ଯାତାୟତରେ ଯନ୍ତ୍ରଣା ଦେଉଛି କାଦୁଅ ପାଣି ପଚପଚ ମାଟି ରାସ୍ତା।

Jun 22, 2025 - 09:52
0 101
ଯାତାୟତରେ ଯନ୍ତ୍ରଣା ଦେଉଛି କାଦୁଅ ପାଣି ପଚପଚ ମାଟି ରାସ୍ତା।

ଝରିଗାଁ,୨୨l୬(ଷ୍ଟାର ନିୟୁଜ ଓଡିଶା):  ଅଦିନିଆ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ । ପ୍ରାୟ ଏକ କିମି ରୁ ଉର୍ଦ୍ଧ ହେବ ରାସ୍ତା ସାରା ଛୋଟ ବଡ ଖାଲ। ସେଥିରେ ଜମା ହୋଇ ରହୁଛି ବର୍ଷା ପାଣି। କାଦୁଅ ମାଟି ରାସ୍ତା। ପାଦରେ ଚାଲୁ ଚାଲୁ ଗୋଡ଼ ଖସୁଛି। ଯାନବାହାନ ଓ ଆମ୍ବୁଲାନ୍ସ ଯାତାୟାତ ରେ ସମସ୍ୟା ଦେଖା ଯାଉଛି। ସାଇକେଲ ମୋଟର ସାଇକେଲ ଅଟୋ ଆଦି ରାତ୍ରୀରେ ଯାତାୟାତ କରୁଥିବା ବେଳେ ଖସି ପଡ଼ୁଥିବା ବେଳେ ଗୁରୁତର ରୋଗୀ ଗର୍ଭବତୀ ମହିଳା,ସ୍କୁଲ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାରେ ଅସୁବିଧା ହେଉଥିବା ଗ୍ରାମବାସୀ କହୁଛନ୍ତି। ବର୍ଷା ଋତୁ ଜାରି ରହିଥିବା ବେଳେ ପାଞ୍ଚ ଖଣ୍ଡ ଗାଁ ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ରାସ୍ତାର ଦୁର୍ଗତି ଲାଗି ଲୋକଙ୍କ ଗମନାଗମନରେ ସମସ୍ୟା ହେଉଛି। ଏପରି ଚିତ୍ର ଦେଖିବାକୁ ମିଳୁଛି ଝରିଗାଁ ବ୍ଲକ ଚିତା ବେଡା ପଞ୍ଚାୟତ ର ସଣ୍ଡଶା ଗ୍ରାମରେ। ୮ ନଂ ୱାର୍ଡ ଏବଂ ୯ ନଂ ୱାର୍ଡ ବାସିନ୍ଦା ଙ୍କ ଦୈନଦିନ ଯିବା ଆସିବା ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡ଼ୁଛି। ବନ୍ଧ ସାହି ଠାରୁ ଆରମ୍ଭ କରି ପ୍ରାୟ ଏକ କିମି ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଯାତାୟତରେ ଯମଯନ୍ତ୍ରଣା ଭୋଗୁଥିବା କହିଛନ୍ତି ଗ୍ରାମବାସୀ। ଏହି ରାସ୍ତା ଦେଇ ହାଟପଦା କୁ ଆସିବାକୁ ପଡୁଛି ଏବଂ ଏହି ରାସ୍ତା ଦେଇ ଭେଲୁଆ ଗୁଡ଼ା, ଡେବେରା ଗୁଡ଼ା,ପିପଲ୍ ଗୁଡ଼ା,ଜାମ ଢ଼ଡା,ପୁଜାରିଗୁଡ଼ା ଗ୍ରାମର ଲୋକେ ନିର୍ଭର କରୁଛନ୍ତି। ୮ ନଂ ଏବଂ ୯ ନଂ ୱାର୍ଡ ବାସିନ୍ଦା ଙ୍କ ଯାତାୟାତ ଏହି ରାସ୍ତାରେ କରିବାକୁ ପଡ଼ୁଛି। ତେଣୁ ତୁରନ୍ତ ରାସ୍ତା ମରାମତି କରିବାକୁ ଏବଂ ଆଗାମୀ ଦିନରେ ଏହି ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ମଧ୍ୟରେ ଯୁକ୍ ସାଏ ଭତରା,ଇନ୍ଦ୍ର ଭତରା,ପୂର୍ଣ୍ଣ ଭତରା, ନୈରୁ ମାଝୀ,ସନ୍ୟାସୀ ଭତରା,ଗଙ୍ଗାଧର ମାଝୀ, ଦୁରୁ ସାଏ ଭତରା,ନୀଳାମ୍ବର ମାଝୀ,ପର୍ଶୁରାମ ଭତରା,ରୁକଧର ମାଝୀ,ଲାଇବାନ ଭତରା,ରାମ ଭତରା,ପ୍ରମୁଖ ଦାବି କରିଛନ୍ତି। କାଦୁଆ ମାଟି ରାସ୍ତା ସ୍ଥାନରେ ମେଟାଲ ମୁରୁମ୍ ପକାଇ ମରାମତି କରିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରୁଛନ୍ତି। ଦୀର୍ଘ ଦିନରୁ ଏହି ରାସ୍ତା ପକ୍କା ରାସ୍ତା କରିବାକୁ ଦାବି କରି ଆସୁଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ପକ୍କା ରାସ୍ତା ନିର୍ମାଣ କରିବା କଷ୍ଟସାଧ୍ୟ। ତେଣୁ ମେଟାଲ ମୂରୁମ୍ ପକାଇ ମରାମତି କଲେ ବର୍ଷା ଦିନ ଯାତାୟାତ ସୁଗମ ହେବ ବୋଲି ମରାମତି କରିବାକୁ ଦାବି କରୁଛନ୍ତି ଗ୍ରାମବାସୀ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User