୬୪ତମ ବାଟାଲିୟନ CRPF ରେ ଉତ୍ସାହର ସହ ପାଳିତ ହେଲା ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ
ଭବାନୀପାଟଣା, ୨୧/୦୬:(ଷ୍ଟାର ନିୟୁଜ ଓଡିଶା )ଶାରୀରିକ ସୁସ୍ଥତା, ମାନସିକ ସନ୍ତୁଳନ ଏବଂ ସୁସ୍ଥ ଜୀବନଶୈଳୀର ବାର୍ତ୍ତାକୁ ସାରା ବିଶ୍ୱରେ ପ୍ରସାରିତ କରିବା ଉଦ୍ଦେଶ୍ୟରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ୬୪ତମ ବାଟାଲିୟନ CRPF ପକ୍ଷରୁ ଏକ ବ୍ୟାପକ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାର, CRPF ମହାନିର୍ଦ୍ଦେଶାଳୟ (ପ୍ରଶିକ୍ଷଣ), ନୂଆଦିଲ୍ଲୀ ଏବଂ ଓଡ଼ିଶା ସେକ୍ଟର CRPF କାର୍ଯ୍ୟାଳୟଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଯୋଗ ଦିବସ ପ୍ରତିବର୍ଷ ୨୧ ଜୁନରେ ବିଶ୍ୱବ୍ୟାପୀ ଭାବେ ପାଳନ କରାଯାଇଥିଲା
କାର୍ଯ୍ୟକ୍ରମରେ ୬୪ତମ ବାଟାଲିୟନର କମାଣ୍ଡାଣ୍ଟ ଶ୍ରୀ ଅଜୟ କୁମାର ଅଧ୍ୟକ୍ଷତା କରିଥିଲେ। ତାଙ୍କ ସହ ଦ୍ୱିତୀୟ କମାଣ୍ଡିଂ ଅଧିକାରୀ ଶ୍ରୀ ଭି. ଜୟମାଧବନ, ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏସ୍.ଡି. ନାଗା ମାଲେସ୍ୱରାଓ (CMO-OG), ଡେପୁଟି କମାଣ୍ଡାଣ୍ଟ ଶ୍ରୀ ଜିତବାହନ ଓରାଓଁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ଜବାନ ଏବଂ ସ୍ଥାନୀୟ ନାଗରିକମାନେ ଯୋଗଦେଇଥିଲେ।
ଯୋଗ ପ୍ରଶିକ୍ଷକଙ୍କ ନେତୃତ୍ୱରେ ଉପସ୍ଥିତ ସମସ୍ତେ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରିଥିଲେ। ଏହି ଅବସରରେ ବକ୍ତାମାନେ ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ନିୟମିତ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଓ ମନକୁ ପ୍ରଶାନ୍ତ ରଖିବା ସହ ଜୀବନରେ ସକାରାତ୍ମକ ଶକ୍ତି ସଞ୍ଚାର କରିଥାଏ।
କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ନିୟମିତ ଭାବେ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ଆହ୍ୱାନ କରାଯାଇଥିଲା। ଦେଶର ସୁରକ୍ଷା ସହିତ ନିଜ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦେବାକୁ CRPF ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି,ବିଷ୍ଣୁ ଚରଣ ଙ୍କ ରିପୋର୍ଟ ଷ୍ଟାର ନ୍ୟୁଜ୍ ଓଡ଼ିଶା
What's Your Reaction?