କୁସୁମୀ ଠାରେ ମା ମହାଦେଇଙ୍କ କୋଟଯାତ୍ରା ଅନୁଷ୍ଠିତ ।

Nov 08, 2025 - 17:44
0 152
କୁସୁମୀ ଠାରେ ମା ମହାଦେଇଙ୍କ କୋଟଯାତ୍ରା ଅନୁଷ୍ଠିତ ।

ଝରିଗାଁ,୮l୧୧(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁସୁମୀ ଗ୍ରାମରେ ମା ମହାଦେଇଙ୍କ ବାର୍ଷିକ କୋଟଯାତ୍ରା ପାଳିତ ହୋଯାଇଛି।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ମହାଦେଇଙ୍କ କୋଟଯାତ୍ରା ବହୁ ଆଡମ୍ବର ସହକାରେ ପାଳିତ ହୋଇଛି।ଦିନ ତମାମ ମା ମହାଦେଇଙ୍କ ପୂଜାର୍ଚନା ସହ ମା କାଲି କଙ୍କାଲୁଣୀ, ଭିମାଦେଓ, ଖମ୍ବେଶ୍ୱରୀ, ଜଟିଆ ରାଓ, ବୁଢ଼ାଦେଓ ଓ ମାଏ ଆଦି ପାର୍ଶ୍ଵ ଦେଵାଦେବୀ ମାନଙ୍କ ପୂଜା ଅନୁଷ୍ଠିତ ହୋଇଥିଲା।ଅନ୍ତରାମ ପୂଜାରୀ ଓ ରାଇଧର ପୂଜାରୀ ପୂଜା କାର୍ଯ୍ୟ ତୁଲାଇ ଥିବାବେଳେ ଝରିଗାଁ ବ୍ଲକ ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ମାଙ୍କ ଯାତ୍ରା ଦେଖିବାକୁ କଳାହାଣ୍ଡି, ଛତିଶଗଡ, ବସ୍ତର ଆଦି ଜିଲ୍ଲାରୁ ମଧ୍ୟ ଶତାଧିକ ଶ୍ରଦ୍ଧାଳୁ ଆସିଥିବା ଦେଖିବାକୁ ମିଳିଛି |ଏହି ଅବସରରେ ସନ୍ଧ୍ୟା ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ମୁଖ୍ୟ ଅତିଥିଭାବେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଜେପି ବରିଷ୍ଠ କାର୍ଯ୍ୟକର୍ତା ପ୍ରଫୁଲ୍ଲ ପ୍ରଧାନୀ, ପୂର୍ବତନ ଝରିଗାଁ ମଣ୍ଡଳ ସଭାପତି ଗଣପତି ସାହୁ, ବଣୁଆଗୁଡା ପଂଚାୟତ ସଭାପତି ପୁସ୍ତମ ଗଣ୍ଡ ସହ ସମାଜସେବୀ, ସରପଞ୍ଚ, ୱାର୍ଡସଭ୍ୟ, ଗ୍ରାମର ପୂଜାରୀ ଓ ଅନ୍ୟମାନେ ଉପସ୍ଥିତ ରହି ମା ମହାଦେଇଙ୍କ କୋଟଯାତ୍ରା ସମ୍ପର୍କରେ ମତ ଦେଇଥିଲେ।ଶେଷରେ ଜନସାଧାରଣ ମାନଙ୍କ ମନୋରଞ୍ଜନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାତ୍ରିରେ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଗୋଟିଏ ଦେଶିଆ ନାଟକର ଆୟୋଜନ କରାଯାଇଥିଲା।କୋଟଯାତ୍ରାରେ ବିଭିନ୍ନ କିସମର ଦୋକାନ ବଜାର ଖୋଲା ଯାଇଥିବା ବେଳେ ବ୍ୟବସାୟୀ ମାନେ ଭଲ ବ୍ୟବସାୟ କରିଥିବା ଜଣା ପଡ଼ିଛି।ଭିଡକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ପାଇଁ ଝରିଗାଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User