ମାଲଗାଁ ଆଞ୍ଚଳିକ ଯାଦବ ସମିତି ସାଧାରଣ ବୈଠକ ଅନୁଷ୍ଠିତ

Dec 07, 2025 - 07:02
0 26
ମାଲଗାଁ ଆଞ୍ଚଳିକ ଯାଦବ ସମିତି ସାଧାରଣ ବୈଠକ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା  ତା. ୬/୧୨ ( ଷ୍ଟାର ନିୟୁଜ ଓଡିଶା )ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ     କୁଲିଆମାଲ ସ୍ଥିତ ଯାଦବ ଭବନ ଠାରେ ମାଲଗାଁ ଆଞ୍ଚଳିକ ଯାଦବ ସମିତି ସଭାପତି ସୁରେଶ ଚନ୍ଦନ ଙ୍କ ସଭାପତିତ୍ବରେ ଏକ ଚିନ୍ତନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସନ୍ନ କୁମାର ଗଉଡ ସମ୍ପାଦକ ସମସ୍ତଙ୍କୁ ସ୍ଵାଗତ ଜଣେଇ ବୈଠକ କରିବାର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ। ବୈଠକରେ ରଥୁରାମ ବାଗ, ସମ୍ପାଦକ ସଦର ବ୍ଲକ ଯାଦବ ମହାସଭା, ମଳୟ ଗଉଡ କୋଷାଧ୍ୟକ୍ଷ, ସଦର ବ୍ଲକ ଯାଦବ ମହାସଭା,କୀର୍ତ୍ତି ଚନ୍ଦ୍ର ଗଉଡ ସହ ସମ୍ପାଦକ କଳାହାଣ୍ଡି ଜିଲ୍ଲା  ଯାଦବ ମହାସଭା, କିଆବନ୍ ଛତ୍ରିଆ ଉପସଭାପତି, ପୁରୁଷୋତ୍ତମ ନାଗ, ଶ୍ରୀମୁଖ ଗଉଡ, ଗୋବିନ୍ଦ ଗଉଡ, କୁଶଧର ନାଗ, ନାରାୟଣ ବାଗ, ଭାଗବତ ଗଉଡ, ମଳୟ ଗଉଡ, ହରି ଗଉଡ ପ୍ରମୁଖ ଉପସ୍ଥିତ ରହି ଯାଦବ ସମାଜର ବିକାଶ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ,ଦାଦନ ସମସ୍ୟା,ଯୁବକଙ୍କ  ସଂଗଠିତ ହୋଇ ନିଜ ଅଧିକାର ପାଇବା,ନିଶା ମୁକ୍ତ ସମାଜ ଗଠନ, ବାଲ୍ୟ ବିବାହ ନ କରିବା, ସାମାଜିକ କାର୍ଯ୍ୟରେ ମଦ୍ୟପାନ ନ କରିବା ତଥା ରାଜନୀତି ଅଧିକାର ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏଥିରେ ୨୫ଟି ଗ୍ରାମ ସଭାପତି କାର୍ଯ୍ୟକର୍ତ୍ତା, ଜାତି ପ୍ରେମୀ ଯାଦବ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User