ନିଖିଳ ଉତ୍କଳ ବାରିକ ସମିତି,କଳାହାଣ୍ଡି ପକ୍ଷରୁ ଶ୍ରୀ ଶ୍ରୀ ନୃସିଂନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଅନୁଷ୍ଟିତ ।

May 12, 2025 - 09:55
0 77
ନିଖିଳ ଉତ୍କଳ ବାରିକ ସମିତି,କଳାହାଣ୍ଡି ପକ୍ଷରୁ ଶ୍ରୀ ଶ୍ରୀ ନୃସିଂନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଅନୁଷ୍ଟିତ ।

କଳାହାଣ୍ଡି,୧୨l୫(ଷ୍ଟାରନିଉଜ ଓଡିଶା):ରିଖରେ ମାଁ ମାଣିକେଶ୍ବରୀ ସେଲୁନ ସଂଘ, ଭବାନୀପାଟଣା ପକ୍ଷରୁ ଶ୍ରୀ ଶ୍ରୀ ନୃସିଂନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ l ଏହି ଅବସରରେ ଭବାନୀପାଟଣା ପୁରୁଣା ପଡା ମନ୍ଦିର ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ପ୍ରାତଃ ୭ ଘଣ୍ଟା କଳସ ଶୋଭା ଯାତ୍ରା (ବାଲୁଙ୍କେଶ୍ବର ମନ୍ଦିର ରୁ ଭବାନୀଶଙ୍କର ମନ୍ଦିର) ପର୍ଯ୍ୟନ୍ତ ହୋଇଥିଲା ଏବଂ ବିଶ୍ଵ ଶାନ୍ତି ପାଇଁ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା l ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ଭବାନୀପାଟଣା ସହର ପରିକ୍ରମା କରିଥିଲେ l ପରେ ପରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା, ହୋମଯଜ୍ଞ କରାଯାଇ ଥିଲା l କର୍ତ୍ତା କର୍ତ୍ତ୍ରୀ ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ କମ୍ବୁପାଣି ପରିଛା ଓ ତାଙ୍କ ସହଧର୍ମିଁଣୀ ବିଜୟଲକ୍ଷ୍ମୀ ବେହେରା କାର୍ଯ୍ୟନିର୍ବାହ କରିଥିଲେ l ଏ ସମସ୍ତ କାର୍ଯ୍ୟରେ ପୁରୁଣାପଡ଼ା ଅଞ୍ଚଳ, ଭବାନୀପାଟଣା ସଦର ଅଞ୍ଚଳ, ଓ ମାଁ ମାଣିକେଶ୍ଵରୀ ସେଲୁନ୍ ସଂଘର ମିଳିତ ଉଦ୍ୟମରେ ସମସ୍ତ କାର୍ଯ୍ୟ ସୁରୁଖୁରରେ ସମ୍ପନ୍ନ ହୋଇଅଛି l ଏହି ପବିତ୍ର ଜନ୍ମୋତ୍ସବ ରେ ଜିଲ୍ଲା ସଭାପତି ଲମ୍ବୋଦର ବେହେରା, ବଟକୃଷ୍ଣ ଡାକୁଆ, ଭଗବାନ ବିଶୋଇ, କ୍ଷିରସିନ୍ଧୁ ବାରିକ, ଯୋଗେନ୍ଦ୍ର ବାରିକ, ନରେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ବାରିକ, ଅଜୟ କୁମାର ଡାକୁଆ, ବାଙ୍କ ବିହାରି ବାରିକ, ପ୍ରମୋଦ ବେହେରା ଏବଂ ସେଲୁନ୍ ସଙ୍ଘ ସଭାପତି ବସନ୍ତ କୁମାର ବାରିକ, ଅରୁଣ କୁମାର ବାରିକ ହେମନ୍ତ କୁମାର ବାରିକ, ଲଡୁକେଶ୍ୱର୍ ଡାକୁଆ, ଭବାନୀ ଶଙ୍କର ପରିଛା, ଫାଲଗୁନୀ ବେହେରା, ସୁରେନ୍ଦ୍ର ଡାକୁଆ, ଶରତ ଡାକୁଆ ପ୍ରମୁଖ ସହଯୋଗ କରିଥିଲେ l ସମସ୍ତ ଜାତିପ୍ରେମୀ ମାନେ କୁଳଇଷ୍ଟ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କୁ ଦର୍ଶନ କରି ଶାନ୍ତି ଅନୁଭବ କରିଥିଲେ l ପୂଜା ଓ ହୋମ ପୂଜା ଆୟୋଜନ ହେବା ସହିତ ପ୍ରସାଦ ସେବନ ର ଆୟୋଜନ ମଧ୍ୟ ହୋଇଥିଲା l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User