ଶାଳପତ୍ର ଦେଉଛି ଆଦିବାସୀ ଙ୍କୁ ରୋଜଗାର!

Oct 23, 2025 - 15:19
 0  44
ଶାଳପତ୍ର ଦେଉଛି ଆଦିବାସୀ ଙ୍କୁ ରୋଜଗାର!

ଉମରକୋଟ,୨୩l୧୦ (ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଉମରକୋଟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେଗୁଡ଼ିକୁ ବିକ୍ରି କରି ଜୀବିକା ନିର୍ବାହ କରନ୍ତି । ଆଉ ତା’ମଧ୍ୟରୁ ଶାଳପତ୍ର ଅନ୍ୟତମ। ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ଏହାକୁ ବିଡ଼ାବାନ୍ଧି ବଜାରରେ ବିକ୍ରି କରନ୍ତି । ବାଉଁଶ କାଠି ସାହାଯ୍ୟରେ ଖଲି ତିଆରି କରି କିଛି ରୋଜଗାର କରନ୍ତି । ଏହାସହ ଶାଳ ଓ କରଞ୍ଜ ଗଛର କାଠି କୁ ଦାନ୍ତକାଠି ଭାବେ ବିକ୍ରି କରିଥାନ୍ତି । ଏହାଦ୍ବାରା ସେମାନେ ଦିନକୁ 500 ରୁ 600 ଟଙ୍କା ରୋଜଗାର କରନ୍ତି । ପର୍ବ ପର୍ବାଣୀରେ ଅଧିକ ରୋଜଗାର ହୁଏ । ପର୍ବ ପର୍ବାଣୀରୁ ଆରମ୍ଭ କରି ଘରୋଇ ଭୋଜିଭାତ ଓ ହୋଟେଲ ସବୁଠି ଶାଳପତ୍ର ନିର୍ମିତ ସାମଗ୍ରୀର ଚାହିଦା ରହିଛି। ଠାକୁରଙ୍କ ପାଖରେ ଶାଳପତ୍ରରେ ଭୋଗ ଲାଗି କରାଯାଏ । ଘରୋଇ କାର୍ଯ୍ୟକ୍ରମରେ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରନ୍ତି । ଏପରିକି ଉମରକୋଟ ରେ ଥିବା ଅଧିକାଂଶ ହୋଟେଲରେ ଶାଳପତ୍ରରେ ଖାଦ୍ୟ ପରସନ୍ତି ବ୍ୟବସାୟୀ । ସବୁଠାରୁ ବଡ଼ କଥା ହେଲା ପତ୍ରରେ ନିର୍ମିତ ହୋଇଥିବାରୁ ଏହା ପରିବେଶକୁ ନଷ୍ଟ କରେ ନାହିଁ । ଶାଳପତ୍ରରେ ଖାଇବା ମଧ୍ୟ ସ୍ବାସ୍ଥ୍ୟପାଇଁ ଭାରି ଉପକାରୀ । ଉମରକୋଟରେ ଥିବା ଶାଳ ଜଙ୍ଗଲ ଆଦିବାସୀ ଲୋକଙ୍କୁ ରୋଜଗାରକ୍ଷମ କରାଏ । କୋରାପୁଟର କଫି ଭଳି ଶାଳପତ୍ର ଉମରକୋଟ ର ପରିଚୟ ବୋଲି କୁହନ୍ତି ନବରଙ୍ଗପୁର ଜିଲ୍ଲା ବାସୀ । ଜଙ୍ଗଲ ଲୋକଙ୍କୁ ରୋଜଗାର ଦେଉଥିବାରୁ ଜଙ୍ଗଲ ବୃଦ୍ଧି ପାଇଁ ସରକାର ଦୃଷ୍ଟି ଦେଲେ ବନବାସୀ ମାନଙ୍କ ରୋଜଗାର ବଢ଼ିପାରିବ ବୋଲି ମତ ପ୍ରକାଶ ପାଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ। 

What's Your Reaction?

like

dislike

love

funny

angry

sad

wow

SUJAYA EDITOR