ଶିଶୁ ଅଧିକାର ସଚେତନତା ଅଭିଯାନ।

Dec 07, 2025 - 07:03
0 22
ଶିଶୁ ଅଧିକାର ସଚେତନତା ଅଭିଯାନ।

କଳାହାଣ୍ଡି ଜିଲ୍ଲା  ତା. ୬/୧୨ (ଷ୍ଟାର ନିୟୁଜ ଓଡିଶା ) ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାର ହଳଦି ଅଧିନସ୍ଥ ସାଗର ପଡ଼ା ଓ ଦର୍ଲି ପଡ଼ା ଠାରେ ଗ୍ରାମ୍ୟ ଶିଶୁ ସୁରକ୍ଷା ସମିତି, ଆର୍ ସି ଡ଼ି ସି ଭୁବନେଶ୍ଵର, ଚାଇଲଡ୍ ଫଣ୍ଡ ଓ ବି ଏମ୍ ଜେଡ ଙ୍କ ମିଳିତ ପ୍ରୟାସରେ ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ବାଲ୍ୟ ବିବାହ ନ କରିବା, ବାତ୍ସଲ୍ୟ ଯୋଜନା, ଶିଶୁ ସମସ୍ୟା ଚିହ୍ନଟ, ଅଧାରୁ ପାଠ ଛାଡୁଥିବା ଶିଶୁ ଙ୍କୁ ବିଦ୍ୟାଳୟ କୁ ପ୍ରତ୍ୟାବର୍ତ୍ତନ କରେଇବା, ଦିବ୍ୟାଙ୍ଗ ଶିଶୁ ଙ୍କୁ ସରକାରି ଯୋଜନା ସାମିଲ କରେଇବା ଉପରେ ଶୋଭାଯାତ୍ରା ଯାଇ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ। ଆର୍ ସି ଡ଼ି ସି ରୁ ରଥୁରାମ ବାଗ ପ୍ରକଳ୍ପ ସଂଯୋଜକ, ସଞ୍ଜିବ ସରିତା ଓ ଯାଜ୍ଞସେନି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

କଳାହାଣ୍ତି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User