ମା ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ।

Dec 09, 2025 - 21:24
0 225
ମା ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ।

ଝରିଗାଁ,୯l୧୨ (ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅଧୀନରେ ଥିବା ରାଜସ୍ବ ଗ୍ରାମ ବରାଗୁଡା ଠାରେ ମା ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଦଶହରା ବେସ ଧୂମଧାମରେ ପାଲିତ ହୋଇଯାଇଛି |ଚଳିତ ବର୍ଷ ଝରିଗାଁ ବ୍ଲକର ପ୍ରଥମ ମଣ୍ଡେଇ ହୋଇଥିବାରୁ ଏହି ମଣ୍ଡେଇରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା |ଉଠା ଦୋକାନୀଙ୍କ ଭିଡ଼ ସାଙ୍ଗକୁ ଜନାରଣ୍ୟ ଦେଖିବାକୁ ମିଳିଥିଲା |ମା ଠାକୁରାଣୀଙ୍କ ପୂଜକ ଶୁକଦାସ ପୂଜାରୀ, ଅନ୍ତ ପୂଜାରୀ ଓ ଜୟଦେବ ପୂଜାରୀ ମାଙ୍କ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ତୁଲେଇଥିବା ବେଳେ ବରାଗୁଡା ମା ଠାକୁରାଣୀ ମଣ୍ଡେଇ କମିଟି ସଦସ୍ୟ ମାନଙ୍କ ମଧ୍ୟରେ ସଭାପତି ପଦ୍ମନ ମାଝୀ, ଉପ ସଭାପତି ଯୁଗସାୟ ଭତରା, ସେକ୍ରେଟେରୀ ଯୁଗେଶ୍ୱର ଭତରା, ଲମ୍ବୋଦର ପୂଜାରୀ, ସମାରୁ ମାଝୀ, ଟଙ୍କଧର ଗଣ୍ଡ, ଅର୍ଜୁନ ଭତରା ଓ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ମଣ୍ଡେଇର ସୁପରିଚାଳନା କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷାକରି ମଣ୍ଡେଇକୁ ସରସ ସୁନ୍ଦର କରିଥିଲେ |ଜନସାଧାରଣଙ୍କ ମନରଞ୍ଜନ ନିମନ୍ତେ କୋରାପୁଟ ଓ ମାଲକାନଗିରିର ଦୁଇଟା ଦେଶିଆ ନାଟକ ସାଙ୍ଗକୁ ଗୋଟିଏ ଘୁମୁରାର ମଧ୍ୟ ଆୟୋଜନ କରାଯାଇଥିଲା |ମାଙ୍କ ମଣ୍ଡେଇ ଉତ୍ସବରେ ସାମିଲ ହେବା ପାଇଁ ଫୁଫୁଗାଁ, କାନାକୋଟ,ନିରୁଣ୍ଡି, ରତାଖଣ୍ଡିଗୁଡା, ପରସଲା, ଷଣ୍ଡସା, ଦେଉଳକୋନା ଆଦି ଗ୍ରାମାଞ୍ଚଳର ଦେବଦେବୀ ନିଜ ନିଜ ପ୍ରତୀକ ଲାଠି, ପାଲିଙ୍କି, ଆଙ୍ଗା, ଶିରା, ଦିଶାରୀ, ପୂଜାରୀ ଓ ରଇତ ମାନଙ୍କୁ ସାଙ୍ଗରେ ଧରି ଉପସ୍ଥିତ ହୋଇଥିଲେ |ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଠାକୁରାଣୀଙ୍କ ମଣ୍ଡେଇ ବେସ ଧୁମଧାମରେ ପାଳିତ ହୋଇଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User