ମୋବାଇଲ ଆସିବା ପରେ ଗ୍ରୀଟିଙ୍ଗ (Greeting) କାର୍ଡର ଯୁଗ ଶେଷ।

Jan 1, 2026 - 07:04
 0  44
ମୋବାଇଲ ଆସିବା ପରେ ଗ୍ରୀଟିଙ୍ଗ (Greeting) କାର୍ଡର ଯୁଗ ଶେଷ।

ଝରିଗାଁ,୦୧l୦୧(ଷ୍ଟାର ନିୟୁଜ ଓଡିଶା ):ଦିନଥିଲା ନୂତନ ବର୍ଷ ଆସିବାର ୧୫ ଦିନ ପୂର୍ବରୁ ସାଙ୍ଗସାଥି, ପରିବାର ଓ ଗୁରୁଜନ ମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ଗ୍ରୀଟିଙ୍ଗ(Greeting) କାର୍ଡ ଏକ ପ୍ରମୁଖ ମାଧ୍ୟମ ଥିଲା।ଛୋଟ ରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରୀଟିଙ୍ଗ(Greeting) କାର୍ଡର ଆବଶ୍ୟକତା ପଡୁଥିଲା।ବର୍ତ୍ତମାନ ଆଧୁନିକ ଯୁଗରେ ମୋବାଇଲ ଆସିବା ପରେ ଗ୍ରୀଟିଙ୍ଗ(Greeting) କାର୍ଡର ଯୁଗ ଏକ ପ୍ରକାର ଶେଷ ହୋଇ ଯାଇଛି।ଆଉ ଆଗ ଭଳି ଗ୍ରୀଟିଙ୍ଗ(Greeting) କାର୍ଡର ଚାହିଦା ନଥିବା ସହ ଲୋକ ପ୍ରାୟ ଭୁଲି ଯାଇଛନ୍ତି।ମୋବାଇଲର ବହୁଳ ମାତ୍ରାରେ ବ୍ୟବହାର ପୂର୍ବରୁ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବ୍ୟବସାୟୀ ମାନେ ଏକ ସ୍ୱତନ୍ତ୍ର ଷ୍ଟଲ ତିଆରି କରି ଭଳିକି ଭଳି ଗ୍ରୀଟିଙ୍ଗ(Greeting) କାର୍ଡର ବ୍ୟବସାୟ କରୁଥିଲେ।ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ବ୍ୟବସାୟୀ ମାନେ ଲୋକଙ୍କ ଚାହିଦା ଅନୁଯାୟୀ ଓ କିଣି ପାରୁଥିବା ସୁନ୍ଦର ସୁନ୍ଦର ଗ୍ରୀଟିଙ୍ଗ(Greeting) କାର୍ଡ ଆଣି ବ୍ୟବସାୟ କରିବା ସହ ଭଲ ଦୁଇ ପଇସା ରୋଜଗାର କରୁଥିଲେ।ବିଶେଷ କରି ଗ୍ରୀଟିଙ୍ଗ ଷ୍ଟଲରେ ଛାତ୍ରଛାତ୍ରୀ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଥିଲା।କିନ୍ତୁ ବର୍ତ୍ତମାନ ଆଉ ଗ୍ରୀଟିଙ୍ଗର ଚାହିଦା ନଥିବା ବେଳେ ସ୍ୱତନ୍ତ୍ର ଷ୍ଟଲ ମଧ୍ୟ ଖଲା ଯାଉନାହିଁ।ସେହିପରି ବ୍ୟବସାୟୀ ମାନଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି।ବର୍ତ୍ତମାନ ଲୋକ ମାନେ ମୋବାଇଲରେ ମେସେଜ ମାଧ୍ୟମରେ ନୁତନ ବର୍ଷର ଶୁଭେଚ୍ଛା ଜଣାଉଛନ୍ତି।ସେହିପରି କିଛି ଲୋକ ପୋଷ୍ଟ କାର୍ଡ ମାଧ୍ୟମରେ ନୂତନ ବର୍ଷର ଶୁଭେଚ୍ଛା ଜଣାଉଥିଲେ।ତାହା ମଧ୍ୟ ଏବେ ଲୋପ ହୋଇ ଯାଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR