ରାଇଘରରେ ପାସ ହାର 92.72ପ୍ରତିଶତ ଥିବାବେଳେ ବ୍ଲକ ଟପ୍ପର ରାହୁଲ ହରିଜନ |

May 3, 2025 - 17:37
 0  398
ରାଇଘରରେ ପାସ ହାର 92.72ପ୍ରତିଶତ ଥିବାବେଳେ ବ୍ଲକ ଟପ୍ପର ରାହୁଲ ହରିଜନ |

ରାଇଘର,୩l୫ (ଷ୍ଟାର ନିୟୁଜ ଓଡିଶା ): ଗତକାଲି ରାଜ୍ୟରେ ମାଟ୍ରିକ ରିଜଲ୍ଟ ବାହାରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି |ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର 33ଗୋଟି ବିଦ୍ୟାଳୟର ସର୍ବମୋଟ 2650ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ କରିଥିବା ବେଳେ 2549ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ |ସେଥିମଧ୍ୟରୁ 2457ଜଣ ଛାତ୍ରଛାତ୍ରୀ ପାସ କରିଥିବା ସୂଚନା ମିଳିଛି |ପରିଚିପାରା ଗ୍ରାମର ସ୍ୱର୍ଗବାସୀ କୀର୍ତନ ହରିଜନ ଓ ବିଧବା ଦିଲାବାଇ ହରିଜନଙ୍କ ସୁପୁତ୍ର ରାହୁଲ ହରିଜନ 529ମାର୍କ ରଖି A2 ଗ୍ରେଡ଼ରେ ପାସ କରି ବ୍ଲକ ଟପ୍ପର ହୋଇ ରାଇଘର ବ୍ଲକ ପାଇଁ ଗୌରବ ଆଣିଦେଇଛନ୍ତି |ସେ ରାଇମୋହନ ଦାସ ଆଶ୍ରମ ବିଦ୍ୟାଳୟ ସରଗୁଳି ରେ ପାଠ ପଢୁଥିଲେ |ରାହୁଲଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଆସିଛି |ରାହୁଲଙ୍କ ଏହି ସଫଳତାର ଶ୍ରେୟ ସେ ନିଜ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଅବିଭାବକ ମାନଙ୍କୁ ଦେଇଛନ୍ତି |ପ୍ରକାଶ ଥାଉ କି ଚଳିତ ବର୍ଷ 2549ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ |ତନ୍ମଧ୍ୟରେ ଏ2ଗ୍ରେଡ଼ରେ 19ଜଣ,ବି1ଗ୍ରେଡ଼ରେ 236ଜଣ, ବି2 ଗ୍ରେଡ଼ରେ 846ଜଣ, ସି ଗ୍ରେଡ଼ରେ 987ଜଣ, ଡି ଗ୍ରେଡ଼ରେ 297ଜଣ, ଇ ଗ୍ରେଡ଼ରେ 66ଜଣ ଏବଂ ଏଫ ଗ୍ରେଡ଼ରେ 98ଜଣ ପାସ କରିଥିବା ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି |ବ୍ଲକର 33ଗୋଟି ବିଦ୍ୟାଳୟ ମଧ୍ୟରୁ କାଉଡୋଳା ପଞ୍ଚାୟତ ହାଇସ୍କୁଲ, ଛେଳିଡ଼ଙ୍ଗରି ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଯୋଡିଙ୍ଗା ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟର ପାସ ହାର 100ପ୍ରତିଶତ ଥିବା ଜଣାପଡିଛି |ବ୍ଲକର ପାସ ହାର 92.72 ପ୍ରତିଶତ ରହିଥିବା ସୂଚନା ମିଳିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow