ନବୋଦୟ ପରୀକ୍ଷାରେ 95.2ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପ୍ପର ବିଷ୍ଣୁପ୍ରିୟା ।

May 15, 2025 - 11:25
0 202

ରାଇଘର,୧୫l୫ ( ଷ୍ଟାର ନିୟଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୋଦଭଟ୍ଟା ଗ୍ରାମ ନିବାସୀ ଫଗନୁ ଗଣ୍ଡଙ୍କ ସୁକନ୍ୟା ବିଷ୍ଣୁପ୍ରିୟା ଗଣ୍ଡ ନବୋଦୟ ପରୀକ୍ଷାରେ 95.2ପ୍ରତିଶତ ନମ୍ବର ରଖି ସ୍କୁଲ ତଥା ଜିଲ୍ଲା ଟପ୍ପର ହୋଇ ନିଜ ବିଦ୍ୟାଳୟ ତଥା ନିଜ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି |ବିଷ୍ଣୁପ୍ରିୟା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ସ୍ଥିତ ନବୋଦୟ ବିଦ୍ୟାଳୟରେ ରହି ପାଠ ପଢୁଥିଲେ |ତାଙ୍କ ପିତା ଫଗନୁ ଗଣ୍ଡ ରାଇଘର ଗଣ୍ଡୱାନା ବିକାଶ ମଣ୍ଡଳ ର ସମ୍ପାଦକ ରହିବା ସହିତ ହାଟଭରଣ୍ଡୀ ପୁରୁଣା ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ରହିଥିବା ବେଳେ ମା ଅନିତା ଗଣ୍ଡ ଅମ୍ଳୀଭଟ୍ଟା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି |ବିଷ୍ଣୁପ୍ରିୟା ଏହି ସଫଳତା ପାଇଁ ପ୍ରତିଦିନ 10ଘଣ୍ଟା ଲେଖାଏଁ ପରିଶ୍ରମ କରିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି |ତତ ସହିତ ସେ ଭବିଷ୍ୟତ ରେ ଜଣେ ଆଇ ଏ ଏସ ଅଫିସର ହେବାର ସ୍ବପ୍ନ ଦେଖିଛନ୍ତି |ରାଇଘର ବ୍ଲକ ତଥା ରାଜ୍ୟର ପଛୁଆ ଅଞ୍ଚଳ ଭଳି ଜଣେ ଛାତ୍ରୀ ଏଭଳି ଏକ ମହାନ ସଫଳତା ଅର୍ଜନ କରିଥିବାରୁ ସେ ଜିଲ୍ଲା ପାଇଁ ଗୌରବ ଆଣିଦେବା ସହିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିଗ ଦର୍ଶନର ଉଦାହରଣ ପାଲଟିଛନ୍ତି |ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି |ସମସ୍ତେ ବିଷ୍ଣୁପ୍ରିୟାଙ୍କୁ ଶୁଭେଚ୍ଛା ଜଣେଇବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା କରୁଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User