ପାଲିଆ ଠାରେ ବ୍ଲକ କଂଗ୍ରେସର ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତା ଚୟନ ।

ଝରିଗାଁ,୨୪l୮ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ଗୋପାଳଗୁଡା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ବ୍ଲକ କଂଗ୍ରେସ ପକ୍ଷରୁ ଏକ ସାଙ୍ଗଠନିକ ବୈଠକର ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠିତ ଉକ୍ତ ବୈଠକରେ ନନ୍ଦାହାଣ୍ଡି ବ୍ଲକ ସଭାପତି ବୃନ୍ଦାବନ ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଭାଗିରଥି ନାୟକ, ପାଲିଆ ପୂର୍ବତନ ସରପଞ୍ଚ ପବିତ୍ର ସାନ୍ତା, କଂଗ୍ରେସର ବରିଷ୍ଠ କର୍ମୀ ରମେଶ ହରିଜନ, ଝରିଗାଁ ନିର୍ବାଚନ ମଣ୍ଡଳ ସଭାପତି ପବିତ୍ର ମାଟିଆ, ପାଲିଆ ପୂର୍ବତନ ସମିତି ସଭ୍ୟ ଚୈତନ୍ୟ ଖମାରୀ, ଅଖିଳ ଭତରା, ଗୋବିନ୍ଦା ପଟ୍ଟନାୟକ, କଂଗ୍ରେସର ବରିଷ୍ଠ ନେତା ରବୀନ୍ଦ୍ର ପାଣ୍ଡେ,ଚଚା ମଣ୍ଡଳ ସଭାପତି ମହାଦେବ ମାଝୀ, ଦଶମୁ ହରିଜନ, କୃଷ୍ଣ ସାନ୍ତା, ଝାପି ସାନ୍ତା, ପଦଲାମ ହରିଜନ, ଲାଲଧର ସାନ୍ତା, ଧନସାଏ ହରିଜନ, ଦାମୁଦର ସାନ୍ତା, ସୂର୍ଯ୍ୟ ଗୌଡ଼, ନୀଳାମ୍ବର ହରିଜନ, ସୁରୁ ହରିଜନ, ଭୀମ ହରିଜନଙ୍କ ସମେତ ପାଲିଆ ପଂଚାୟତର ସମସ୍ତ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିଥିଲେ |ଝରିଗାଁ ବ୍ଲକ ସଭାପତି ଯୋଗେଶ୍ୱର ପୂଜାରୀ ଉକ୍ତ ସଭାର ପରିଚାଳନା କରି ମଞ୍ଚାସିନ ସମସ୍ତ ବରିଷ୍ଠ ନେତା ଓ କର୍ମୀ ମାନଙ୍କ ପରିଚୟ ପ୍ରଦାନ କରିବା ପରେ ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା |ଉପସ୍ଥିତ ସମସ୍ତ ବରିଷ୍ଠ ନେତା ଓ କର୍ମୀମାନେ ଜାତୀୟ କଂଗ୍ରେସର ଚିନ୍ତାଧାରା, ଶାସନ ପଦ୍ଧତି ଓ ଲୋକ ପ୍ରିୟତା ଉପରେ ନିଜ ନିଜ ଅବିଭାଷଣ ରଖିବା ସହିତ ବିଜେପି ଓ ବିଜେଡି ଦଳର ଶାସନ ତିନିର ସମାଲୋଚନା କରିବା ସହିତ ଦେଶକୁ ବର୍ତମାନ କଂଗ୍ରେସ ଶାସନର ଅତ୍ୟନ୍ତ ଆବଶ୍ୟକତା ଥିବା କହିଥିଲେ |କଂଗ୍ରେସ 76ବର୍ଷ କାଳ ଦେଶକୁ ଶାସନ କରି ଦେଶକୁ ଯେଉଁ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇ ଲୋକଙ୍କ ମନରେ ଯେଭଳି ଘର କରିଥିଲା ପୁଣିଥରେ ସେ ସ୍ଥିତି ଫେରେଇ ଆଣିବାକୁ ହେଲେ ସମସ୍ତଙ୍କୁ ପୁଣିଥରେ ହାତରେ ହାତ ମିଶାଇବାକୁ ପଡିବ ବୋଲି କହିଥିଲେ |ଅଞ୍ଚଳରୁ ଦୁର୍ନୀତି, ଭ୍ରଷ୍ଟାଚାର, ଝୀଂଟିକା ମାରି ବଣି ପୋଷିବା ନୀତି ତଥା ସୁଶାସନ ଫେରେଇ ଆଣିବାକୁ ହେଲେ ପୁଣିଥରେ କଂଗ୍ରେସର ହାତମୁଠା କୁ ମଜବୁତ କରିବାକୁ ହେବ, ତେଣୁ ବର୍ତମାନ ଠାରୁ ରଣନୀତି ପ୍ରସ୍ତୁତ କରିବାକୁ ହେବ ଓ ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ମଧ୍ୟ କଂଗ୍ରେସ ହାତକୁ ଆଣିବାକୁ ପଡିବ ବୋଲି ଉପସ୍ଥିତ ନେତା ଓ ବରିଷ୍ଠ କର୍ମକର୍ତାମାନେ ମତ ପ୍ରକାଶ କରିଥିଲେ |ତତ ସହିତ ପାଳିଆ ପଂଚାୟତରେ ଦଳକୁ ସଶକ୍ତ କରିବାକୁ ହେଲେ କଣ ସବୁ ପଦକ୍ଷେପ ନେବା ଅନିବାର୍ଯ୍ୟ ବୋଲି ପଂଚାୟତର ବରିଷ୍ଠ କର୍ମକର୍ତା ଯଥା, ମହାଦେବ ମାଝୀ, ରମେଶ ହରିଜନ, ଝାପି ସାନ୍ତା ଓ ଅନ୍ୟ ମାନଙ୍କ ଠାରୁ ମତାମତ ନେଇ ଆଗାମୀ ଦିନରେ ତା ଉପରେ ଅମଳ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ |ପାଲିଆ ପଂଚାୟତର ପୂର୍ବତନ ସମିତି ସଭ୍ୟ ଚୈତନ୍ୟ ଖମାରୀ ଜଣେ ବରିଷ୍ଠ କଂଗ୍ରେସ କର୍ମୀ ହୋଇଥିଲେ ହେଁ ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଛାଡି ବିଜେଡି ଦଳରେ ସାମିଲ ହୋଇଥିଲେ |ଆଜି ପୁଣିଥରେ ନିଜ ଦଳକୁ ଫେରିଥିବାରୁ ତାଙ୍କୁ ଉପଢୌକନ ଦେଇ ସ୍ୱାଗତ କରାଯିବା ସହିତ ଉପସ୍ଥିତ ସମସ୍ତ ଦଳୀୟ ନେତା ଓ କର୍ମୀମାନେ ଖୁସି ବ୍ୟକ୍ତ କରିଥିଲେ |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।|
What's Your Reaction?






