ଅନୁଷ୍ଠିତ ହେଲା ନାଟକ ପ୍ରତିଯୋଗିତା ପାଈଁ ଚୁକ୍ତି ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ I

Jul 11, 2025 - 21:04
0 39
ଅନୁଷ୍ଠିତ ହେଲା ନାଟକ ପ୍ରତିଯୋଗିତା ପାଈଁ ଚୁକ୍ତି ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ I

ଫିରିଙ୍ଗିଆ,୧୧l୦୭(ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରରେ ଆସନ୍ତା ଦଶହରା ପୂଜା ପାଈଁ ଆୟୋଜିତ ହେବାକୁ ଯାଉଥିବା ଚାରିଦିନିଆ ସାମାଜିକ  ନାଟକ ପ୍ରତିଯୋଗିତା ପାଈଁ ଚୁକ୍ତି ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ କୁ ଫିରିଙ୍ଗିଆର ପଲ୍ଲିଶ୍ରୀ କଳାକାର ସଙ୍ଘ ଆୟୋଜନ କରୁଥିବା ବେଳେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ କ୍ଳବ ର ସଭାପତି କଂସଦେବ ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଚୁକ୍ତି ପତ୍ର କାର୍ଯ୍ୟକ୍ରମରେ କ୍ଳବ ର ସମ୍ପାଦକ ତଥା ବରିଷ୍ଠ ମଞ୍ଚ କଳାକାର ରାଜେଶ କୁମାର ନାଏକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ I ତେବେ ଏହି ଚାରିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ନାଟକ ପ୍ରତିଯୋଗିତାରେ ଜିଲ୍ଲାର ବଛାବଛା ଚାରୋଟି ନାଟ୍ୟ ସାଙ୍ଗ ଚୁକ୍ତି ପତ୍ର ସ୍ଵାକ୍ଷର କରିଥିବା ବେଳେ ସେମାନଙ୍କ ମଧ୍ୟ୍ୟରେ ବିଶିପଡା, ତାଳପଡା,ଗଞ୍ଜୁଗୁଡା ଓ ମାଳା ନାଟ୍ୟ ସଙ୍ଘ ରହିଛନ୍ତି I ଅନ୍ୟପଟେ ଏହି କାର୍ଯ୍ୟକ୍ରମ ରେ ନାଟ୍ୟ ସଙ୍ଘ ମାନଙ୍କର କଳାକାର ମାନଙ୍କ ସହ ସଭାପତି ସମ୍ପାଦକ ମାନେ ଉପସ୍ଥିତ ଥିବା ବେଳେ ଜିଲ୍ଲାର ଜଣାଶୁଣା ବରିଷ୍ଠ ନାଟ୍ୟ ନିର୍ଦେଶକ ମହାଦେବ ସାହୁ ଙ୍କ ସହ ଶିବପ୍ରସାଦ ନାଏକ, ରାଜୀବ ଦିଗାଲ, ସୁବ୍ରତ କୁମାର ମହାନ୍ତି ମଧ୍ୟ୍ୟ ଉପସ୍ଥିତ ଥିଲେ I ଅନ୍ୟମାନଙ୍କ ମଧ୍ୟ୍ୟରେ ପଲ୍ଲିଶ୍ରୀ କଳାକାର ସଙ୍ଘର ବରିଷ୍ଠ ସଦସ୍ୟ ତଥା ଜିଲ୍ଲାର ଜଣାଶୁଣା ମଞ୍ଚ ଉଦଗୋଷକ ସଞ୍ଜୟ କୁମାର ଦିଗାଲ ଙ୍କ ସହ ବରିଷ୍ଠ କଳାକାର ପ୍ରଦୀପ କୁମାର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User