ବାରବାକୁଳି ରଜ ମହୋତ୍ସବରେ ବିଧାୟକଙ୍କ ଯୋଗଦାନ ।

Jun 15, 2025 - 22:25
0 138

ଝରିଗାଁ,୧୫l୬ (ଷ୍ଟାର ନିୟୁଜ ଓଡିଶା ): ବର୍ତମାନ ସାରା ରାଜ୍ୟରେ ରଜପର୍ବ ବେସ ହର୍ଷ ଉଲ୍ଲାସର ସହ ପାଳିତ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଉପାନ୍ତ ଗ୍ରାମ ଗୁଡିକରେ ମଧ୍ୟ ରଜପର୍ବ ବେସ ଧୂମଧାମରେ ପାଳିତ ହେଉଥିବା ଦେଖିବାକୁ ମିଲିଛି |ପ୍ରତି ଗ୍ରାମରେ ଗ୍ରାମର ମହିଳା ଓ ଯୁବତୀ ମାନେ ଘର କାମରୁ ନିବୃତ ରହି ସଜବାଜ ହୋଇ ଦୋଳି ଖେଳିବା ସହିତ ବାଜାର ତାଳେ ତାଳେ ଝୁମୁଥିବା ଦେଖିବାକୁ ମିଲିଛି |ସାଉଣ୍ଡ ବକ୍ସ, ଡିଜେ ଓ ବ୍ୟାଣ୍ଡବାଜାର ଶବ୍ଦରେ ଉଠୁଛି ପଡୁଛି ଗାଁ ଠୁ ସହର |ସଧବା ବୋହୁ ଓ କୁଆଁରୀ କନ୍ୟା ମାନେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ସହ ରଜପାନର ମଜା ଉଠାଉ ଥିବା ଦେଖିବାକୁ ମିଳୁଛି |ଏହି ପରିପ୍ରେକ୍ଷୀରେ ଝରିଗାଁ ବ୍ଲକ ଫୁଫୁଗାଁ ପଂଚାୟତର ବାରବାକୁଳି ଗ୍ରାମରେ ଆୟୋଜିତ ରଜ ମହୋତ୍ସବରେ ବିଧାୟକ ନରସିଂହ ଭତରା ଯୋଗ ଦେଇ ଗ୍ରାମର ମହିଳା ଓ କୁଆଁରୀ କନ୍ୟା ମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଲିଛି |ଗାଁ ମହିଳା ଓ ଯୁବତୀ ମାନେ ବିଧାୟକଙ୍କୁ ବନ୍ଦାପନା କରି ପାଛୋଟି ନେଇ ମଞ୍ଚରେ ବସେଇ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ ଜଣେଇଛନ୍ତି |ଏହି ଅବସରରେ ଫୁଫୁଗାଁ ପଂଚାୟତ ସଭାପତି ରାମକୃଷ୍ଣ ସାନ୍ତାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ମଞ୍ଚାସିନ ରହିଥିବା ବେଳେ ସମ୍ମାନିତ ଅତିଥିଭାବେ ଚଚା ମଣ୍ଡଳ ସଭାପତି ମହେଶ୍ୱର ତିୱାରୀ, ଚଚା ମଣ୍ଡଳ ସାଧାରଣ ସମ୍ପାଦକ ତଥା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ବ୍ଲକ ସଭାପତି ପ୍ରତାପ ଦୁରିଆ, ଜିଲ୍ଲା ସମ୍ପାଦକ ବୁଲୁ ଷଡ଼ଙ୍ଗୀ, ଝରିଗାଁ ମଣ୍ଡଳ ସଭାପତି ସୁକାଳୁ ଗଣ୍ଡ, ଝରିଗାଁ ପୂର୍ବତନ ମଣ୍ଡଳ ସଭାପତି ଗଣପତି ସାହୁ, ବରିଷ୍ଠ ବିଜେପି ନେତା ପଞ୍ଚାନନ ବାବୁଲି, ଫୁଫୁଗାଁ ପୂର୍ବତନ ସରପଞ୍ଚ ତ୍ରିନାଥ ସାନ୍ତା, ବାର ବାକୁଳି ପୂଜାରୀ ଶ୍ରୀପତି ସାନ୍ତା ପ୍ରମୁଖ ମଞ୍ଚାସିନ ରହିଥିଲେ |ମଞ୍ଚାସିନ ଅତିଥିଗଣ ନିଜ ନିଜ ଅବିଭାଷଣରେ ରଜ ପର୍ବ ଓ ତାର ମହତ୍ୱ ଉପରେ ନିଜ ନିଜ ମନ୍ତବ୍ୟ ରଖିଥିବା ବେଳେ ମାନ୍ୟବର ବିଧାୟକ ପୂର୍ବ ଓଡିଶାର ପର୍ବ ପର୍ବାଣୀ ଭଳି ଆମ ଆଞ୍ଚଳିକ ପର୍ବ ପର୍ବାଣୀ ଗୁଡିକ ମଧ୍ୟ ବେସ ଧୂମଧାମରେ ପାଳନ କରି ଆଞ୍ଚଳିକ ପର୍ବ ପର୍ବାଣୀ ଗୁଡିକୁ ବଂଚେଇ ରଖିବାକୁ ପରାମର୍ଶ ଦେଇଥିଲେ |ବବିତା , ଅମିତା, ମିତା, ରଜ , ସଂଗୀତା, ସରସ୍ବତୀ ,ନନ୍ଦେନୀ, ଅର୍ଚ୍ଚିତା, ପ୍ରତିମା, ଜୟନ୍ତୀ, ସୁରିକା,ଗୀତା, ବାରନ୍ତି, ଲଳିତା, ଅଞ୍ଜନା, ସୁରିକା ଓ ଗ୍ରାମର ଅନ୍ୟାନ୍ୟ କୁଆଁରୀ ଝୀଅମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପର୍ବକୁ ବେସ ଧୁମଧାମରେ ପାଳନ କରୁଥିବା ଦେଖିବାକୁ ମିଲିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User