86ଦିନରେ ପହଂଚିଲା ଵି ଏମ ସେମଳା ବାଲିଯାତ୍ରା ।

May 15, 2025 - 07:22
0 95

କୋଷାଗୁମୁଡା,୧୫l୫ ( ଷ୍ଟାର ନିୟଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବି ଏମ ସେମଳା ପଂଚାୟତ ସଦର ଠାରେ ଅନୁଷ୍ଠିତ ହୋଇଥିବା ବାଲିଯାତ୍ରା ଆଜି 86ଦିନରେ ପହଂଚିଛି |ଉକ୍ତ ବାଲିଯାତ୍ରା ଫେବୃଆରୀ ମାସ 17ତାରିଖରେ ଆରମ୍ଭ ହୋଇଥିବା ବେଳେ ଚଳିତ ମାସର 23ତାରିଖ ଦିନ ସମାପିତ ହେବା ନେଇ ସୂଚନା ମିଳିଛି |ଗ୍ରାମବାସୀ ଚାନ୍ଦା ଆଦାୟ କରି ନବରଙ୍ଗପୁର ବ୍ଲକ ଛଟାହାଣ୍ଡି ପଂଚାୟତ ଅନ୍ତର୍ଗତ ଦେଓଦୋରା ଗ୍ରାମର ଗୁରୁ ମାଇନି ଶ୍ରୀମତୀ ମନମତି ଭତରାଙ୍କୁ ବାଲିଯାତ୍ରା ପରିଚାଳନା ନିମନ୍ତେ ନିମନ୍ତ୍ରଣ କରି ଆଣିଛନ୍ତି |ଶ୍ରୀମତି ଭତରାଙ୍କ ଉପସ୍ଥିତିରେ ଶୁଭ ଖୁଣ୍ଟ ସ୍ଥାପନ କରାଯିବା ପରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା |ପରେ ଗୁରୁ ମାଇନି ବିଦ୍ଧବଦ୍ଧ ଭାବେ ସବୁ ଦେବାଦେବୀଙ୍କ ପୂଜାର୍ଚନା କରି ସମସ୍ତ ଦେବାଦେବୀଙ୍କ ଆବାହନ କରିଛନ୍ତି |ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କୁମାରୀ ଝୀଅ, ପୁଅ, ବିବାହିତା ମହିଳା ଓ ପୁରୁଷ ମାନଙ୍କ ଦେହରେ ଦେବାଦେବୀ ମାନେ ବିରାଜିତ ହୋଇ ନାଗରା଼ ମହୁରୀ ତାଳେ ତାଳେ ନୃତ୍ୟ କରୁଛନ୍ତି |ଦେବାଦେବୀ ମାନଙ୍କ ଏହି ନୃତ୍ୟ ଦେଖିବା ପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଜନସାଧାରଣମାନେ ବାଲି ମଣ୍ଡପ ଠାରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି |ଗ୍ରାମବାସୀ ଏହି ବାଲିଯାତ୍ରା ଉପଲକ୍ଷେ ଆଖପାଖ 24ଖଣ୍ଡ ଗ୍ରାମର ମାଝୀ, ପୂଜାରୀ, ଗାଣ୍ଡା,ଚଲାନ ଓ ଜନସାଧାରଣ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି |ଚଳିତ ମାସର 9ତାରିଖ ଦିନ ବିଦ୍ଧିବଦ୍ଧ ବାଲି ଉଠେଇବା ପରେ ଆଜି ବାଲିରେ ବିହନ ବୁଣାଯାଇଛି |ବିହନ ବୁଣିବାର 9ଦିନ ପରେ ବାଲି ଯିବାର ପରମ୍ପରା ରହିଥିବାରୁ ଆସନ୍ତା 23ତାରିଖ ଦିନ ବାଲି ଯିବ ବୋଲି ଗୁରୁ ମାଇନି ସୂଚନା ଦେଇଛନ୍ତି |ଏହି ବାଲିଯାତ୍ରାରେ ଶତାଧିକ ଦେବାଦେବୀଙ୍କୁ ଆବାହନ କରାଯାଇଛି |ବାଲି ଉଠେଇଲା ଦିନ ଜନସାଧାରଣ ମାନଙ୍କ ମନୋରଞ୍ଜନ ପାଇଁ ଏକ ଦେଶିଆ ନାଟକ ଆୟୋଜିତ କରାଯାଇଥିବା ବେଳେ ଆଜି ବିହନବୁଣା ଉପଲକ୍ଷେ ମଧ୍ୟ ଡାବୁଗାଁ ବ୍ଲକ ମେଦନା ଗ୍ରାମର ନାଟକ ମଞ୍ଚସ୍ଥ ହେଉଥିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି |ଆୟୋଜିତ ବାଲିଯାତ୍ରାରେ ଗ୍ରାମର ପୂଜାରୀ ଓ ଶିରା ମାନଙ୍କ ମଧ୍ୟରେ ବନମାଳୀ ପୂଜାରୀ, ଶିରା ଶ୍ରୀଧର ଭତରା ଅର୍ଜୁନ ଭତରା, ରବି ମାଝୀ, କମଳଚନ ଶିରା, ମହେଶ ଶିରା ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ବେଳେ କମିଟି ସଦସ୍ୟ ମାନଙ୍କ ମଧ୍ୟରେ ସଭାପତି ପଦମସାଇ ମାଳି, ଉପ ସଭାପତି ପୂରନ ମାଝୀ, ଅର୍ଜୁନ ମାଝୀ ଓ ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମର ସୁପରିଚାଳନା କରୁଛନ୍ତି |।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User