ସାମାଜିକ ଅନୁଷ୍ଠାନ ର ଦ୍ୱତୀୟ ଧାଡି ନେତୃତ୍ୱର ସୁଯୋଗ ସମ୍ବଦ୍ଧିୟ କର୍ମସାଳା।

Jul 28, 2025 - 06:38
 0  98
ସାମାଜିକ ଅନୁଷ୍ଠାନ ର ଦ୍ୱତୀୟ ଧାଡି ନେତୃତ୍ୱର  ସୁଯୋଗ ସମ୍ବଦ୍ଧିୟ କର୍ମସାଳା।

କନ୍ଧମାଳ,୨୭l୭(ଷ୍ଟାରନିୟୁଜ): ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସଦସ୍ୟ ସାମାଜିକ ଅନୁଷ୍ଠାନ ର ଦ୍ୱତୀୟ ଧାଡି ନେତୃତ୍ୱର ସୁଯୋଗ ସମ୍ବଦ୍ଧିୟ ଏକ ଦିବସିଅ କର୍ମସାଳା ଧ୍ୱନି ଫାଉଣ୍ଡେସନ ଓ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ (ପି.ଏ.ଜି.) ର ମିଳିତ ସହଯୋଗରେ ଜନ ବିକାଶ ବୈଠକ ଗୃହ, କ.ନୂଆଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ରେ ପାଖା ପାଖି ୩୫ ଗୋଟି ସଦସ୍ୟ ଅନୁଷ୍ଠାନ ଅଛନ୍ତି, ଯେଉଁମାନେ କି ତାଙ୍କ ସଂଗଠନ ର ବିକାଶ ର ପ୍ରତିଫଳନ ଓ ନୂଆ ନେତୃତ୍ୱର ପୁନଃଚିନ୍ତନ ଉପରେ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଧ୍ୱନି ଫାଉଣ୍ଡେସନ ର ମୁଖ୍ୟ କାର୍ଯ୍ୟର୍ନିବାହି ଅଧିକାରୀ ଗୋପିନାଥ କେ.ଏନ୍ କାର୍ଯ୍ୟକ୍ରମ ର ସଂଚାଳକ ଥିବା ସହିତ, ମିହିର କୁମାର ମହାନ୍ତି, ରାଜ୍ୟ ସଂଯୋଜକ ଓ ଗୋବିନ୍ଦ ଏସ. ରଞ୍ଜନ ପରିଚାଳନା ରେ ସହଯୋଗ କରିଥିଲେ । ଧ୍ୱନି ଫାଉଣ୍ଡେସନ ର ମୁଖ୍ୟ ଏଭଳି ସମ୍ବେଦନ ସିଳ ଚିନ୍ତା ସାମୁହିକ ଭାବେ ସଦସ୍ୟ ଅନୁଷ୍ଠାନ ଭାବିବା ସାରା ଭାରତ ବର୍ଷରେ ଏକ ନୂଆ ଉଦାହରଣ ହେବ ବୋଲି କହିଥିଲେ । ଏହି ବୈଠକ କୁ ପି.ଏ.ଜି. ର ବରିଷ୍ଠ ସଦସ୍ୟ କୈଳାସ ଦଣ୍ଡପାଟ ପୈାରହିତ କରିଥିଲେ । ଅନ୍ୟ ସଦସ୍ୟ ଅନୁଷ୍ଠାନ ମାନଙ୍କର ଅଧିକାରୀ ଯଥା ନୀପିିଡିତ,ଜାଗୃତି; ବନବାସୀ ସେବା ସମିତି; ସ୍ୱାତୀ; ଆଜକା;, ପ୍ରଦାତା; ଆମ ଗାଁ, ସାହାରା, ଗ୍ରାମ ବିକାଶ, ପାହଡ, କନ୍ଧମାଳ ସବୁଜ ବୈଦ, ସମନ୍ୱୟ, ସେବା ଭାରତୀ, ଶାନ୍ତି ମୈତ୍ରୀ, ଫାରେଲ୍ ଓ ଜନବିକାସ ଭଳି ସମୁଦାୟ ୧୬ ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉପସ୍ଥିତ ରହି କର୍ମସାଳା ର ଦିଗ ପ୍ରତି ଆଲୋକପାତ କରିଥିଲୋ ଧ୍ୱନି ଫାଉଣ୍ଡେସନ ଏହି ଦିଗରେ ପୁନରଚିନ୍ତନ ସହିତ ସୁଦୃଢିକରଣ ଦିଗରେ କାର୍ଯ୍ୟକରିବ ବୋଲି ମତ ରଖିଥିଲେ । ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ ଦିର୍ଘ ୪୦ ବର୍ଷର ସ୍ଥିତି, ଅନୁଭୁତି, ଲୋକାଭିମୁଖି କାର୍ଯ୍ୟ, ପରିଚାଳନା ଓ ପ୍ରତିବଦ୍ଧତା ବଜାୟ ରଖିଥିବା କାର୍ଯ୍ୟଶ÷ଳି କୁ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ଆଦର୍ଶ ହେବା ସହିତ ଅନ୍ୟମାନେ ଅନୁପ୍ରାଣିତ ହେବେ ବୋଲି ଆସା ପ୍ରକାସ କରିଥିଲେ । ପି.ଏ.ଜି. ର ଅଧକ୍ଷ ରାମ ଚନ୍ଦ୍ର ଦାସ ଓ ଆବାହକ ଇଂ ହରିଶଙ୍କର ରାଉତ ଙ୍କ ଏଭଳି ଅଭିନବ ଚେଷ୍ଟା କୁ ସମସ୍ତେ ସ୍ୱାଗତ କରିଥିଲେ । ସର୍ବଶେଷରେ ପ୍ରଦିପ ଦାସ ଙ୍କ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସମାପ୍ତ କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow