ରାସ୍ତା ନଥିବାରୁ ଜାଇ ପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ବିଲ ମଝିରେ ପ୍ରସବ କଲେ ମହିଳା ।

Jun 26, 2025 - 07:09
0 91
ରାସ୍ତା ନଥିବାରୁ ଜାଇ ପାରିଲାନି ଆମ୍ବୁଲାନ୍ସ,  ଅଧା ବାଟରେ  ବିଲ ମଝିରେ ପ୍ରସବ କଲେ ମହିଳା ।

ଫିରିଙ୍ଗିଆ, ୨୫l୬ (ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଥମିବାରେ ନା ଧରୁନି ଜନନୀ ଯନ୍ତ୍ରଣା କେଉଁଠି ଗର୍ଭବତୀ ଙ୍କୁ ଦୋଳରେ ବୁହା ହେଉଚି ତ କେଉଁଠି ଖଟିଆରେ କିଲୋମିଟର କିଲୋମିଟର ଦୁର ବୋହି ଆମ୍ବୁଲାନ୍ସ କୁ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି l ରାସ୍ତା ନଥିବାରୁ ଫିରିଙ୍ଗିଆ ବ୍ଲକ ର ଅଧିକାଂଶ ଉପାନ୍ତ ଅଞ୍ଚଳ ହେଉ କି ଗ୍ରାମାଞ୍ଚଳ ମାନଙ୍କରେ ଗର୍ଭବତୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଭଳିଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଥିବା ବେଳେ ଏଥି ପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନଥିବାରୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଗର୍ଭବତୀ, ଅସହାୟ ସମେତ ଜନସାଧାରଣ l

 

ଏଭଳି ପୁଣି ଏକ ଜନନୀ ଯନ୍ତ୍ରଣା ସହ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ପାଣ୍ଡୁ ପଦର ଗାଁରେ ସ୍କୁଲ ସାହି ଏହି ଗାଁ ରେ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ବି ନଥିବାରୁ ଲୋକେ ଯାତାୟତ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଇଛନ୍ତି l ଆଜି ଏହି ପାଣ୍ଡୁପଦର ଗାଁର ତପୋବନ ମଲିକ ଙ୍କ ସ୍ତ୍ରୀ ତପସ୍ୱିନୀ କହଁର ୨୬ ବର୍ଷ ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଫିରିଙ୍ଗିଆ ମେଡିକାଲ କୁ ଯିବାପାଇଁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ କିନ୍ତୁ ରାସ୍ତା ନଥିବାରୁ ଏବଂ କାଦୁଅ ପଚ ପଚ ହୋଇଥିବାରୁ ଆମ୍ବୁଲାନ୍ସ ପାଣ୍ଡୁ ପଦର ଗାଁ କୁ ଯାଇପାରିନଥିବା ବେଳେ ପ୍ରାୟ ୪ କିଲୋମିଟର ଦୂରରେ ଅଟକି ଯାଇଥିଲା ତେବେ ଆମ୍ବୁଲାନ୍ସ ଯିବାରେ ବିଳମ୍ବ ହେବା ସହ ରାସ୍ତା ନଥିବାରୁ ପରିବାର ଏବଂ ଗାଁ ଲୋକେ ଏକ ଅଟୋ କୁ ଡାକି ଅଟୋ ରେ ବସାଇ କାଦୁଅ ରାସ୍ତା ରେ ଠେଲି ଠେଲି ୪ କିଲୋମିଟର ଦୁର ନେବା ବାଟରେ ଗର୍ଭବତୀ ମହିଳା ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ l ନିଜେ ଆଶା ଦିଦି ପୁଷ୍ପା ମଲିକ ନିଜେ ପିଲାକୁ ଧରି କିଛି ବାଟ ଚାଲି ଚାଲି ଆସି ଥିଲେ ଆଉ ଡେଲି ଭରି ମା କୁ ଅଟୋ ରେ ବିଲ ମଝିରେ ଠେଲି ଠେଲି ଆଣୁଥିଲେ ବହୁ କଷ୍ଟରେ ଗ୍ରାମବାସୀ ଙ୍କ ସାହସଯୋଗ ରେ ଆମ୍ବୁଲାନ୍ସ ପାଖକୁ ନେଇଥିଲେ ଓ ଅସହାୟ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପ୍ରସୂତି ମହିଳା ଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି l ତେବେ ଫିରିଙ୍ଗିଆ ବ୍ଲକ ରେ ଏଭଳି ଜନନୀ ଯନ୍ତ୍ରଣା ଲାଗି ରହିଥିବା ବେଳେ ପାଣ୍ଡୁ ପଦର ଅଞ୍ଚଳ ବାସୀ ଦୀର୍ଘ ବର୍ଷ ହେବ ରାସ୍ତା ପାଇଁ ଦାବୀ କରିଥିଲେ ମଧ୍ୟ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇ ପାରିନଥିବାରୁ ଏଭଳି ଅବସ୍ଥା ହୋଇଥିବା ଗ୍ରାମବାସୀ କହିଛନ୍ତି l ଅନ୍ୟପଟେ ଡାକ୍ତର ସୁମନ୍ତ କୁମାର ମାଝୀ ଙ୍କୁ ପଚାରିବାରୁ ମା ଓ ଶିଶୁ ର ସୁସ୍ଥ୍ୟବସ୍ଥା ଭଲ ଥିବା ସୂଚନା ଦେଇଛନ୍ତି l

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User