ରାଷ୍ଟ୍ରପତି ପୁରସ୍କୃତ ଷ୍ଟ୍ରେବେରୀ ଚାଷୀକୁ ଭୁଲିଗଲା ପ୍ରଶାସନ ଯୋଗାଇ ଦେଉନାହିଁ ଚାରା ଋଣ ବୋଝରେ ସ୍ୱୟଂ ସହାୟକ ଗୋଷ୍ଠୀର ଆଦିମ ଜନଜାତି ମହିଳା l

May 13, 2025 - 08:36
0 49
ରାଷ୍ଟ୍ରପତି ପୁରସ୍କୃତ ଷ୍ଟ୍ରେବେରୀ ଚାଷୀକୁ ଭୁଲିଗଲା ପ୍ରଶାସନ ଯୋଗାଇ ଦେଉନାହିଁ ଚାରା ଋଣ ବୋଝରେ ସ୍ୱୟଂ ସହାୟକ ଗୋଷ୍ଠୀର ଆଦିମ ଜନଜାତି ମହିଳା l

ଲାଞ୍ଜିଗଡ଼,୧୩l୫(ଷ୍ଟାରନିଉଜ ଓଡିଶା): ଦିନ ଥିଲା ଓଡ଼ିଶା ପାଇଁ ଷ୍ଟ୍ରେବେରୀ ଥିଲା ଏକ ଦୁଲ୍ଲଭ ବିଦେଶୀ ଫଳ। ଏହାକୁ ସମ୍ଭବ କରି ଦେଖାଇ ଥିଲେ ଲାଞ୍ଜିଗଡ ଆଦିମ ଜନଜାତି ମହିଳାମାନେ। କିନ୍ତୁ ଷ୍ଟ୍ରେବେରୀ ଚାଷ କରି ସାରା ରାଜ୍ୟରେ ଚର୍ଚ୍ଚିତ ରାଷ୍ଟ୍ରପତି ପୁରସ୍କୃତ ଲାଭ କରିଥିବା ବାରବୁଲି ଗାଁ l ବର୍ତମାନ ଷ୍ଟ୍ରେବେରୀ ଚାଷୀକୁ ସମ୍ପୂର୍ଣ୍ଣ ଭୁଲିଯାଇଛି ପ୍ରଶାସନ ଯୋଗାଇ ଦେଉନାହିଁ ଷ୍ଟ୍ରେବେରୀ ଚାରା। ଏବେ ଋଣ ବୋଝରେ ସ୍ୱୟଂ ସହାୟକ ଗୋଷ୍ଠୀର ଆଦିମ ଜନଜାତି ମହିଳାମାନେ। ଓଡ଼ିଶା ଭଳି ଉଷ୍ମ ଜଳବାୟୁରେ ଏହାକୁ ଚାଷ କରିବା କଳ୍ପନା ବାହାରେ ଥିଲା କିନ୍ତୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଆଗ୍ରହ କ୍ରମେ ୨୦୨୩ ମସିହାରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ବାରା ଷ୍ଟ୍ରେବେରୀ ଚାଷ କରାଯିବାର ପ୍ରଚେଷ୍ଟା ଲାଞ୍ଜିଗଡରେ ସଫଳ ହୋଇ ପାରିଥିଲା। ଜିଲ୍ଲାରେ ପ୍ରଥମ ଥର ପାଇଁ ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟର ଚାଷୀଙ୍କ ଦ୍ବାରା ଏହି ଉଦ୍ୟମ ଆରମ୍ଭ କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଦ୍ୟାନ କୃଷି ବିଭାଗ ବୈଷୟିକ ସହଯୋଗ କରିଥିବା ବେଳେ ଓ ବିକ୍ରିବଟା ପାଇଁ ମିଶନ ଶକ୍ତି ବିଭାଗ ତରଫରୁ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଦଳକୁ ଦାଇତ୍ଵ ଦିଆଯାଇଥିଲା। ଫଳରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଛତ୍ରପୁର ପଞ୍ଚାୟତ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ବାରବୁଲି ଗାଁରେ ବାସ କରୁଥିବା କୁଟିଆ କନ୍ଧ ସମ୍ପ୍ରଦାୟର ଚାଷୀ ଓ ମା' ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବେ ଷ୍ଟ୍ରେବେରୀ ଚାଷ କରି ସଫଳତା ହାସଲ କରିବା ସହିତ ସାରା ରାଜ୍ୟରେ ଉଦାହରଣ ପାଲଟିଥିଲା। ୫ ଏକର ଜମିରେ ଏହି ଚାଷ କରିବା ପାଇଁ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମର ପ୍ରକଳ୍ପ ନିର୍ଦ୍ଦେଶକ ୨୮ ଲକ୍ଷ ୫୮ ହଜାର ୦୩୨ ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା।ସେହିପରି ଷ୍ଟ୍ରେବେରୀ ଚାଷ ପାଇଁ ଉଦ୍ଧିଷ୍ଟ ଜମିକୁ ଜଳ ଯୋଗାଣ ପାଇଁ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ବାରା ସୌରଚାଳିତ ପମ୍ପ ଯୋଗାଇ ଦିଆଯାଇଥିଲା। ମିଶନଶକ୍ତି ବିକାଶ ଦ୍ବାରା ମା'ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏଥିପାଇଁ ଚୟନ କରାଯିବା ପରେ ସମୁଦାୟ ୨୮ ଲକ୍ଷ ୫୮ ହଜାର ୦୩୨ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇ ଏକ ଲକ୍ଷ ଷ୍ଟ୍ରେବେରୀ ଚାରାରୋପଣ କରାଯାଇଥିଲା।ଏଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୁଟିଆ କନ୍ଧ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଓ କୃଷି ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମୀ ଉଦ୍ୟାନ କୃଷି ବିଭାଗର ମିଳିତ ତତ୍ତ୍ୱାବଧାନରେ ହିମାଚଳ ପ୍ରଦେଶରୁ ଷ୍ଟ୍ରେବେରୀ ଚାରା ଅଣାଯାଇ ଜାନୁଆରୀ ୧୦ ତାରିଖରେ ରୋପଣ କରାଗଲା। ଏହାର ପ୍ରଥମ ପାଚିଲା ଫଳ ୨୦୨୩ ଫେବ୍ରୁଆରୀ ୨୮ ତାରିଖରେ ବଜାରରେ ଉପଲବ୍ଧ ହେବା ପରେ ପ୍ରଥମ ପାଚିଲା ଫଳକୁ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ଗ୍ରାମବାସୀ ଦ୍ବାରା ପ୍ରଦାନ କରାଯାଇଥିଲା। ଚାଷର ସଫଳତା ଦେଖି ଏହାର ସଠିକ ବଜାରୀକରଣ କରିବାକୁ ଜିଲ୍ଲାପାଳ ବାରବୁଲିରେ ଉତ୍ପାଦିତ ଷ୍ଟ୍ରେବେରୀକୁ କଳାହାଣ୍ଡି ଫୁଡ଼ ଏଣ୍ଡ କ୍ରାଫ୍ଟ ଦ୍ବାରା ବଜାରୀକରଣ କରିବା ପାଇଁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓର ମାସ ଓ ମିଶନଶକ୍ତି ବିଭାଗକୁ ଦାଇତ୍ଵ ଦେଇଛନ୍ତି। ଏହି ଚାଷର ସଠିକ ଉଦାହରଣ ହେଲେ ବାରବୁଲି ଗ୍ରାମର ଚାଷୀ ଓ ମା' ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଆଶା ରଖି ଷ୍ଟ୍ରେବେରୀ ବିକ୍ରି ଦ୍ବାରା ପ୍ରାୟ ୨୫ ଲକ୍ଷ ଓ ଚାରା ବିକ୍ରୀ ଦ୍ବାରା ୫ ଲକ୍ଷରୁ ଅଧିକ ଟଙ୍କା ଉପାର୍ଜନ କରିବାର ସମ୍ଭାବନା ରହି ଚାଷୀ ମଧ୍ୟ କିଛି ଲାଭବାନ ହେଉଥିଲେ। ସତରେ କଳାହାଣ୍ଡି ଜିଲ୍ଲା ପ୍ରମାଣ କରି ଦେଇଥିଲା ଏହି ମାଟିରେ ଷ୍ଟ୍ରେବେରୀ ଭଳି ମୂଲ୍ୟବାନ ଫସଲ ଉତ୍ପାଦନ ସହିତ ଏହାକୁ ରୋଜଗାରର ମାଧ୍ୟମ ଭାବେ ପରିଣତ କରାଯାଇ ପାରେ ବୋଲି। ଏହି ଷ୍ଟ୍ରେବେରୀ ଚାଷ ଦେଖିବା ପାଇଁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ଗାଁକୁ ଆସି ଗାଁ ବିକାଶର ବିଭିନ୍ନ ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ଯାଏଁ ରାସ୍ତା ଓ ପୋଲ ନିର୍ମାଣ ହୋଇପାରିନି। ଏହା ପରେ ୨୦୨୩ ମସିହା ଜୁନ ମାସରେ କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ଆଦିମ ଜନଜାତି ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତି ଦ୍ରୁପତି ମୂର୍ମୁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଷ୍ଟ୍ରେବେରୀ ଚାଷ କରି ଚର୍ଚ୍ଚାରେ ଥିବା ବାରବୁଲି ଗାଁର କର୍ଣ୍ଣ ମାଝୀଙ୍କୁ ନିଜେ ଉପହାର ପ୍ରଦାନ କରିଥିଲେ। ଏହା ପରେ ବିକାଶର ଆଶା ଦେଖାଉଥିବା ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ଧୀରେଧୀରେ ବାରବୁଲି ଗାଁକୁ ଭୂଲି ଗଲେ। ବର୍ତ୍ତମାନ ଚାଷ କରିବା ପାଇଁ ଇଛାଶକ୍ତି ରହିଥିଲେ ମଧ୍ୟ ଚାରା ଆଣିବା ସେମାନଙ୍କ ପାଇଁ ସମ୍ଭବ ହେଉନଥିବା ବେଳେ ପ୍ରଶାସନ ପକ୍ଷରୁ ଯୋଗାଇ ଦେଉନାହାନ୍ତି ଚାରା।ଏବେ ଋଣ ବୋଝ ଆମ ଉପରେ ରହିଛି ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ଆଦିମ ଜନଜାତି ମହିଳାମାନେ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିଉଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User