜଣେ ଗଭର୍ଣ୍ଣର କି ବୋଲି ଗାଳି କରିବା ସହିତ ଆଇଆରବି ବାଟାଲିୟନ ଫୋର୍ସ ଡାକି ବିଭିନ୍ନ ଭାଷାରେ ଗାଳିଗୁଲଜ କରିବା ସହ କଥା କଥାକୁ ମାଡ ମରାଯାଇଥିଲା ସମସ୍ତ ମହିଳା ଓ ପୁରୁଷ ମାନଙ୍କୁ । ଏହାର ପ୍ରତିବାଦରେ କୁଇ ସମାଜ ସେବା ସମିତି ଖଜୁରୀପଡା ବ୍ଲକ ପକ୍ଷରୁ ଖଜୁରୀପଡା ଥାନା ଅଧିକାରୀ ଙ୍କୁ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରଥମ ଦଫା ଥିଲା ସେହିଦିନ ରାତିରେ କାର୍ଯ୍ୟରତ ଥିବା ଏସ୍ ଆଇ ବାସୁଦେବ ପଣ୍ଡା ଓ ଆଇ ଆରବି ବାଟାଲିୟନ ଫୋର୍ସ ମାନଙ୍କୁ ନିଲମ୍ବିତ ସହିତ ଗିରଫ କରାଯାଉ । ଦିତୀୟ ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଏସ୍ ଟି ଏସ୍ ସି ଧାରାରେ ଦଣ୍ଡିତ କରାଯାଉ । ତୃତୀୟ ରେ ଏହି କାର୍ଯ୍ୟ ଯଥାଶୀଘ୍ର ପଦକ୍ଷେପ ନିଆ ଯାଉ ନଚେତ୍ କୁଇ ସମାଜ ଏଥିପାଇଁ ରାଜରାସ୍ତାକୁ ଆନ୍ଦୋଳନ ଓହ୍ଲାଇବ ବୋଲି ଉଲ୍ଲେଖ କରାଯାଇଥିଲା ।ଏହାର ନକଲ ଜିଲ୍ଲା ଆରକ୍ଷୀ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା । କିନ୍ତୁ ଦୁର୍ନୀତି ଓ ମାଡୁଆ ଏସ୍ ଆଇ ବାସୁଦେବ ପଣ୍ଡା ଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ବିତ କରି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତାଙ୍କୁ କୋଉ ଆଳରେ ଘଣ୍ଟ ଘୋଟାଇ କେବଳ ଖଜୁରୀପଡାରୁ ଅନ୍ୟ ସ୍ଥାନକୁ ବଦଳି କରିଦେଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ କୁଇ ସମାଜ ଶୁକ୍ରବାର ଦିନ ପୁଣି ଏହି ବିଷୟରେ ଏକ ଆଲୋଚନା ବୈଠକ କରି ଏହାର ତିବ୍ର ବିରୋଧ କରିଚି ଏହି ମାଡୁଆ ଏସ୍ ଆଇ କୁ ଯଥା ଶୀଘ୍ର ନିଲମ୍ବିତ ନ କରାଯାଏ ତେବେ ହଜାର ହଜାର ଆଦିବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ଏବଂ ଏଥିରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ହିଁ ଦାୟୀ ରହିବେ ବୋଲି କହିଛି କୁଇ ସମାଜ ।
What's Your Reaction?






