୧୮୦ଲିଟର ଶଳଫ ତାଡି ସହିତ ଦୁଇ ଅଭିଯୁକ୍ତ ଗିରଫ ।

Dec 11, 2025 - 21:13
0 76
୧୮୦ଲିଟର ଶଳଫ ତାଡି ସହିତ ଦୁଇ ଅଭିଯୁକ୍ତ ଗିରଫ ।

ଝରିଗାଁ,୧୧l୧୨ (ଷ୍ଟାର ନିୟୁଜ ଓଡିଶା):ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ତେଲନଦୀଗାଁ ଗ୍ରାମ ପଂଚାୟତରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ 180ଲିଟର ଶଳଫ ତାଡି ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି |ଅଭିଯୁକ୍ତ ଦୁଇଜଣ ହେଲେ ଭୀମସେନ ସାହୁ (43)ଓ ଘନଶ୍ୟାମ ସାନ୍ତା (34) |ତେଲନଦୀଗାଁ ପଂଚାୟତ ସଦର ମହକୁମାର ଭୀମସେନ ସାହୁ ଙ୍କ ଠାରୁ 80ଲିଟର ଶଳଫ ତାଡି ସହିତ ଏକ ମଟର ସାଇକେଲ (ଓ ଆର 241850)ଜବତ କରାଯାଇଥିବା ବେଳେ ବେଲିପେଟା ଗ୍ରାମର ଘନଶ୍ୟାମ ସାନ୍ତାଙ୍କ ଠାରୁ 100ଲିଟର ଶଳଫ ତାଡି ସହିତ ଏକ ବାଇକ (ଓ ଡି 24 ଏଫ 2855)ଜବତ କରାଯାଇଥିବା ସୂଚନା ମିଳିଛି |ଉଭୟ ଅଭିଯୁକ୍ତଙ୍କୁ କର୍ମରୀ ଛକରେ ଗିରଫ କରିବା ପରେ ଝରିଗାଁ ଝରିଗାଁ ଜେଏମଏଫସି କୋର୍ଟରେ ହାଜିର କରାଯାଇଛି |ଉଭୟ ଅଭିଯୁକ୍ତଙ୍କ ନାରେ କେସ ନଂ 288/25-26 ଓ 289/25-26 ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି |ଏହି ଚଢ଼ାଉରେ ଅବକାରୀ ବିଭାଗର ଓଆଇସି ସୁଶୀଲ କୁମାର ଭୁଏଁ, ଏଏସଆଇ ଏମ କେ ପ୍ରଧାନ, ସୁବାସ ଚନ୍ଦ୍ର ଗୌଡ଼, ଛତର ଗଣ୍ଡ ଓ ଜ୍ୟୋସ୍ନା ହରିଜନ ପ୍ରମୁଖ ସାମିଲ ରହିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ରହିଛି ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User