Breaking _କଳାହାଣ୍ଡି:ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର l

Sep 09, 2025 - 22:51
0 22
Breaking _କଳାହାଣ୍ଡି:ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର l

କଳାହାଣ୍ଡି ଜିଲ୍ଲା ତା. ୯/୯( ଷ୍ଟାର ନିୟୁଜ ଓଡିଶା )ଜୟପାଟଣା ବ୍ଲକ ଉଛୁଲା ପଞ୍ଚାୟତ କୁଣ୍ଡିଗୁଡା ଗ୍ରାମର ବୃଦ୍ଧ ଉଦେ ମାଝୀ ଆଜି ଭୋର ସକାଳୁ ଶୌଚ ହେବାପରେ ଗାଁ ନିକଟସ୍ଥ ନିଜ ଚାଷଜମି କୁ ଯାଉଥିବାବେଳେ ଗାଁ ନିକଟରେ ଥିବା ଜଙ୍ଗଲ ରୁ ଖାଦ୍ୟ ଅନ୍ୱେଷଣ ରେ ଆସିଥିବା ଭାଲୁ ହାବୁଡ଼ରେ ପଡି ଯାଇଥିଲେ।ଭାଲୁ ବୃଦ୍ଧ ଙ୍କ ମୁଣ୍ଡ ଓ ପିଠି କୁ କ୍ଷତାକ୍ତ ଆକ୍ରମଣ କରି ସେଠାରୁ ଚାଲି ଯାଇଥିବାବେଳେ,ଗୁରୁତର ବୃଦ୍ଧ ଙ୍କୁ ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବୃଦ୍ଧ ଙ୍କ ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 7
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User