ହିତାଧିକାରୀଙ୍କୁ ମିଳୁନି ପ୍ରୋତ୍ସାହନ ରାଶି,ମନ୍ଥର ଗତିରେ ଚାଲିଛି ଆବାସ ଗୃହ।

Nov 8, 2025 - 10:27
 0  139
ହିତାଧିକାରୀଙ୍କୁ ମିଳୁନି ପ୍ରୋତ୍ସାହନ ରାଶି,ମନ୍ଥର ଗତିରେ ଚାଲିଛି ଆବାସ ଗୃହ।

ଝରିଗାଁ,୮l୧୧(ଷ୍ଟାର ନିୟୁଜ ଓଡିଶା ): ପ୍ରଶାସନ ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ କରିଛନ୍ତି।ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ପ୍ରତ୍ୟେକ ପରିବାର ଛାତ ଘରେ ରହିବେ ବୋଲି ଯୋଜନାର ଉଦ୍ଦେଶ୍ୟ ରହିଛି।ଆର୍ଥିକ ସହାୟତା ଯୋଗାଇବା ପରେ ମଧ୍ୟ ଆଶାନୁରୂପ ଭାବେ ହିତାଧିକାରୀ ମାନେ ଆବାସ ଗୃହ ନିର୍ମାଣ କରିବାରେ ବିଫଳ ହେବା ପରେ ପ୍ରଶାସନ ଆବାସ ଗୃହ ୪ ମାସ ମଧ୍ୟରେ ଗୃହ ନିର୍ମାଣ କଲେ ୨୦ ହଜାର ଟଙ୍କା ଏବଂ ୬ ମାସ ମଧ୍ୟରେ ଆବାସ ଗୃହ ନିର୍ମାଣ କଲେ ୧୦ ହଜାର ଟଙ୍କା ପ୍ରତ୍ସାହନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେବା ସହ ଟଙ୍କା ପ୍ରଦାନ କରୁଥିଲେ।କିନ୍ତୁ ଗତ କିଛି ମାସ ହେଲା ହିତାଧିକାରୀ ମାନେ ଆବାସ ଯୋଜନାରେ ସାମିଲ ହୋଇ ଗୃହ ନିର୍ମାଣ ପରେ ମଧ୍ୟ ସରକାରଙ୍କ ପ୍ରତ୍ସାହନ ରାଶି ମିଳୁନଥିବା ଅଭିଯୋଗ ହୋଇଛି।ଫଳରେ ଆବାସ ଗୃହ ଝରିଗାଁ ବ୍ଲକରେ ମନ୍ଥର ଗତିରେ ଚାଲୁଥିବା ଅଭଯୋଗ ହୋଇଛି।ମିଳିଥିବା ସୂଚନା ପ୍ରକାରେ ଝରିଗାଁ ବ୍ଳକର ବଡ଼ ଟେମେରା ପଞ୍ଚାୟତରେ ୪ ମଧ୍ୟରେ ୬ ଜଣ ହିତାଧିକାରୀ ଏବଂ ୬ ମାସ ମଧ୍ୟରେ ୨ ଜଣ ହିତାଧିକାରୀ ଆବାସ ଗୃହ ନିର୍ମାଣ କରିଛନ୍ତି।ସେହିପରି ବକଡ଼ାବେଡ଼ା ପଞ୍ଚାୟତରେ ୪ ମାସ ମଧ୍ୟରେ ୩ ଜଣ ଏବଂ ୬ ମାସ ମଧ୍ୟରେ ୩ ଜଣ,ବାଣୁଆଗୁଡ଼ା ପଞ୍ଚାୟତରେ ୬ ମାସ ମଧ୍ୟରେ ୨ ଜଣ,ବେଲଗାଁ ପଞ୍ଚାୟତରେ ୬ ମାସରେ ୩ ଜଣ,ଭାଲୁକନାଡ଼ି ପଞ୍ଚୟତରେ ୪ ମାସ ମଧ୍ୟରେ ୩ ଜଣ,ଭିକ୍ଷା ପଞ୍ଚାୟତରେ ୪ ମାସ ମଧ୍ୟରେ ୭୦ ଜଣ ଏବଂ ୬ ମାସ ମଧ୍ୟରେ ୫୦ ଜଣ,ଚଚା ପଞ୍ଚାୟତରେ ୪ ମାସ ମଧ୍ୟରେ ୨୭ ଜଣ ଏବଂ ୬ ମାସ ମଧ୍ୟରେ ୨୨ ଜଣ,ଚକଲାପଦର ପଞ୍ଚାୟତରେ ୪ ମାସ ମଧ୍ୟରେ ୨ଜଣ ଏବଂ ୬ ମାସ ମଧ୍ୟରେ ୫ଜଣ,ଚାଟିଗୁଡ଼ା ପଞ୍ଚାୟତରେ ୬ ମାସ ମଧ୍ୟରେ ୫ଜଣ,ଧାମନାଗୁଡ଼ା ପଞ୍ଚାୟତରେ ୪ ମାସ ମଧ୍ୟରେ ୬ଜଣ ଏବଂ ୬ ମାସ ମଧ୍ୟରେ ୪ ଜଣ,ଧୋଡ୍ରା ପଞ୍ଚାୟତରେ ୪ ମାସ ମଧ୍ୟରେ ୨୮ ଜଣ ଏବଂ ୬ ମାସ ମଧ୍ୟରେ ୧୨ ଜଣ,ଡ଼ଙ୍ଗରିଗୁଡ଼ା ପଞ୍ଚାୟତରେ ୪ ମାସ ମଧ୍ୟରେ ୬୩ ଜଣ ଏବଂ ୬ ମାସ ମଧ୍ୟରେ ୧୮ ଜଣ,ଏକମ୍ବା ପଞ୍ଚାୟତରେ ୬ ମାସ ମଧ୍ୟରେ ଜଣେ,ଗୁରୁସିଙ୍ଗା ପଞ୍ଚାୟତରେ ୪ ମାସରେ ଜଣେ ଏବଂ ୬ ମାସରେ ଜଣେ,ଇଚ୍ଛାପୁର ପଞ୍ଚାୟତରେ ୬ ମାସରେ ୪ ଜଣ,ଝରିଗାଁ ପଞ୍ଚାୟତରେ ୪ ମାସ ମଧ୍ୟରେ ୫ଜଣ ଏବଂ ୬ ମାସ ମଧ୍ୟରେ ୬ଜଣ, କାନାକୋଟ ପଞ୍ଚାୟତରେ ୪ ମାସ ମଧ୍ୟରେ ୨୭ ଜଣ ଏବଂ ୬ ମାସ ମଧ୍ୟରେ ୨୨ଜଣ,କୁଟ୍ରିଛାପର ପଞ୍ଚାୟତରେ ୪ମାସ ମଧ୍ୟରେ ୨ଜଣ,ପାଲିଆ ପଞ୍ଚାୟତରେ ୪ ମାସ ମଧ୍ୟରେ ୨୧ ଜଣ ଏବଂ ୬ ମାସ ମଧ୍ୟରେ ୪ଜଣ,ଫୁପୁଗାଁ ପଞ୍ଚାୟତରେ ୬ମାସ ମଧ୍ୟରେ ୨ଜଣ,ରତାଖଣ୍ଡିଗୁଡ଼ା ପଞ୍ଚାୟତରେ ୪ ମାସ ମଧ୍ୟରେ ୩୫ ଜଣ ଏବଂ ୬ ମାସ ମଧ୍ୟରେ ୨୬ ଜଣ,ତେଲନଦୀ ପଞ୍ଚୟତରେ ୬ ମାସ ମଧ୍ୟରେ ଜଣେ ଅଧିକାରୀ ଆବାସ ଗୃହ ନିର୍ମାଣ କରିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରତ୍ସାହନ ରାଶି ମିଳିନଥିବା ଅଭିଯୋଗ ହୋଇଛି।ସେହିଭଳି ଝରିଗାଁ ବ୍ଲକରେ ୪ ମାସ ମଧ୍ୟରେ ୩୧୪ ଜଣ ହିତାଧିକାରୀ ଆବାସ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୬ ମାସ ମଧ୍ୟରେ ୨୦୬ ଜଣ ହିତାଧିକାରୀ ଆବାସ ଗୃହ ସମ୍ପୂର୍ଣ୍ଣ କରିଛନ୍ତି।ପ୍ରତ୍ସାହନ ରାଶି ପ୍ରଶାସନ ପକ୍ଷରୁ ମିଳିବ ନା ନାହିଁ ଦ୍ଵନ୍ଦରେ ଅଛନ୍ତି।ତେବେ କିଛି ମାସ ଧରି ୱବେ ସାଇଡ ଖଲୁ ନଥିଲା।ଗତ କିଛି ଦିନ ହେବ ୱବେ ସାଇଡ ଖଲା ହୋଇଛି ହିତାଧିକାରୀ ମାନଙ୍କ ପ୍ରତ୍ସାହନ ରାଶି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ଝରିଗାଁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR