ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ।

Aug 24, 2025 - 19:56
Aug 24, 2025 - 19:59
 0  3
ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ।

ଝରିଗାଁ,୨୪l୮ (ଷ୍ଟାର ନିୟୁଜ ଓଡିଶା): ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ବ୍ୟକ୍ତି ଗୁରୁତର ହୋଇ ପଡ଼ିଥିବା ସୂଚନା ମିଲିଛି |ସୂଚନା ପ୍ରକାରେ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଂଚାୟତ ଅନ୍ତର୍ଗତ ଥାଟବେଡା ଗ୍ରାମର ଜୟମନ ଭତରା, ମଙ୍ଗରୁ ଭତରା ଓ ଦୁଃର୍ଜନ ଭତରା ଏକ ବାଇକ ବସି ଦେଉଳକୋଣା ହାଟକୁ ଯାଉଥିଲେ |ଯିବା ସମୟରେ କନ୍ଦଗୁଡା ନିକଟରେ ଭାରସାମ୍ୟ ହରେଇ ବାଇକଟି ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛରେ ପିଟିହେବା ଫଳରେ ତିନି ବାଇକ ଆରୋହୀ ରାସ୍ତାରେ ଛିଟିକି ପଡିଥିଲେ |ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଘଟଣା ସମ୍ପର୍କରେ ସୂଚନା ଦେବାରୁ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଂଚି ତିନିଜଣ ବ୍ୟକ୍ତିଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନେଇ ଭର୍ତି କରାଯାଇଥିଲା |ହେଲେ ଡାକ୍ତର ଜୟମନ ଭତରାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଲିଛି |ଅପରପକ୍ଷେ ମଙ୍ଗରୁ ଭତରା ଅତ୍ୟନ୍ତ ଗୁରୁତର ଥିବାରୁ ତାକୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି |ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଇଆଇସି ପ୍ରଦୀପ କୁମାର ଶବର ମେଡିକାଲରେ ପହଂଚି ଶବ ଜବତ କରି ଥାନାରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଲିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow