ସମ୍ଭୁ ନଗର ଭୋଇଗୁଡା ଛକ ନିକଟରେ ଚୈତ୍ର ପର୍ବ କାମନା ଦଣ୍ଡ ବ୍ରତ ଅନୁଷ୍ଠିତ,

Apr 07, 2026 - 20:43
0 24
ସମ୍ଭୁ ନଗର ଭୋଇଗୁଡା ଛକ ନିକଟରେ ଚୈତ୍ର ପର୍ବ କାମନା ଦଣ୍ଡ ବ୍ରତ ଅନୁଷ୍ଠିତ,

ଆଦ୍ୟ ତା. ୭lଏପ୍ରିଲ ୨୬  ( ଷ୍ଟାର ନିୟୁଜ ଓଡିଶା )ରିଖରେ ଶମ୍ଭୁ ନଗର ଭୋଇଗୁଡ଼ା ସିଭିଲ ସୋସାଇଟୀ ତତ୍ତ୍ୱାବଧାନରେ ଭୋଇଗୁଡା ଛକ ନିକଟରେ ପବିତ୍ର ଚୈତ୍ର ପର୍ବ ଉପଲକ୍ଷେ କାମନା ଦଣ୍ଡ ବ୍ରତ ଶ୍ରଦ୍ଧା ଓ ଭକ୍ତିଭାବର ସହିତ ଅନୁଷ୍ଠିତ ହୋଇଯାଇଛି।  ପ୍ରତିବର୍ଷର ପରମ୍ପରା ଅନୁଯାୟୀ, ଏହି ବର୍ଷ ମଧ୍ୟ ସୁଦୂର ମଦନପୁର ରାମପୁର ବ୍ଲକର ତଳ ସାଗରପଡାରୁ ମା ଦଣ୍ଡ କାଳୀଙ୍କ କାମନା ଦଣ୍ଡ ବ୍ରତୀମାନେ ଭକ୍ତିଭାବରେ ଯୋଗଦେଇଥିଲେ। ଦଣ୍ଡ ଗୁରୁ ଶ୍ରୀଯୁକ୍ତ  ଲୋଚନ ମହାକୁଡଙ୍କ ତତ୍ତ୍ୱାବଧାନରେ ବ୍ରତୀମାନେ ଭବାନୀପାଟଣା ପୁରୁଣାପଡାରେ ପହଞ୍ଚି ବିଭିନ୍ନ ସ୍ଥାନରେ ମାନସିକ ଧାରୀଙ୍କ ଇଚ୍ଛାନୁସାରେ ପୂଜା, ବ୍ରତ ଓ ଉତ୍ସବକୁ ବିଧିବିଧାନ ଭାବରେ ପାଳନ କରୁଛନ୍ତି।
ଆଜିର କାର୍ଯ୍ୟକ୍ରମରେ ବିଶେଷ ରୂପେ କାମନା ଦଣ୍ଡ, ଧୂଳି ଦଣ୍ଡ, ପାଣି ଦଣ୍ଡ ପାଳନ ହୋଇଥିବାବେଳେ ଅନେକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଶମ୍ଭୁ ନଗର ଭୋଇଗୁଡା  ସୋସାଇଟୀ ପକ୍ଷରୁ ଆୟୋଜନ ହୋଇଥିଲା ସ୍ଥାନୀୟ ଜନ ସାଧାରଣ ଓ ମେମ୍ବର ମାନଙ୍କ ଓ ପଡ଼ା ବାସୀ ଙ୍କ ସହଯୋଗ କରିଥିଲେ ସୋସାଇଟୀ ସଦସ୍ୟ ମାନେ ଯଥା ବିଜୟ ବାଗ, ନିଲ ମାଧବ ମହାଖୁଡ, ଅଶୋକ ପ୍ରଧାନ, କେଦାର ସାହୁ, ବିଷ୍ଣୁ ଚରଣ ପାଢ଼ୀ, ମନୋଜ ପ୍ରଧାନ, ଉପଦେଷ୍ଟା ମଣ୍ଡଳୀ ସଚ୍ଚିଦାନନ୍ଦ ମାହାଖୁଡ, ଅଖିଳ ପାଣିଗ୍ରାହୀ, ମନୋଜ ମହାଖୁଡ଼, ପୀତାମ୍ବର ମହାରଣା, ବସନ୍ତ ପାଣିଗ୍ରାହୀ, ଖଦାଳ ପ୍ରଧାନ ଏବ ସୋସାଇଟୀ ର ସମସ୍ତ ଶ୍ରଦ୍ଧାଳୁ ସଭ୍ୟ ସଭ୍ୟା ବହୁତ ଆନନ୍ଦ ଉଲ୍ଲାସ ଭକ୍ତି ଭାବରେ କାର୍ଯ୍ୟକ୍ରମ ସହୋଯୋଗ କରି ସମ୍ପାଦନ କରିଥିଲେ ବ୍ରତ ର କର୍ତ୍ତା ଭାବରେ ସୁରେଶ କୁମାର ମହାପାତ୍ର ଓ ତାଙ୍କର ଧର୍ମ ପତ୍ନୀ ଦୀପ୍ତି ବାଲା ମହାପାତ୍ର ଦ୍ୱାତ୍ୟ ସମ୍ପାଦନ  କରିଥିଲେ ସମିତି ସଭ୍ୟମାନେ କହିଥିଲେ ଯେ, ଏହି ପର୍ବ ଅଞ୍ଚଳର ଆଧ୍ୟାତ୍ମିକ ଏକତାକୁ ଆହୁରି ମଜବୁତ କରିଥାଏ ଏବଂ ଭକ୍ତମାନଙ୍କ ମନୋକାମନା ପୂରଣରେ ମା ଦଣ୍ଡ କାଳୀଙ୍କ ଅଶୀର୍ବାଦ ମିଳେ।  ଏଵ ରାତିରେ ଅଗ୍ନି ଦଣ୍ଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି
ପରିଚାଳନା ପକ୍ଷରୁ ମଧ୍ୟ ସୁଚାରୁ ବ୍ୟବସ୍ଥା କରାଯାଇଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ସହଯୋଗ ଉଲ୍ଲେଖନୀୟ ଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User