କୁଟେନ ପଦର ଗ୍ରାମରେ ବିକାଶ ବାଟବଣା।

May 12, 2025 - 09:53
0 64
କୁଟେନ ପଦର ଗ୍ରାମରେ ବିକାଶ ବାଟବଣା।

କଳାହାଣ୍ଡି,୧୨l୫ (ଷ୍ଟାରନିଉଜ ଓଡିଶା): ସ୍ୱାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ଯ ଗାଁକୁ ନାହିଁ ଗମନା ଗମନ ପାଇଁ ରାସ୍ତାର ସୁବିଧାରୀତିମତ ବିକାଶର ଡିଣ୍ଡିମ ପିଟୁଛନ୍ତି । ଆଦିବାସୀଙ୍କ ବିକାଶର ନାରା ଦିଆଯାଉଛି । କିନ୍ତୁ ଆଜି ମଧ୍ୟ ଆଦିବାସୀ ଜୀବନ ଜିବୀକା ପାଇଁ ପାଦ ଚଲା ରାସ୍ତାରେ କିଲୋମିଟର ରାସ୍ତା ପାର ହେଉଛି ଆଦିବାସୀ ପିଲା ପାଠ ପଢିବାକୁ ଯାଇ ଫେରିଲା ବେଳେ ଭରା ନଈ କୂଳରେ ପାଣି କମିବା ପର୍ଯ୍ଯନ୍ତ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଏବେ ବି ଗର୍ଭବତୀ ଏବଂ ସଙ୍କଟାପନ୍ନ ରୋଗୀଙ୍କୁ ଖଟିଆରେ ବୁହା ହୋଇ ନିଆଯାଉଛି । ଏ କେଉଁ ଦୁର୍ଗମ ବ୍ଲକର ଘଟଣା ନୁହେଁ । ଖୋଦ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳି ଅଧିନସ୍ଥ ତଥା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଶଗଡା ପଂଚାୟତର ଦୂର୍ଗମ ଗାଁ କୁଟେନ ପଦରର ଚିତ୍ର । ୨୪ ବର୍ଷରେ ଥିବା ବି.ଜେ.ଡି ସରକାର ଏହିଗାଁ ପ୍ରତି ଦୃଷ୍ଟି ଦେଇନଥିବା ବେଳେ ବର୍ତମାନ ମୋହନ ମାଝୀ ଭଳି ଜଣେ ଆଦିବାସୀ ନେତାଙ୍କ ନେତୃତ୍ୱାଧୀନ ସରକାର ଏହି ଗାଁର ବିକାଶ କରିବେ ବୋଲି ଆଦିବାସୀ ଆଶା ବାନ୍ଧି ବସିଛନ୍ତି । ଏହି ଦୁର୍ଗମ ଗାଁ କୁଟେନପଦର ପାଇଁ ନାହିଁ ରାସ୍ତା । ପାଦ ଚଲା ରାସ୍ତାରେ ପାରି ହେଇଥାନ୍ତି ଗାଁ ଲୋକ । ସେହିଭଳି ନିକଟରେ ଥିବା ନଦୀରେ ପୋଲ ବ୍ୟବସ୍ଥା ନାହିଁ । ବିଦ୍ୟାଳୟ ଥିବା ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ନାହିଁ । ସ୍ଵାସ୍ଥ୍ୟ ସେବା ସାତ ସପନ । ରାସ୍ତା ଅଭାବ ଯୋଗୁଁ ଗାଁରେ ପହଂଚି ପାରେନାହିଁ ଆମ୍ବୁଲାନ୍ସ । ଖଟିଆରେ ବୁହା ହେଇ ଡାଲଗୁମା ପର୍ଯ୍ୟନ୍ତ ନିଆଯାଇଥାଏ । ତେଣୁ ଏହି ଗାଁ ପାଇଁ ରାସ୍ତା ଏବଂ ନଦୀରେ ପୋଲ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User