ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ ଭିନ୍ନକ୍ଷମ ଶିକ୍ଷ୍ୟାର୍ଥୀ ଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ ଶିବିର।

Jul 31, 2025 - 20:58
0 27
ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ ଭିନ୍ନକ୍ଷମ ଶିକ୍ଷ୍ୟାର୍ଥୀ ଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ ଶିବିର।

ଭବାନୀପାଟଣା ତା ୨୯.୦୭.(ଷ୍ଟାର ନିୟୁଜ ଓଡିଶା )ସ୍ଥାନୀୟ ବାପୁଜୀ ଉଚ୍ଚ ବିଦ୍ୟାଳୟ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ ଭିନ୍ନକ୍ଷମ ଶିକ୍ଷ୍ୟାର୍ଥୀ ଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ ଶବିର ଏକ ଉତ୍ସାହ ପୂଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରସରେ ମୁଖ୍ୟ ଅତିଥି ଭାବରେ ଏ.ଡ଼ି.ଏମ.କଳାହାଣ୍ଡି ବୈତୁରା ଦୀପ, ଜିଲ୍ଳା ଶିକ୍ଷା ଅଧିକାରୀ ରାଧକାନ୍ତ ଛତ୍ରୀ, ଡ଼ି.ପି.ଇ.ଓ.ରୂପସିଂ ରାଉତ ,ଆଇ.ଇ.ଡ଼ି.ଜିଲ୍ଳା ସଂଯୋଜିକା ଲିପିକା ଅପରାଜିତା,ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ ଆଚାରୀ ଶବର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ,ଜଗଦୀଶ ଚନ୍ଦ୍ର ମୁଣ୍ଡ, ଫେସିଲିଟେଟର ଇଂକ୍ଲୁସିବ ଏଜୁକେସନ ଅମିତ କୁମାର ପ୍ରଧାନ,ଆଇ ଫେସିଲିଟେଟର  ସାଇଟ ଶେବର ଲୋକନାଥ  ମହାପାତ୍ର ,ଜିଲ୍ଲା ମୁଖ୍ୟ ଚିକତ୍ସାଲୟର ରେଡ଼ିଓଲଜିଷ୍ଟ,ପ୍ରମୁଖ ମଞ୍ଚସିନ ହୋଇ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ କରି ତାଙ୍କୁ ଉତ୍ସାହିତ କରିଥିଲେ। ଭବାନୀପାଟଣା ବି.ଆର.ସି.ସି.ଜୟକୁମାର ମାଝୀ ଉକ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ସଭାକାର୍ଯ୍ୟ ପରିଚାଳନା କରଥିବାବେଳେ ,ସି.ଆର.ସି.ସି.ବୈକୁଣ୍ଠ ବେମାଲ. ଦିଲୀପ ଚୌଧୁରୀ, ବିଶ୍ୱଜିତ ରାୟ, ପ୍ରଫୁଲ୍ଲ କୁମାର ଠାକୁର ଜିଲ୍ଳା ଅନ୍ତର୍ନିବେସି  ଶିକ୍ଷା କେନ୍ଦ୍ରରେ କାଯ୍ୟରତ ସଂଜୀବ କୁମାର ସାହୁ,ନବିନ ବାଗ,ନରେଶ ବାଗ, ଗଜାନନ ହରିଜନ,ସଞ୍ଜିତା ଶୁକ୍ଳା ଏବଂ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଟି ବେଶ ପ୍ରଭାବଶାଳି ହୋଇପାରିଥିଲା।  ଶେଷରେ ବି.ଆର.ଟି.ରଂଜନ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ସଂଖ୍ୟାରେ ଉପସ୍ଥିତ ଅବିଭାବକ ,ଅବିଭାବିକା ସମଗ୍ର ଶିକ୍ଷା କଳାହାଣ୍ଡି ତରଫରୁ ଆୟୋଜିତ ଏହି ଅଭିନବ ପ୍ରୟାସ କୁ ଉଚ୍ଚ ପ୍ରସଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User