ସାମ୍ୱାଦିକଙ୍କ ଭାଈ ପହଲଗାମ୍‌ରେ ଫୁଲବାଣୀର ଯବାନ।

May 12, 2025 - 13:06
0 200
ସାମ୍ୱାଦିକଙ୍କ ଭାଈ ପହଲଗାମ୍‌ରେ ଫୁଲବାଣୀର ଯବାନ।

ଫୁଲବାଣୀ,୧୨|୫:  ଜମ୍ମୁକାଶ୍ମୀରର ପହଲଗାମ୍ ଠାରେ ଗତ ମାସ ୨୨ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ମୃତ୍ୟୁ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହେବା ପରେ ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଛି ସାମରିକ ମୁକାବିଲା । ଦେଶର ବହୁ ଯବାନ ଏଥିରେ ସାମିଲ ହୋଇଛନ୍ତି। ଜାମ୍ମୁ କାଶ୍ମୀରରେ ମୁତୟନ ଥିବା କନ୍ଧମାଳ ଜିଲ୍ଲାର ଅନେକ ଯବାନ ମଧ୍ୟ ଏହି ସାମରିକ କାର୍ଯ୍ୟକଳାପରେ ସାମିଲ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଫୁଲବାଣୀ ବ୍ଳକ ବଇଡା ଗ୍ରାମର ସାମ୍ୱାଦିକ ଗୋଲକ ବିହାରୀ କହଁରଙ୍କ ଭାଈ କୁଞ୍ଜ ବିହାରୀ କହଁର ପହଲଗାମ୍‌ରେ ସିଆରପିଏଫ ଯବାନ ଭାବେ କାର୍ଯ୍ୟରତ ଅଛନ୍ତି । ପ୍ରାୟ ଏକ ବର୍ଷ ହେବ ସେଠାରେ ନିୟୋଜିତ ଥିବା ପରିବାର ଲୋକ କହିଛନ୍ତି। ଆଗରୁ ସବୁଦିନ ଫୋନରେ କଥା ବାର୍ତ୍ତା ହେଉଥିବା ବେଳ ଏବେ ଅତି ବେଶୀରେ ଦିନକୁ ୨ ମିନିଟ ମାତ୍ର କଥା ହେଉଥିବା କହିଛନ୍ତି ସ୍ତ୍ରୀ କୁମୁଦିନୀ । ସେପଟରୁ କଥା ହେବା ପାଇଁ ସୁଯୋଗ ଦିଆଯାଉନାହିଁ କିମ୍ବ? ଏପଟୁ ଫୋନ କଲେ ଉତ୍ତର ମିଳୁ ନାହିଁ । କେତେବେଳେ କେମିତି ଫୋନ ଆସୁଛି। ଗତ ଶୁକ୍ରବାର ରାତିରେ ତାଙ୍କ କ୍ୟାମ୍ପ ଉପରେ ପାକିସ୍ତାନ ହମଲା କରିଥିବା ସୂଚନା ମିଳିଛି। ସୌଭାଗ୍ୟ ବଶତଃ ତାଙ୍କର କିଛି ହୋଇନାହିଁ ବୋଲି କହିଛନ୍ତି କୁମୁଦିନୀ। ଝିଅ ନ‌ବମରେ ଏବଂ ପୁଅ ପ୍ରଥମ ଶ୍ରେଣୀରେ ପଢ଼ୁଛି। ସେମାନେ ସବୁବେଳେ ବାପାଙ୍କ କଥା ପଚାରୁଛନ୍ତି।ବାପାଙ୍କ ସ୍ଥିତି ନେଇ ଚିନ୍ତାରେ ଅଛନ୍ତି ପିଲାମାନେ। ଘରେ ରୋଷେଇ ହେଉଥିଲେ ବି କେହି ଠିକରେ ଖାଇ ପାରୁ ନାହାନ୍ତି । ଶୀଘ୍ର ଯୁଦ୍ଧ ବନ୍ଦ ହେଉ ଏବଂ ସେ ଭଲରେ ଘରକୁ ଫେରି ଆସନ୍ତୁ ବୋଲି ଭଗବାନଙ୍କ ପାଖରେ କାମନା କରୁଛନ୍ତି ପରିବାର।

What's Your Reaction?

Like Like 1
Dislike Dislike 1
Love Love 0
Funny Funny 0
Wow Wow 1
Sad Sad 0
Angry Angry 1

Comments (0)

User