ଶିକ୍ଷକ ସଂଘ ପକ୍ଷରୁ କୋକସରା ଶିକ୍ଷା ଅଧିକାରୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

Dec 02, 2025 - 07:17
0 8
ଶିକ୍ଷକ ସଂଘ ପକ୍ଷରୁ କୋକସରା ଶିକ୍ଷା ଅଧିକାରୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲା ୦୧/୧୨ ( ଷ୍ଟାର ନିୟୁଜ ଓଡିଶା)  କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦୁଇ ଗୋଟି ପ୍ରମୁଖ ଦାବି କୁ ନେଇ ସୋମବାର କୋକସରା ଗୋଷ୍ଠି ବିଭାଗୀୟ ଅଧିକାରୀ ଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି। ଦୁଇ ପ୍ରମୁଖ ଦାବି ମଧ୍ୟରେ ପ୍ରାଥମିକ ଶିକ୍ଷକ ମାନଙ୍କ ମୂଳ ପଦବୀ କୁ ଅପଗ୍ରେଡ କରି ଲେବୁଲ ୯ ଅନୁଯାୟୀ ମୂଳ ବେତନ ୩୫,୪୦୦ ପ୍ରଦାନ କରିବା, ଓ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରୁ ଠିକା ପ୍ରଥା ଉଚ୍ଛେଦ କରି ୨୦୦୧ ମସିହା ଠାରୁ ଅଧ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକ।ମାନଙ୍କ ର ଠିକା କାର୍ଯ୍ୟକାଳ କୁ ମୂଳ ଚାକିରୀ ରେ ଗଣନା କରିବା ସହିତ ନେସନାଲ ଇଂକ୍ରିମେଣ୍ଟ ପ୍ରଦାନ କରିବା ଦାବି ରହିଛି। ଆଜି ଏହି ଦାବିପତ୍ର ପ୍ରଦାନ ସମୟରେ ବିଇଓ ଙ୍କ ଅନୁପସ୍ଥିତ କାରଣରୁ ବିଆରସିସି ତୋଫାନ ମାଝୀ ଙ୍କୁ ବ୍ଲକ ଶିକ୍ଷକ ସଂଘ ସଭାପତି ଚନ୍ଦ୍ର ମୋହନ ପୁଝାରି, ସମ୍ପାଦକ ବେଣୁଧର ନାଏକ, ଜିଲ୍ଲା ସଙ୍ଘ ସାଧାରଣ ସମ୍ପାଦକ ବୈକୁଣ୍ଠ ଜାଲ, ଏମ ଏନ ପଦ୍ମଲୋଚନ ସାହୁ, ସନ୍ଥ ଲାଲ ଛାତ୍ରୀଆ, ଚମ୍ପେଶ୍ୱର ନାଏକ, କେଦାର ନାଥ ନାଏକ, ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦୁଇଟି ଦାବି କୁ ୦୪/୧୨ରିଖ ସୁଦ୍ଧା ପୁରଣ ନକଲେ ୦୫/୧୨ ରୁ ଶିକ୍ଷକ ସଂଘ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User