ସରକାରୀ ଜମିରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ନେଇ ସର୍ବଦଳୀୟ ଜରୁରୀ ବୈଠକ ଅନୁଷ୍ଠିତ।

Jun 26, 2025 - 05:22
 0  184
ସରକାରୀ ଜମିରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ନେଇ ସର୍ବଦଳୀୟ ଜରୁରୀ ବୈଠକ ଅନୁଷ୍ଠିତ।

ଝରିଗାଁ,୨୬l୬ (ଷ୍ଟାର ନିୟୁଜ ଓଡିଶା):  ନୂଆଁ ସରକାର ଡବଲ ଇଞ୍ଜିନ ସରକାରଙ୍କ ସରକାରୀ ଜମିରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ସରକାରୀ ଜାଗାରେ ଛଅ ସାତ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ରହି ଆସୁଥିବା ସାଧାରଣ ଜନତା ନିଜର ଜୀବନ ଜୀବିକା ବିପନ୍ନ ହେବା ଆଶାରେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଭୟଭିତ ଓ କ୍ଷୁବ୍ଧ ହୋଇଥିବା ବେଳେ ଏହାର ପ୍ରତିକାର ନେଇ ବ୍ଲକ ସମ୍ମିଳନୀ କକ୍ଷରେ ସମସ୍ତ ଗ୍ରାମବାସୀ , ବୁଦ୍ଧିଜୀବୀ,ବ୍ୟବସାୟୀ ରାଜନୈତିକ ନେତୃବୃନ୍ଦଙ୍କୁ ନେଇ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ୨୪ ବର୍ଷ ଶାସନରେ ସରକାର ଭୁ ବନ୍ଦୋବସ୍ତ ବ୍ୟବସ୍ଥା କରିନଥିବା ବେଳେ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ଏହି ଭୁ ବନ୍ଦୋବସ୍ତ ବ୍ୟବସ୍ଥାକୁ ସାକାର କରିବାକୁ ଯାଇ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି। ଝରିଗାଁ ବ୍ଲକରେ ଆଜିକୁ ୬୦/ ୭୦ ବର୍ଷ ତଳେ ହାତ ଗଣତି କିଛି ପରିବାରର ପଟ୍ଟା ଜମିରେ ଘର ଡିହ ରହିଥିବା ବେଳେ କିଛି ପରିବାର ସଦର ସ୍ଥିତ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ସରକାରୀ ଜାଗାରେ ରହିବାକୁ ଘର ଏବଂ ଦୋକାନ ଗୃହ କରି ଜୀବନ ଜୀବିକା ନିର୍ବାହ କରି ଆସୁଥିବା ବେଳେ ସମୟ କ୍ରମେ ଜନସଂଖ୍ୟା ବୃଦ୍ଧି ବେରୋଜଗାର ସମସ୍ୟା ବୃଦ୍ଧି ଯୋଗୁଁ ବଞ୍ଚିବାକୁ ଛୋଟ ମୋଟ ବ୍ୟବସାୟ କରି ଚାଲିଛନ୍ତି। ଯାହା ଫଳରେ ଘର ସଂଖ୍ୟା ଦୋକାନ ବଜାର ଗୃହ ବୃଦ୍ଧି ଘଟିଛି। ପ୍ରତି ଘରେ ରହିଛନ୍ତି ଶତାଧିକ ଶିକ୍ଷିତ ବେକାରୀ ଯୁବକ ଯୁବତୀ। କେହିତ ଜୀବନଜୀବିକା ଅନ୍ୱେଷଣରେ ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟକୁ ରାଜ୍ୟାନ୍ତର ହେଉଥିବା ବେଳେ ଧାର କରଜ କରି ଛୋଟ ମୋଟ ବ୍ୟବସାୟ କରି ସରକାରୀ ଜାଗାରେ ଶତାଧିକ ପରିବାର ବଞ୍ଚୁଛନ୍ତି। ଅନ୍ୟପକ୍ଷେ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଅଞ୍ଚଳବାସୀ ଭୁ ବନ୍ଦୋବସ୍ତ ବ୍ୟବସ୍ଥା କରାଯିବା ନେଇ ଦାବି କରି ଆସୁଛନ୍ତି। ପ୍ରଶାସନ ଲୋକଙ୍କୁ ରହି ଆସୁଥିବା ସେହି ଜାଗାରେ ସ୍ଥାୟୀ ଭାବେ ଥଇଥାନ କରିବା ପରିବର୍ତ୍ତେ ସେହି ଜାଗାରୁ ଉଚ୍ଛେଦ କରିବା ପାଇଁ କିଛି ଲୋକଙ୍କୁ ନୋଟିସ ଜାରି କରିଥିବାରୁ ସଦର ବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଉଚ୍ଛେଦ ପୂର୍ବରୁ ସରକାରୀ ଜାଗାକୁ ଜବର ଦଖଲ କରି ବଞ୍ଚୁଥିବା ପରିବାରର ସମ୍ବଳ ଆର୍ଥିକ ସ୍ଥିତି କିପରି ରହିଛି ଉଚ୍ଛେଦ ପରେ ସେମାନଙ୍କ ଭବିଷ୍ୟତ କଣ ହେବ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରୁଛନ୍ତି ଗ୍ରାମବାସୀ। ଶରଣାର୍ଥୀ ମାନଙ୍କୁ ଥଇଥାନ, ଜମିପଟ୍ଟା ପ୍ରଦାନ , ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇଥିବା ବେଳେ ମୂଳନିବାସି ଓଡ଼ିଶାବାସୀ ହୋଇ ନିଜ ପରିବାରର ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ରହୁଛନ୍ତି।ସରକାର ଆମ ଜିଲ୍ଲା ଆମ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଭୁ ବନ୍ଦୋବସ୍ତ କରି ବଙ୍ଗଳାଦେଶୀ ଶରଣାର୍ଥୀଙ୍କ ଥଇଥାନ ବ୍ୟବସ୍ଥା କରିଛି। ବିଗତ ୨୪ ବର୍ଷର ରାଜ୍ୟ ସରକାର ମୂଳ ନିବାସୀଙ୍କ ଭୁ ବନ୍ଦୋବସ୍ତ ବ୍ୟବସ୍ଥା କରି ପାରିନାହିଁ। ବର୍ତ୍ତମାନର ସରକାର ଲୋକଙ୍କୁ ସରକାରୀ ଜମିରୁ ଉଚ୍ଛେଦ କରିବା ପୂର୍ବରୁ ସେହି ଜାଗାରେ ଲୋକଙ୍କୁ ଥଇଥାନ କରିବାକୁ ଦାବି ହେଉଛି। ଅନୁଷ୍ଠିତ ବୈଠକରେ ଦୁଇ ପୂର୍ବତନ ନବରଙ୍ଗପୁର ଲୋକସଭା ସାଂସଦ ପ୍ରଦୀପ ମାଝୀ,ରମେଶ ଚନ୍ଦ୍ର ମାଝୀ,ବର୍ତ୍ତମାନର ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଧାୟକ କାର୍ଯ୍ୟବାହି ପ୍ରତିନିଧି ପ୍ରଫୁଲ୍ଲ ପ୍ରଧାନି, ଝରିଗାଁ ବଣିକ ସଂଘ ସଭାପତି ଅନିଲ ଜୈନ୍,ପ୍ରସନ୍ନ ମାଝୀ, ନାରୀ ନେତ୍ରୀ ହାରାବତି ଗଣ୍ଡ,ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ,ବରିଷ୍ଠ ସମାଜସେବୀ ବୁଦ୍ଧିଜୀବୀ ମଧ୍ୟରେ ଅଶୋକ କୁମାର ମୂର୍ତ୍ତି,ମୋହନ ପ୍ରାଧାନି,ସୂର୍ଯ୍ୟନାରାୟଣ ପଟ୍ଟନାୟକ,ଗୋକୁଳ ପଟ୍ଟନାୟକ,ପ୍ରେମାନନ୍ଦ ପଟ୍ଟନାୟକ ,ପ୍ରଫୁଲ୍ଲ ପାଣ୍ଡେ ,ପ୍ରେମାନନ୍ଦ ପାଣ୍ଡେ, ଟିକଚନ୍ଦ ମାଝୀ ସମେତ ଗାଁ ଗାଁଉଟିଆ ପୂଜାରୀ ମଧ୍ୟରେ ପୂର୍ଣ୍ଣ ପୂଜାରୀ, ମହେନ୍ଦ୍ର ନାୟକ ସମେତ ବ୍ୟବସାୟୀ ବୃନ୍ଦ ଏବଂ ସ୍ଥାୟୀ ବାସିନ୍ଦା ବୈଠକରେ ଉପସ୍ଥିତ ଥିଲେ। ଉଚ୍ଛେଦ ପୂର୍ବରୁ ପ୍ରଶାସନ ଲୋକଙ୍କ ସ୍ଥିତି ଅନୁଧ୍ୟାନ କରିବାକୁ ବୈଠକରେ ଦାବି ଉଠିଛି। ଉଚ୍ଛେଦ ସମସ୍ୟା ନେଇ ଝରିଗାଁ ଗ୍ରାମବାସୀ ପକ୍ଷରୁ ଏକ ସ୍ବତନ୍ତ୍ର ଦଳ ଜିଲ୍ଲାପାଳ ଏବଂ ରାଜସ୍ବ ମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା। ଲୋକଙ୍କ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିବା ସତ୍ତ୍ୱେ ଯଦି ସରକାର ଲୋକଙ୍କ ହିତ ଉଦ୍ଦେଶ୍ୟରେ ପଦକ୍ଷେପ ଗ୍ରହଣ ନକରି ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ ଅନଶନ କରିବାକୁ ରାଜ ରାସ୍ତାରେ ଆସିବାକୁ ପରିସ୍ଥିତି ବାଧ୍ୟ ହେବ ବୋଲି ଆଲୋଚନା ହୋଇଛି। ଶତାଧିକ ଗ୍ରାମବାସୀ ଦଳଗତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବାକୁ ନିଷ୍ପତି ଗ୍ରହଣ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow