୧୨ ଦଫା ଦାବି ନେଇ ଶ୍ରମିକ ସଂଘଙ୍କ ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି।

Jul 11, 2025 - 19:07
0 25
୧୨ ଦଫା ଦାବି ନେଇ ଶ୍ରମିକ ସଂଘଙ୍କ ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି।

ଖଜୁରୀପଡା/ ଫୁଲବାଣୀ ୧୧l୭(ଷ୍ଟାର ନିୟୁଜ) : ଜୁଲାଇ ୯ ତାରିଖରେ ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ବିଭିନ୍ନ ସମସ୍ୟାକୁ ନେଇ ଶ୍ରମିକ ସଂଘ ପକ୍ଷରୁ ବିକ୍ଷୋଭ ଓ ଧର୍ମଘଟ କରାଯାଇଥିବାବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଏଆଇଟିୟୁସି ଶ୍ରମିକ ସଂଘ ପକ୍ଷରୁ ନିଖିଳ ଓଡିଶା ଉଦ୍ୟାନ ସାଥି ସଂଘ ସମସ୍ୟା ନେଇ ୧୨ ଦଫା ସମ୍ବଳିତ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଉଦ୍ୟାନ ସାଥୀ ମାନେ ୨୦୧୨ ମସିହାରୁ ଆଜି ପର୍ଯ୍ୟନ୍ତ ଏମ୍ ଜି ଏନ୍ ଆର୍ ଜି ଏ ଯୋଜନାରେ ଓଡ଼ିଶାର ବିଭିନ୍ନ ବ୍ଲକ୍ ରେ କାର୍ଯ୍ୟ କରି ଆସୁଛନ୍ତି । ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଉଦ୍ୟାନ ବିଭାଗରେ ଚାଲୁଥିବା ଏନ୍ ଆଇ ଆଇ ଏମ୍, ଏମ୍ ଆଇ ଡିଏଚ ସେସ,ସ୍ପାଇସ ମିଶନ,ଏଡି ଏ ପିଟି ଏଣ୍ଟ୍ରି ଫୁଡ୍,ପରି କାର୍ଯ୍ୟ କରାଯାଉଛି । ସେଥିରେ ଚାଷୀମାନଙ୍କର କ୍ଷେତ୍ର ପରିଦର୍ଶନ କରି ଚାଷୀ ମାନଙ୍କର ପ୍ରମାଣପତ୍ର ସଂଗ୍ରହ ସହ ଫର୍ମ ପୂରଣ ଓ ଅନ୍ ଲାଇନ୍ କରିବାକୁ ପଡ଼ୁଚି ତଦ୍ ସହିତ ଏହି କାର୍ଯ୍ୟ ଆବଶ୍ୟକ ସମୟରେ ଛୁଟି ଦିନରେ ମଧ୍ୟ କାର୍ଯ୍ୟ କରିବାକୁ ପଡ଼ିଥାଏ । ଏହି ପରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ମାସକୁ ମାସ ଦରମା ମିଳେନାହିଁ କେବଳ ମନରେଗା ଯୋଜନାର ସରକାର ଅନୁଦାନ ଅନୁସାରେ ଘୋଷିତ ଦୈନିକ ମଜୁରୀ ମିଳିଥାଏ । ଯାହା ଫଳରେ ଆମ୍ଭେ ନିଜର ପରିବାର ପ୍ରତିପୋଷଣରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଉ । ଚଳିତବର୍ଷ ୨୦୨୫-୨୬ ଆର୍ଥିକ ବର୍ଷରେ ଉକ୍ତ କାର୍ଯ୍ୟ ପାଇଁ ସରକାର ଅନୁଦାନ ବନ୍ଦ କରିଦେବା ଫଳରେ କାର୍ଯ୍ୟରତ ଉଦ୍ୟାନ ସାଥୀ ମାନେ ଜୀବିକା ହରେଇ ବସିଛନ୍ତି। ପୁଣି ଏହି ଯୋଜନାର ପ୍ରକଳ୍ପ ଗୁଡିକ ଦାଦନ ପ୍ରବଣ ଅଞ୍ଚଳରେ କାର୍ଯ୍ୟକରା ଯାଉଥିବା ବେଳେ ଲୋକ ମାନେ ପୁଣି ଥରେ କାମ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ତେଣୁ ଏହାକୁ ବିଚାର କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ପ୍ରକଳ୍ପ ପାଇଁ ଅନୁଦାନ ପ୍ରଦାନ କରି କାର୍ଯ୍ୟ କରିବାକୁ ସଂଘ ଦାବିକରିଛି । ଦାବିପତ୍ର ପ୍ରଦାନ ସମୟରେ କନ୍ଧମାଳ ଜିଲ୍ଲାର ନିଖିଳ ଓଡିଶା ଉଦ୍ୟାନ ସାଥି ସଂଘ ସଭାପତି ସୁଶାନ୍ତ ବଳିୟାର ସିଂ, ଏଆଇ ଟିୟୁସି ଶ୍ରମିକ ସଂଘ ଜିଲ୍ଲା ସଭାପତି ଶିଶିର ମଲିକ ପ୍ରଭଞ୍ଜନ ପ୍ରଧାନ , ସରୋଜ ମହାନନ୍ଦ, ନବୀନ ଦିଗାଲ, ପ୍ରଦୀପ ନାୟକ,ସତ୍ୟ ପ୍ରଧାନ,ସୁଦାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକଙ୍କୁ ଦାବି ପତ୍ର ଦିଆଯାଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User