ଉଦଯାପିତ ହେଲା କୁମେଲସିଂ ଠାରେ ଚାଲିଥିବା ପ୍ରସିଦ୍ଧ ରାହାସ ଯାତ୍ରା I
ଫିରିଙ୍ଗିଆ,୮l୧୧(ଷ୍ଟାର ନିୟୁଜ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୋଇସିଂ ପଞ୍ଚାୟତ ଅଧୀନରେ ଥିବା କୁମେଲସିଂ ଗାଁରେ ପାଞ୍ଚଦିନ କାର୍ତିକ ପୂର୍ଣମୀ ଉପଲକ୍ଷେ ପାଞ୍ଚଦିନ ଧରି ଚାଲୁରହିଥିବା ପ୍ରସିଦ୍ଧ ରାହାସ ଯାତ୍ରା ଉଦଯାପିତ ହୋଇଯାଇଛି I ଦୀର୍ଘ ଦଶ ବର୍ଷ ଧରି ଏହି ଗାଁ ରେ ଏହି ରାହାସ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଯାତ୍ରା ଟି ମାହା ସମାରୋହ ରେ ଅନୁଷ୍ଠିତ ହେବା ସହ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ପାଞ୍ଚଦିନ ଧରି ହଜାର ହଜାର ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିକିଥିଲା I ପାରମ୍ପରିକ ରିତିନୀତି ଅନୁସାରେ ପୂଜା ପାଠ ସହ ପାଞ୍ଚଦିନ ଧରି ମିନାବଜାର ଓ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ତେବେ ଏହି ଯାତ୍ରା ର ଉଦଯାପନୀ ଉତ୍ସବ ରେ ଓଡିଶା ଚଳଚିତ୍ର ଜଗତର ପ୍ରତିଷ୍ଠିତ ଅଭିନେତା ସବ୍ୟସାଚୀ ମିଶ୍ର ଓ ପଶ୍ଚିମ ଓଡ଼ିଶାର ଜଣାଶୁଣା ହାସ୍ୟ ଅଭିନେତା ଯୋଗେଶ ଯୋଜୋ ଙ୍କ ଷ୍ଟେଜ ସୋ ମୁଖ୍ୟ ଆକର୍ଷଣ ସହିଥିଲା I ଏହାସହ ପଶ୍ଚିମ ଓଡ଼ିଶାର ଜଣାଶୁଣା କଣ୍ଠ ଶିଳ୍ପୀ କୃଷ୍ଣ ମୁଖି ଙ୍କ ସମ୍ବଳପୁରୀ ମେଲୋଡି କାର୍ଯ୍ୟକ୍ରମ ରେ ଝୁମି ଉଠିଥିଲେ ହଜାର ହଜାର ଦର୍ଶକ I ତେବେ ଯାତ୍ରା କମିଟି ସଭାପତି ପ୍ରବେଶ କୁମାର ଦିଗାଲ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଯାତ୍ରା ର ଉଦଯାପନୀ ଉତ୍ସବରେ ଫିରିଙ୍ଗିଆ ବ୍ଲକ ଅଧକ୍ଷା ନମିତା କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଳିକ, କଂଗ୍ରେସ ନେତା ଘନ କୁମାର ଶବର, କନ୍ଧମାଳ ଜିଲ୍ଲା ତଥା ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଜଳନ୍ଧର ବେହେରା,କୁଏରମାଣ୍ଡୁ ସମିତି ସଭ୍ୟ ପଞ୍ଚାନନ ଦିଗାଲ, ପକାରୀ ସମିତି ସଭ୍ୟ ଅରୁଣ ଦିଗାଲ, ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର, ଗାଁ ମୁଖିଆ ଭୁବନେଶ୍ୱର ସାହୁ,ଲୋଇସିଂ ସରପଞ୍ଚ ପ୍ରତିନିଧି ଆଲୋକ କହଁର,ବରିଷ୍ଠ ସାମ୍ବାଦିକ ସୁବ୍ରତ ମିହାନ୍ତି,କମିଟି ମୁଖ୍ୟ ତଥା ଯାତ୍ରା ପ୍ରତିଷ୍ଠାତା ବନ ଦିଗାଲ,କୁଇ ସମାଜ ସଭାପତି ରାମଚନ୍ଦ୍ର ମଳିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ I କାର୍ଯ୍ୟକ୍ରମ କୁ ଲୋଇସିଂ ନାମଯଜ୍ଞ କମିଟି ସଭାପତି ପଞ୍ଚୁଦେବ ପ୍ରଧାନ ପରିଚାଳନା କରିଥିବା ବେଳେ ସମ୍ପାଦକ ବିବଛ ବଗର୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ I ଏହାସହ ପାଞ୍ଚଦିନ ଧରି କାର୍ଯ୍ୟକ୍ରମ ରେ ଯାତ୍ରା କମିଟି ର ସମ୍ପାଦକ ଗୋବିନ୍ଦ ଦିଗାଲ ଙ୍କ ସହ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ I

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)