ମୁଣ୍ଡାଗୁଡ଼ା ଗାଁ କମିଟି ପକ୍ଷରୁ ଚାରା ରୋପଣ |।

Jul 25, 2025 - 19:24
0 108
ମୁଣ୍ଡାଗୁଡ଼ା ଗାଁ କମିଟି ପକ୍ଷରୁ ଚାରା ରୋପଣ |।

ଝରିଗାଁ,୨୫l୭ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବିଭିନ୍ନ ଗ୍ରାମର ଜନସାଧାରଣ ଖାଲି ପଡ଼ିଥିବା ପଡିଆ ଜମି ମାନଙ୍କରେ ଆଜିକାଲି ନୀଳଗିରି ଚାରା ସବୁ ରୋପଣ କରୁଥିବା ବେଳେ ତେଲନଦୀଗାଁ ପଂଚାୟତର ମୁଣ୍ଡାଗୁଡ଼ା ଗ୍ରାମର ଗ୍ରାମବାସୀ ଚାକୁଣ୍ଡା, ଚମ୍ପା, ଆମ୍ବ, ପଣସ ଭଳି ବିଭିନ୍ନ ଫଳ ଓ ଫୁଲ ଗଛ ଚାରା ଲଗେଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି |ଉକ୍ତ ଗ୍ରାମର ମା ଠାକୁରାଣୀ ମୁଣ୍ଡାଗୁଡ଼ା କମିଟି ପକ୍ଷରୁ ଆଜି ଗାଁ ମୁଣ୍ଡରେ ଥିବା ମସାଣି ପଦା ନିକଟସ୍ଥ ପଡିଆ ଜମିରେ ପାଖାପାଖି 500ରୁ ଉର୍ଦ୍ଧ ଚାରା ଲଗେଇଥିବା ସୂଚନା ମିଳିଛି |କମିଟିର ସଦସ୍ୟମାନେ ଘର ଘର ବୁଲି ଆଧାର ସଂଗ୍ରହ କରିବା ପରେ ଝରିଗାଁ ବନ ବିଭାଗ ସହ ଯୋଗାଯୋଗ କରିଥିଲେ ଓ ଫରେଷ୍ଟର ଙ୍କୁ ଅନୁରୋଧ କରି ନର୍ସରୀ ରୁ 500ଚାରା ଧରି ଗାଁକୁ ଫେରିଥିଲେ |ପରେ ସମସ୍ତେ ଗ୍ରାମବାସୀ କୋଦଳା, ଫାଉଡ଼ା ଆଦି ସାଙ୍ଗରେ ଧରି ମସାଣି ନିକଟରେ ଥିବା ଖାଲି ପଡିଥିବା ପଡିଆ ପହଂଚି ଗାତ ଖୋଲି ଚାରା ସବୁ ରୋପଣ କରିଥିଲେ |ଗଛ ସବୁ ବଡ଼ ହେଲେ ଗ୍ରାମବାସୀଙ୍କୁ ଫଳଫୁଲ ମିଳିବା ସହିତ ଖରା ଦିନରେ ଶୀତଳ ଛାଇ ଓ ବିଶୁଦ୍ଧ ପବନ ମିଳିବ ବୋଲି କମିଟିର ସଭାପତି ପୂର୍ଣ୍ଣ ସାନ୍ତା ନିଜ ପ୍ରତିକ୍ରିୟାରେ କହିଛନ୍ତି |କମିଟିର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ କମାଲୋଚନ ସାନ୍ତା, ତ୍ରିନାଥ ସାନ୍ତା ତୀର୍ଥ ସାନ୍ତା ପୂର୍ଣ୍ଣଚନ୍ଦ୍ର ସାନ୍ତା, ଭୁଜବଳ ସାନ୍ତା, କର୍ଣ୍ଣ ସାନ୍ତା, ବେଣୁ ସାନ୍ତା, ସନୁ ସାନ୍ତା, ଭୁବେନ ସାନ୍ତା, ଅକ୍ଷୟ ସାନ୍ତା, ବେଦମତ ସାନ୍ତା, ଅଭି ସାନ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User