ଶ୍ରାବଣ ମାସରେ ବର୍ଷା ଉଭାନ, ତତଲା ଖରାରେ ଜମି ଫାଟି ଆଁ, ଚିନ୍ତାରେ ଚାଷୀ।

Jul 17, 2025 - 08:55
0 162
ଶ୍ରାବଣ ମାସରେ ବର୍ଷା ଉଭାନ, ତତଲା ଖରାରେ ଜମି ଫାଟି ଆଁ, ଚିନ୍ତାରେ ଚାଷୀ।

ଝରିଗାଁ,୧୭l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଧାନ ଜମିରେ ଜଳ ସେଚନ ପାଇଁ କୌଣସି ସୁବିଧା ନାହିଁ।ଚଳିତ ବର୍ଷ ଝରିଗାଁ ବ୍ଳକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷୀ ମାନଙ୍କୁ ଧାନ ଚାଷ ଆରମ୍ଭରୁ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିଛି।ଚଳିତ ବର୍ଷ ଝରିଗାଁ ବ୍ଳକରେ ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନଥିବା ଯୋଗୁଁ ଜୁନ ଜୁଲାଇ ମାସରେ ସ୍ଥାନୀୟ ଚାଷୀ ମାନେ ତଳି ଉପାଡ଼ି ନପାରି ରୁଆ ଏବଂ ବେଉଷାଣି କାମ ସଠିକ ସମୟରେ କରିପାରୁ ନାହାଁନ୍ତି।ଝରିଗାଁ ବ୍ଳକରେ ଯେଉଁ ଚାଷୀ ମାନେ ଧାନ ରୁଆ କରିବା ପାଇଁ ଧାନ ତଳି ପକେଇ ଥଲେ ସେମାନଙ୍କ ମଧ୍ୟରୁ କିଛି ଚାଷୀ ତଳି ପାକଳ ହୋଇ ଯାଇଥିବା ଅଭଯୋଗ ହୋଇଛି।ଗତ କିଛି ଦିନ ହେଲା ଝରିଗାଁ ବ୍ଳକରେ ବର୍ଷ ଉଭାନ ହୋଇ ଯାଇ ଥିବା ବେଳେ ଗତ ଦୁଇ ଦିନ ହେଲା ବର୍ଷା ପାଗ ହେଉଥିଲେ ମଧ୍ୟ ଚାଷ ଉପଯୋଗୀ ବର୍ଷା ହେଉନାହିଁ।ଫଳରେ ଢେଫ ଧାନ ଜମି ଗୁଡିକ ପାଣି ଅଭାବ ଯୋଗୁଁ ଫାଟି ଆଁ ହୋଇ ଗଲାଣି।ଯଦି ସପ୍ତାହ ମଧ୍ୟରେ ଝରିଗାଁ ବ୍ଲକରେ ବର୍ଷା ନହୁଏ ତେବେ ଧାନ ତଳି ଏବଂ ଜମିରେ ଲଗାଇ ଥିବ ଧାନ ଗଛ ନଷ୍ଟ ହୋଇଯିବା ନେଇ ଚାଷୀ ଆଶଙ୍କା କରୁଛନ୍ତି।ବିଶେଷ କରି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଢେଫ ଜମି ଗୁଡି଼କ ବର୍ଷା ଅଭାବ ଯୋଗୁଁ ଫାଟି ଆଁ କରିଥିବା ଜଣାପଡିଛି।ଆଉ କିଛି ଦିନ ବର୍ଷା ନହେଲେ ଖାଲ ଧାନ ଜମିରେ ହୋଇ ଥିବା ଧାନ ଚାଷ ଉପରେ ମଧ୍ୟ ପ୍ରବାହ ପଡିବ ବୋଲି ଆଶଙ୍କା କରୁଛନ୍ତି।ଝରିଗାଁ ବ୍ଳକରେ ୮୩୬୧ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ୧୭୬୨ ହେକ୍ଟର ଜମିରେ ଧାନ ବୁଣା ହେଉଥିବା ବେଳେ ୬୫୯୯ ହେକ୍ଟର ଜମିରେ ଧାନ ରୁଆ ହେବ ବୋଲି ସୂଚନା ମିଳିଛି।ସେହିପରି ୪୯୦୦ ହେକ୍ଟର ଖାଲ ଜମିରେ ଧାନ ଚାଷ ହୋଇ ଥିବା ବେଳେ ୩୪୬୧ ହେକ୍ଟର ଢେଫ ଜମିରେ ଧାନ ଚାଷ ହୋଇଥିବା ସୂଚନା ମିଳିଛି।ଏଠାରେ ପ୍ରକାଶ ଯେ ଝରିଗାଁ ବ୍ଲକରେ ଗତ ବର୍ଷ ଜୁନ ମାସରେ ୨୪୮ MM ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୩୭୫ MM ବର୍ଷା ହୋଇଥିଲା।କିନ୍ତୁ ଚଳିତ ବର୍ଷ ଜୁନ ମାସରେ ୧୭୮ MM ବର୍ଷା ହୋଇ ଥିବା ବେଳେ ଜୁଲାଇ ମାସରେ ଆଜି ପର୍ଯ୍ୟନ୍ତ ମାତ୍ର ୧୫୮ MM ବର୍ଷା ହୋଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User