ଝରିଗାଁ, ଉଦ୍ୟାନ ବିଭାଗ ତରଫରୁ ଚାଷୀଙ୍କୁ କଞ୍ଚା ହଳଦୀ ବଣ୍ଟନ |

May 15, 2025 - 15:45
0 134

ଝରିଗାଁ,୧୫l୫ ( ଷ୍ଟାର ନିୟୁଜ ଓଡ଼ିଶା): ଆଜି ଝରିଗାଁ ସ୍ଥିତ ଉଦ୍ୟାନ କାର୍ଯ୍ୟାଳୟ ଠାରେ ବିଭାଗ ତରଫରୁ ଚାଷୀଙ୍କୁ କଞ୍ଚା ହଳଦୀ ବଣ୍ଟନ କରାଯାଇଛି |ମିଳିଥିବା ସୂଚନା ପ୍ରକାରେ ବ୍ଲକର 150ଜଣ ଚାଷୀଙ୍କୁ ମୁଣ୍ଡ ପିଛା ଦେଢ଼ କ୍ୱିଣ୍ଟାଲ ଲେଖାଏ କଞ୍ଚା ହଳଦୀ ପ୍ରଦାନ କରାଯାଉଛି, ଯାହାର ମୂଲ୍ୟ ରହିଛି କିଲୋ ପ୍ରତି ମାତ୍ର 10ଟଙ୍କା |ଏହି କଞ୍ଚା ହଳଦୀ ଆଜି ପ୍ରଥମ ଦିନରେ କିଛି ଚାଷୀଙ୍କୁ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ଚାଷୀ ମାନଙ୍କୁ ମଧ୍ୟ ପ୍ରଦାନ କରାଯିବ |ସର୍ବମୋଟ 2କ୍ୱିଣ୍ଟାଲ 25କେଜି କଞ୍ଚା ହଳଦୀ ବଣ୍ଟନ କରାଯିବାର ଉଦେଶ୍ୟ ରହିଛି |ବିଗତ ସରକାରଙ୍କ ସମୟରେ ଚାଷୀଙ୍କ ପାଇଁ କଣ ସବୁ ଆସୁଥିଲା ଓ କେଉଁମାନେ ପାଉଥିଲା ତାର କୌଣସି ସୂଚନା ଚାଷୀଙ୍କ ପାଖରେ ପହଂଚୁ ନଥିଲା, ହେଲେ ବିଜେପି ସରକାର ଆସିବା ପରଠାରୁ ଚାଷୀଙ୍କ ଉଦେଶ୍ୟ ହେଉଥିବା ସମସ୍ତ ଯୋଜନା ଚାଷୀଙ୍କ ପାଖରେ ପହଂଚିବା ସହିତ ସମସ୍ତ ସୁବିଧା ଚାଷୀ ହାତ ପାହାନ୍ତରେ ପାଇଁ ପାରୁଥିବାରୁ ଚାଷୀ ମହଲରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି |ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉଦ୍ୟାନ କାର୍ଯ୍ୟାଳୟର ଏ ଏଚ ଓ ଲିଙ୍କନ ମେହେର,ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀ,ଗଣପତି ସାହୁ, ପଂଚାୟତ ସଭାପତି ଚୈତନ୍ୟ ନଦିଆ ପ୍ରମୁଖ ଉପସ୍ଥିତ ରହିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User