ସି ଆର୍ ପି ଏଫ୍ ୬୪ ବାଟାଲିୟନ ପକ୍ଷରୁ ନିଆରା ଢଙ୍ଗରେ ବାହୁଡା ଯାତ୍ରା ଆୟୋଜିତ।

Jul 05, 2025 - 21:08
0 29
ସି ଆର୍ ପି ଏଫ୍ ୬୪ ବାଟାଲିୟନ ପକ୍ଷରୁ ନିଆରା ଢଙ୍ଗରେ ବାହୁଡା ଯାତ୍ରା ଆୟୋଜିତ।

କଳାହାଣ୍ଡି ଜିଲ୍ଲା ତା. ୫/୭((ଷ୍ଟାରନିୟୁଜ ଓଡିଶା)ଭବାନୀପାଟଣାରେ ଥିବା ସିଆରପିଏଫ୍ ୬୪ ବଟାଲିଅନ୍ ମୁଖ୍ୟାଳୟ ରେ ନିଆରା ଢଙ୍ଗରେ ବାହୁଡା  ଯାତ୍ରା ଆୟୋଜନ କରାଯାଇଅଛି। ଯଦିଓ ବିଗତ ଦୁଇ ବର୍ଷ ହେଲା ଏଠାରେ ସିଆରପିଏଫ୍ ଯବାନ ମାନେ ରଥଯାତ୍ରା ଆୟୋଜନ କରି ଆସୁଛନ୍ତି ତେବେ ଚଳିତ ବର୍ଷ ଏକ ସୁନ୍ଦର ରଥ ନିର୍ମାଣ କରି ପହଣ୍ଡି, ଛେରା ପହଁରା, ରଥଟଣା ସମସ୍ତ ନିତିକନ୍ତି ସହ ଆଜି ବାହୁଡା ଯାତ୍ରା ଆୟୋଜନ କରାଯାଇଅଛି। ଏହି  ବାହୁଡା  ଯାତ୍ରା ରେ ଜିଲ୍ଲା ପ୍ରଶାସନ ସମେତ ସହରର ବିଭିନ୍ନ ସାମାଜିକ ସଂଗଠନ ବ୍ରାହ୍ମଣ ସମାଜ କଳାହାଣ୍ଡି, ବରିଷ୍ଠ ନାଗରିକ ସଂଘ, କଳାହାଣ୍ଡି ସିଟିଜନ ଫୋରମ୍, ଦିବ୍ୟ ଜୀବନ ସଂଘ, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଓ ଅଞ୍ଚଳର ଜନସାଧାରଣଙ୍କୁ ଏଥିରେ ସାମିଲ କରି ମହା ଆଡ଼ମ୍ବରରେ ସିଆରପିଏଫ୍ ପକ୍ଷରୁ ଏହି ଭବ୍ୟ ବାହୁଡ଼ା ଯାତ୍ରା ସିଆରପିଏଫ୍  ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା। ମହିଳା ମାନଙ୍କ ଦ୍ଵାରା ଦେବୀ ସୁଭଦ୍ରାଙ୍କ ପହଣ୍ଡି କରାଯାଇଥିଲା। ସିଆରପିଏଫ୍ ମୁଖ୍ୟାଳୟରୁ ଜେଲ ଛକ ଯାଏଁ ପ୍ରାୟ ଦୁଇ କିଲୋ ମିଟର ଯବାନ ଓ ଶ୍ରଦ୍ଧାଳୁ ଭକ୍ତମାନେ ଉତ୍ସାହର ସହ ରଥ ଟାଣି ଥିଲେ ଓ ଜେଲ୍ ଛକରୁ ପୁଣି ସିଆରପିଏଫ୍ ମୁଖ୍ୟାଳୟ ପର୍ଯ୍ୟନ୍ତ ରଥଟାଣି ନେଇଥିଲେ। ସିଆରପିଏଫ୍ ୬୪ ବଟାଲିଅନ ମୁଖ୍ୟାଳୟରେ ପ୍ରବେଶ କରିଥିଲେ l ନଅ ଦିନ ଅବସ୍ଥାନ ସମାପ୍ତ ହୋଇଥିଲା ଆଜି ଜୁଲାଇ ପାଞ୍ଚ ତାରିଖରେ ବାହୁଡା଼ ରଥଯାତ୍ରା ଆୟୋଜନ ହୋଇଥିଲା ଓ ତା ପରଦିନ ରଥରେ ସୁନାବେଶ ଆୟୋଜନ କରାଯିବ ବୋଲି ସିଆରପିଏଫ୍ କମାଣ୍ଡେଣ୍ଟ ସୂଚନା ଦେଇଛନ୍ତି। ବାହୁଡ଼ା ଯାତ୍ରାରେ ଏତେ ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ଦେଖି ସିଆରପିଏଫ୍ ଯବାନ ମାନେ ଭାବବିହ୍ବଳ ହୋଇଥିଲେ। ବାହୁଡ଼ା ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସିଆରପିଏଫ୍ ପକ୍ଷରୁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଏକ ଆଧ୍ୟାତ୍ମକ ପରିବେଶ ମଧ୍ୟରେ ନିଆରା ଢଙ୍ଗରେ ସିଆରପିଏଫ୍ ପକ୍ଷରୁ  ବାହୁଡା ଯାତ୍ରା ଆୟୋଜନକୁ ସମସ୍ତେ ପ୍ରଶଂସା କରିଥିଲେ। 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 12
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User