ସ୍ବର୍ଗତ ତ୍ରିଭୁବନ ପ୍ରଧାନ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଶୋକ ସଭା ଆୟୋଜିତ

May 04, 2025 - 12:09
0 53
ସ୍ବର୍ଗତ ତ୍ରିଭୁବନ ପ୍ରଧାନ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଶୋକ ସଭା ଆୟୋଜିତ

କଳାହାଣ୍ଡି,୩l୫(ଷ୍ଟାର ନିୟୁଜ ଓଡ଼ିଶା): ଆଜି ତା 3.5.25 ରିଖ ସନ୍ଧ୍ୟା 6.30ମିନିଟ ସମୟ ରେ ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିର ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାକୁଡ଼ ଙ୍କ ଅଧ୍ୟକ୍ଷତା ରେ ଏକ ଶୋକସଭା ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିର ସେଟଲର ସ୍ବର୍ଗତ ତ୍ରିଭୁବନ ପଧାନ ଙ୍କ ଗତ କାଲି ତା 2.5.25 ରିଖ ରାତ୍ର 9.30 ମିନିଟ ସମୟ ରେ ଅକାଳ ବିୟୋଗ ଘଟିଥିବାରୁ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଏକ ଶୋକ ସଭା ଆୟୋଜନ କରାଯାଇ ତାଙ୍କ ର ସ୍ମୃତି ଚାରଣ କରାଯାଇଥିଲା। ସ୍ବର୍ଗତ ତ୍ରିଭୁବନ ପ୍ରଧାନ ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିର ଭୋଇଗୁଡ଼ା ପାଇଁ ଜମି ଦାନ କରିଥିବା ସହିତ ମନ୍ଦିର ଗଠନ ରେ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଏକାଧାର ରେ ଜଣେ ସମାଜ ସେବି, କୁର୍ମି ସମାଜ ର କୁଳାଧିପତି, ସତ୍ୟନାରାୟଣ ପାଠାଗାର ପୁରୁଣାପଡା ର ପ୍ରତିଷ୍ଠାତା ସଦସ୍ୟ ଥିଲେ। ବ୍ୟକ୍ତିଗତ ଜୀବନ ରେ ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଥିଲେ। ଶୋକ ସଭା ରେ ମନ୍ଦିର ଟ୍ରଷ୍ଟ ର ସମ୍ପାଦକ ଅଖିଳ ପାଣିଗ୍ରାହୀ, କୋଷଧ୍ୟକ୍ଷ ମାଲସୁ ପଧାନ, ସହ ସମ୍ପାଦକ ଗିରିଜା ଶଙ୍କର ସାହୁ, ଆଇନ ପରାମର୍ଶ ଦାତା ସୁଜିତ ମୁଣ୍ଡ ତଥା ଭୋଇଗୁଡ଼ା ଗ୍ରାମ ର ଶାନ୍ତନୁ ପାଣିଗ୍ରାହୀ, ବିଷ୍ଣୁ ଗୌଡ଼,ରବିନ୍ଦ୍ର ଡାକୁଆ, ପ୍ରଶାନ୍ତ ପାଣିଗ୍ରାହୀ, ବୀରେନ୍ଦ୍ର ପଟ୍ଟଯୋଶୀ, କାଲିପ୍ରସାଦ ଡାକୁଆ, ମନୋଜ ମହାକୁଡ଼, ପଦ୍ମଲୋଚନ କର, ରାଜାରାମ ରଣା, ସତ୍ୟନାରାୟଣ ଆଚାରୀ, ପାଢ଼ୀ ବାବୁ.ରସିକ ସାହୁ, ଗଜେନ୍ଦ୍ର ପ୍ରଧାନ,ତଥା ମହିଳା କମିଟି ର ସଭ୍ୟା ମାନେଉପସ୍ଥିତ ରହି ସ୍ବର୍ଗତ ପ୍ରଧାନ ଙ୍କ ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମା ର ସଦଗତି କାମନା କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User