ସତ୍ୟସାଇ ବିଦ୍ୟାମନ୍ଦିରର ୩୩ ତମ ପ୍ରତିଷ୍ଠା ଦିବସ

Aug 24, 2025 - 07:19
0 17
ସତ୍ୟସାଇ ବିଦ୍ୟାମନ୍ଦିରର ୩୩ ତମ ପ୍ରତିଷ୍ଠା ଦିବସ

ଭବାନୀପାଟଣାତା. ୨୩/୮(ଷ୍ଟାର ନିୟୁଜ ଓଡିଶା) : ସତ୍ୟସାଇ ବିଦ୍ୟାମନ୍ଦିର ଭବାନୀପାଟଣାର ୩୩ ତମ ପ୍ରତିଷ୍ଠା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଭଗବାନ ଶ୍ରୀ ସତ୍ୟସାଇ ବାବଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ପୁର୍ତି ଅବସରରେ ଚଳିତ ବର୍ଷ ଅନେକ ସମାଜିକ, ଶିକ୍ଷାଦାନ କାର୍ଯ୍ୟକ୍ରମ କ୍ରମାନ୍ବୟ ଭାବେ ଚାଲୁଥିବା ବେଳେ, ଏହାର ପ୍ରତିଷ୍ଠା ଦିବଷ ସମାରୋହ ସମସ୍ତଙ୍କୁ ଉତ୍ସାହ ପ୍ରଦାନ କରିଛି । ଅତିଭାବରେ ଦେବରାଜ ପାଢୀ, ଲୋକନାଥ ମହାକୁଡ଼, ପୂର୍ବତନ ବିଦ୍ୟାଳୟର ସଭାପତି ପ୍ରଫେସର ବାମଦେବ ପୁରୋହିତ, ପ୍ରଫେସର ବିପିନ ବିହାରୀ ପଣ୍ଡା, ପୂର୍ବତନ ସଂପାଦକ ଗୋବିନ୍ଦ ନାଏକ, ବି. ସୂର୍ଯ୍ୟନାରାୟଣ ରାଓ, ସମିତି ସଂୟୋଜକ ତୁଳସିରାମ ସାହୁ, ବିଭୁତି ସାହୁ ଯୋଗଦାନ କରି ଶୁଭାଶିର୍ବାଦ ପ୍ରଦାନ କରିଥିଲେ । ସ୍କୁଲ ତରଫରୁ ସମସ୍ତ ଅତିଥିମାନଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଦିବଙ୍ଗତ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କରାଯାଇଥିଲା। ଅଧ୍ଯକ୍ଷ୍ଯ ଜ୍ଞାନରଞ୍ଜନ ମିଶ୍ର ଶ୍ରୀ ସତ୍ୟପାଇ ବାବାଙ୍କ ଶିକ୍ଷାକ୍ଷେତ୍ରରେ ଅବଦାନ ଓ ସ୍କୁଲ ପ୍ରତିଷ୍ଠାରେ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ । ଅନେକ କୃତି ଛାତ୍ରଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶିକ୍ଷୟିତ୍ରୀ ପ୍ରଭାତି ବହିଦାର, କାର୍ଯ୍ୟକ୍ରମ ସଂଯୋଜନା ଭକ୍ତିଗୀତ, ବେଦପାଠ କରିଥିବାବେଳେ ରିଜା ଶୁକ୍ଳା ଧନ୍ୟବାନ ଅର୍ପଣ କରିଥିଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁଙ୍କ

ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User