ହେରା ପଞ୍ଚମୀ ଅବସରରେ ଅନୁଷ୍ଠିତ ହେଲା ଭଜନ ସମାରୋହ କାର୍ଯ୍ୟକ୍ରମ I

Jul 03, 2025 - 21:41
Updated: 1 year ago
0 119
ହେରା ପଞ୍ଚମୀ ଅବସରରେ ଅନୁଷ୍ଠିତ ହେଲା ଭଜନ ସମାରୋହ କାର୍ଯ୍ୟକ୍ରମ I

ଫିରିଙ୍ଗିଆ,୩l୭(ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ବ୍ଲକ ଛକ ନିକଟରେ ଥିବା ମାଉସୀ ମା ମନ୍ଦିର ରେ ଚତୁର୍ଥା ମୂରତି ଙ୍କ ପୁଜା ଅର୍ଚନା ଚାଲୁ ରହିଥିବା ବେଳେ ପ୍ରତ୍ୟହ ସନ୍ଧ୍ୟାରେ ନାମ ସଂକୀର୍ତନ୍ୟ କାର୍ଯ୍ୟକ୍ରମ ମଧ୍ୟ୍ୟ ଜାରିରହିଛି I ପ୍ରତ୍ୟହ ସନ୍ଧ୍ୟାରେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ପାଈଁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ମଧ୍ୟ୍ୟ ଲାଗିରହିଛି I ତେବେ ଏହି ଅବସରରେ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ ହେରା ପଞ୍ଚମୀ ଅବସରରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଥିଲା I କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଜଣାଶୁଣା ଭଜନ ମଣ୍ଡଳୀ କୋମଲ ଗାନ୍ଧାର ପରିବାର ତରଫରୁ ଭଜନ ସମାରୋହ କାର୍ଯ୍ୟକ୍ରମ ଟିକୁ ପରିବେଷଣ କରାଯାଇଥିବା ବେଳେ ମଣ୍ଡଳୀ ମୁଖ୍ୟ ତଥା ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଅସିତ କୁମାର ନନ୍ଦ ଓ ତାଙ୍କ ସାଥି କଳାକାର ମାନେ ଉପସ୍ଥିତ ରହି ଭଜନ ପରିବେଷଣ କରିଥିଲେ I ଅନ୍ୟପଟେ ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲ୍ଲାର ଜଣାଶୁଣା କଣ୍ଠଶିଳ୍ପୀ ପ୍ରାଣବନ୍ଧୁ ମହାରଣା, କନ୍ଧମାଳ ଜିଲ୍ଲାର ଜଣାଶୁଣା ଗୀତିକାର ସଙ୍ଗୀତ ନିର୍ଦେଶକ ଓ ସିନେ ଅଭିନେତା ରଂଜିତ ମୁଖି ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ତବଲା ରେ ଗୋପୀନାଥ ରାଉତ ରହିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ବବଲୁ ଓ ସୁମିତ I ସେହିପରି କଣ୍ଠଶିଳ୍ପୀ ଭାବରେ ରମାକାନ୍ତ ମାଝୀ, ଅର୍ଚିତା ବେହେରା ଏବଂ ସନ୍ଧ୍ୟା ରାଣୀ ସାହୁ ଉପସ୍ଥିତି ଥିବା ବେଳେ ଅକ୍ଟୋ ପେଡରେ ଚିଣ୍ଟୁ ରହିଥିଲେ I ପ୍ରଣାକୃଷ୍ଣ ମହାରଣା ଗାଇଥିବା ଅନୁପ ଜୁଏଲଟା ଓ ସମସ୍ତ କଣ୍ଠ ଶିଳ୍ପୀ ଙ୍କ ମନଛୁଆଁ ଭଜନ ଦର୍ଶକ ଙ୍କୁ ବାନ୍ଧି ରଖିପାରିଥିଲା I ତେବେ କାର୍ଯ୍ୟକ୍ରମ କୁ ପଲ୍ଲିଶ୍ରୀ ଯୁବକ ସଙ୍ଘ ସହ ରଥ ଯାତ୍ରା ପରିଚାଳନା କମିଟି ଆୟୋଜନ କରିଥିବା ବେଳେ ପରିଚାଲନା କମିଟି ସଭାପତି ବାଳକୃଷ୍ଣ ଜୁଣ୍ଡି ଙ୍କ ସହ ରାଜେଶ କୁମାର ନାଏକ, କଂସଦେବ ସାହୁ, ଜୟ ପାଣିଗ୍ରାହୀ, ଚନ୍ଦ୍ରମୋହନ ନାଏକ,ସଞ୍ଜୟ କୁମାର ଦିଗାଲ, ଶିବଶଙ୍କର ମହାପାତ୍ର, ପାପା ମହାପାତ୍ର, ଭୂୟାଁ ମୁଖି,ବେଣୁଧର ମୁଖି ଓ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ I ଭଜନ କାର୍ଯ୍ୟକ୍ରମ ରେ ଶତାଧିକ ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User