ସର୍ବ ଭାରତୀୟ ଟ୍ରେଡ଼ ୟୁନିଅନ ର ୧୮ ଦଫା ଦାବିକୁ ନେଇ ଭାରତ ବନ୍ଦ ଡାକରା: ପରିବହନ ସେବା ପ୍ରଭାବିତ

Jul 09, 2025 - 20:21
0 29
ସର୍ବ ଭାରତୀୟ ଟ୍ରେଡ଼ ୟୁନିଅନ ର ୧୮ ଦଫା ଦାବିକୁ ନେଇ ଭାରତ ବନ୍ଦ ଡାକରା: ପରିବହନ ସେବା ପ୍ରଭାବିତ

ସର୍ବ ଭାରତୀୟ ଟ୍ରେଡ଼ ୟୁନିଅନ ର ୧୮ ଦଫା ଦାବିକୁ ନେଇ ଭାରତ ବନ୍ଦ ଡାକରା: ପରିବହନ ସେବା ପ୍ରଭାବିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ୦୯/୦୭: (ଷ୍ଟାରନିୟୁଜ ଓଡିଶା)୧୮ ଦଫା ଦାବି ନେଇ ଟ୍ରେଡ୍‌ ୟୁନିୟନ୍‌ ମାନଙ୍କର ମିଳିତ ମଞ୍ଚ,ସ୍ୱାଧୀନ ଫେଡେରେସନ ସମୂହ, ସଂଯୁକ୍ତ କୃଷକ ମୋର୍ଚ୍ଚା, ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ, କଳାହାଣ୍ଡି ଚିତ୍ରଶିଳ୍ପୀ କଳାକାର ସଙ୍ଘଏବଂ କୃଷି ଶ୍ରମିକ, ମହିଳା, ଯୁବ, ଛାତ୍ର, ଆଦିବାସୀ, ଦଳିତ ଓ ବସ୍ତିବାସିନ୍ଦା ସଂଗଠନ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳୁ ଏହି ବନ୍ଦ ପ୍ରଭାବ ଭବାନୀପାଟଣା ସହରରେ ଦେଖିବାକୁ ମିଳିଛି। ଏହି ବନ୍ଦକୁ ସଫଳ କରିବା ପାଇଁ କଳାହାଣ୍ଡି ଟ୍ରେଡ଼ ୟୁନିଅନ ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଉଥିବାର ଦେଖାଯାଇଛି। ଭବାନୀପାଟଣା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ଦେଖିବାକୁ ମିଳିଥିଲା। ଦେଶରେ ଅହେତୁକ ଦରଦାମ ବୃଦ୍ଧି, ଶ୍ରମିକ ବିରୋଧୀ ୪ଟି ଶ୍ରମକୋଡ଼ କୁ ବିରୋଧ, ବେକାର ଯୁବକଙ୍କୁ ନିଯୁକ୍ତି ଓ ସମ୍ବିଧାନ ବଞ୍ଚାଓ, ସମସ୍ତ ଠିକା ସ୍କିମ ସମେତ ସକଳ ସ୍ତରରେ ଅସଂଗଠିତ ଶ୍ରମିକ ମାନଂକର ମାସିକ ସର୍ବନିମ୍ନ ମଜୁରୀ ଟ. ୨୬୦୦୦/- ଘୋଷଣା, ସର୍ବନିମ୍ନ ମାସିକ ପେନସନ ଟ. ୯୦୦୦/-କରିବା, ଏନପିଏସ ଓ ୟୁପିଏସ କୁ ବାତିଲ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା,ଭଳି ୧୮ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ଓ ରାଜ୍ୟର ବିଭିନ୍ନ ସଂଗଠନ ଏହି ବନ୍ଦ ଡାକରା ଦେଇଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User