ମୁଖ୍ୟମନ୍ତ୍ରୀଙ୍କ ଭି ଡି ଓ ଭର୍ଚୁଆଲ ମାଧ୍ୟମରେ ସାଇବର କ୍ରାଇମ ପ୍ରତିକାର ଓ ସଚେତନ କାର୍ଯ୍ୟକ୍ରମ ଉଦ୍ଘାଟନ।
ଝରିଗାଁ,୧୮l୧୦(ଷ୍ଟାର ନିୟୁଜ ଓଡିଶା): ରାଜ୍ୟରେ ସାଇବର ଅପରାଧର ପ୍ରତିକାର ଏବଂ ନିୟନ୍ତ୍ରଣ ପାଇଁ ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭି ଡି ଓ ଭର୍ଚୁଆଲ ମାଧ୍ୟମରେ ସାଇବର ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଝରିଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବରଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ସରକାରୀ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ସାମ୍ପ୍ରାତିକ ପରିସ୍ଥିତିରେ ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସରକାର ଏହାକୁ ଗୁରୁତର ସହ ଗ୍ରହଣ କରି ତୃଣମୂଳ ସ୍ତରରେ ଲୋକେ କିପରି ସାଇବର ଆକ୍ରମଣରୁ ସୁରକ୍ଷିତ ରହିବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ସାଇବର କ୍ରାଇମ୍ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ,ଫଲ୍ସ ମେସେଜ,କମ୍ପାନୀ ନାରେ ଆସୁଥିବା ଇ ମେଲ୍ ମେସେଜ ଇଣ୍ଟରନେଟ ଓ ସାଇବର ସ୍ପେସ ହେକ୍ କରିବା ଆଦିର ଅପବ୍ୟବହାର କରି ଡିଜିଟାଲ କ୍ରାଇମ୍ କରୁଥିବା ଅପରାଧୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସଚେତନ କରାଇବା ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ଲକ୍ଷ୍ୟ ରହିଛି। ଏହି କାର୍ଯ୍ୟକ୍ରମ ମାସେ ପର୍ଯ୍ୟନ୍ତ ଚାଲିବା ନିର୍ଦ୍ଧାରିତ ହୋଇଛି। ଆସନ୍ତା ଦିନରେ ଆଶାକର୍ମୀ, ଏ ଏନ୍ ଏମ କଲେଜ୍ ଛାତ୍ରଛାତ୍ରୀଙ୍କୁ ଏହି ପ୍ରସଙ୍ଗରେ ସଚେତନ କରିବା ଲକ୍ଷ ଧାର୍ଯ୍ୟ ହୋଇଥିବା ଆଇ ଆଇ ସି ଶ୍ରୀ ଶବର ଆଜିର କାର୍ଯ୍ୟକ୍ରମକୁ ନେଇ ସୂଚନା ଦେଇଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)