ଷ୍ଟାର ନିୟୁଜ ଓଡିଶାର ଖବର ପ୍ରସାରଣ ପରେ ରାଜଙ୍କ ନିକଟରେ ପହଂଚିଲା ପ୍ରଶାସନ ।

Jul 31, 2025 - 19:18
 0  68
ଷ୍ଟାର ନିୟୁଜ ଓଡିଶାର ଖବର ପ୍ରସାରଣ ପରେ ରାଜଙ୍କ ନିକଟରେ ପହଂଚିଲା ପ୍ରଶାସନ ।

ରାଇଘର,୩୧l୭ (ଷ୍ଟାର ନିୟୁଜ ଓଡିଶା ):ଗତକାଲି ଷ୍ଟାର ନିୟୁଜ ଓଡ଼ିଶାର ରାଜଙ୍କ ଦୁଃଖଦ କାହାଣୀ ପ୍ରକାଶ ପାଇବା ପରେ ଆଜି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି |ଆଜି ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର,ଛେଳିଡଙ୍ଗରୀ ସରପଞ୍ଚ ହେମଲାଲ ଗଣ୍ଡ ଓ ରାଜସ୍ବ ନିରୀକ୍ଷକ ରାଜଙ୍କ ଘରେ ପହଂଚି ତାଙ୍କ ସମସ୍ୟା ସବୁ ପଚାରି ବୁଝିବା ସହିତ ଅସ୍ଥାୟୀ ରହଣି ପାଇଁ ଏକ ତାରପାଳ ପ୍ରଦାନ କରିବା ସହିତ ଖୁବଶୀଘ୍ର ସମସ୍ତ ସୁବିଧା ଯୋଗେଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି |ତତ ସହିତ ଉଭୟ ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ ମିଶି ଚାଉଳ, ଡାଲି, ଆଳୁ, ପିଆଜ ଭଳି କିଛି ରାସନ ସାମଗ୍ରୀ ରାଜଙ୍କୁ ପ୍ରଦାନ କରିବା ସହିତ କେମିତି ସେ ପ୍ରତି ମାସରେ ଚାଉଳ ପାଇବେ ସେନେଇ ଯଥାଶୀଘ୍ର ବ୍ୟବସ୍ଥା କରିବେ ବୋଲି ଆଜି ଆବଶ୍ୟକୀୟ କାଗଜପତ୍ର ରାଜଙ୍କ ଠାରୁ ନେଇଛନ୍ତି |ପ୍ରକାଶ ଥାଉ କି, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଳିଡ଼ଙ୍ଗରୀ ପଂଚାୟତ ଅଧୀନସ୍ଥ ଦେଉଳପାରା ଗ୍ରାମର ରାଜ ରାଉତ (୪୦)ଅତି ଦୟନୀୟ ଭାବେ ଜୀବନ ଯାପନ କରି ଆସୁଛନ୍ତି |ସରକାରୀ ସୁବିଧା କିଛି ପାଉନଥିବା ବେଳେ ଘରର ଅବସ୍ଥା ମଧ୍ୟ ଅତି ଶୋଚନୀୟ |ଛିଣ୍ଡା ଜରି ସବୁ ସଂଗ୍ରହ କରି ଆଣି ଛପର କରିଥିବା ବେଳେ ମାଟି କାନ୍ଥ ଗୁଡିକ ମଧ୍ୟ ଜରାଜୀର୍ଣ୍ଣ ହୋଇ ପଡିଛି |ବର୍ଷା ହେଲେ କୁଡ଼ିଆରେ ସେ ସୋଇପାରୁନି, ସବୁଆଡେ କାଦୁଅ ପଚପଚ |ପରଘରେ ମୂଳ ଲାଗି ଦୁଇ ଓଳି ପାଇଁ ଖାଦ୍ୟ ଯୋଗାଡ଼ କରୁଥିବା ରାଜ ଆଉବା କେତେବେଳେ ଘର ମରାମତି କରିବ? ସେ ଉଭୟ ପିଡ଼ିଏସ ଚାଉଳ ଓ ସ୍ୱାମୀ ପରିତ୍ୟକ୍ତ ଭତ୍ତାରୁ ମଧ୍ୟ ବଞ୍ଚିତ |ବର୍ତମାନର ସରକାର କରିଥିବା ସୁଭଦ୍ରା ଯୋଜନା ମଧ୍ୟ ତା ଭାଗ୍ୟରେ ଜୁଟିନି |ରାଜର ଆତ୍ମୀୟ ସ୍ୱଜନ କେହି ନଥିବାରୁ ତାକୁ ଆହା ପଦେ କହିବାକୁ କେହି ନାହାନ୍ତି |ଦୁଃଖ ଦୁର୍ଦଶାରେ କାଳ କାଟୁଥିବା ଏହି ଅସହାୟ ମହିଳାଙ୍କ ଖବର ଗତକାଲି ଷ୍ଟାର ନିୟୁଜ ଓଡ଼ିଶାରେ ପ୍ରସାରଣ ହେବା ପରେ ଆଜି ପ୍ରଶାସନ ରାଜଙ୍କ ପାଖରେ ପହଂଚି ସକଳ କଥା ପଚାରି ବୁଝିବା ସହିତ ଖୁବଶୀଘ୍ର ତାର ଦୁଃଖ ଦୂର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।

What's Your Reaction?

like

dislike

love

funny

angry

sad

wow