ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଘଟଣାରେ ସାଂସଦଙ୍କୁ ଲିଖିତ ଅଭିଯୋଗ ପ୍ରଦାନ ।

Nov 17, 2025 - 21:32
Updated: 10 months ago
0 121
ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଘଟଣାରେ ସାଂସଦଙ୍କୁ ଲିଖିତ ଅଭିଯୋଗ ପ୍ରଦାନ ।

ଫିରିଙ୍ଗିଆ,୧୭l୧୧(ଷ୍ଟାର୍ ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମଣିପଦର ଗାଁରେ ଥିବା ଅଙ୍ଗନବାଡି କର୍ମୀ ଙ୍କ ମୃତ୍ୟୁ ପରେ ନୂତନ ଭାବରେ ଅଙ୍ଗନବାଡି କର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇଁ ଦୀର୍ଘ ଦିନ ହେବ ମଣିପଦର ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଉତ୍ୟକ୍ତ ଗ୍ରାମବାସୀ କର୍ମୀ ଚୟନ ନେଇଁ ଅଙ୍ଗନବାଡି କେନ୍ଦ୍ର ରେ ତାଲା ପକାଇଥିବା ବେଳେ ସମ୍ୱନ୍ୱିତ ଶିଶୁ ବିକାଶ ଏବଂ ବ୍ଲକ ପ୍ରଶାସନ ତରଫରୁ ବାରମ୍ବାର ଗ୍ରାମବାସୀ ଙ୍କୁ ବୁଝା ସୁଝା ପରେ ଗ୍ରାମବାସୀ ତାଲା ନ ଖୋଲିବାରୁ ବାଧ୍ୟ ହୋଇ ପୁଲିସ ଓ ପ୍ରଶାସନ ମିଶି ଅଙ୍ଗନବାଡି କେନ୍ଦ୍ରରୁ ତାଲା ଭଙ୍ଗା ଜାଇ ପୁଣି ଥରେ ଅଙ୍ଗନବାଡି କେନ୍ଦ୍ରକୁ ଚଳାଇବାକୁ ଚେଷ୍ଟା କରାଯାଇଛି l ଏହି ଘଟଣା ପରେ ଗ୍ରାମରେ ଗ୍ରାମବାସୀ ଙ୍କ ତରଫରୁ ବୈଠକ କରିବା ସହ ଅଙ୍ଗନବାଡି କେନ୍ଦ୍ରକୁ ପିଲା ନ ପଠାଇବାକୁ ନିଷ୍ପତି ଗ୍ରହଣ କରିଥିଲେ ଗ୍ରାମବାସୀ l ଏହି ଘଟଣା ରେ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ସହ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲାପାଳ ଙ୍କୁ ଅଙ୍ଗନବାଡି କର୍ମୀ ନିଯୁକ୍ତି ରେ ଅନିୟମିତତା ହୋଇଥିବା ଏବଂ ଏହାକୁ ଗୁରୁତ୍ୱ ଦେଇ ଆଲୋଚନା କରିବାକୁ ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ l କିନ୍ତୁ ଦୀର୍ଘ ଦିନ ବିତି ଯାଇଥିବା ବେଳେ ଏହାର ସମାଧାନ ନ ହେବାରୁ ବାଧ୍ୟ ହୋଇ ମଣିପଦର ଗ୍ରାମବାସୀ ଙ୍କ ସହ ଅଙ୍ଗନବାଡି କର୍ମୀ ପାଇଁ ଆଶାୟୀ ମହିଳା ମାନେ ଆଜି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କୁ ଫୁଲବାଣୀ ରେ ଭେଟି ନ୍ୟାୟ ପାଇବା ପାଇଁ ଲିଖିତ ଦାବୀ ପତ୍ର ପ୍ରଦାନ କରା ଯାଇଛି l ଅନ୍ୟପଟେ ଆଗାମୀ ଦିନରେ ନିଯୁକ୍ତି ପ୍ରକ୍ରିୟା କୁ ତଦନ୍ତ କରି ଗ୍ରାମବାସୀ ଙ୍କୁ ନ୍ୟାୟ ପ୍ରଦାନ ନ କଲେ ଆଇନ ଆଶ୍ରୟ ନିଆଯିବ ବୋଲି ଆସାଇ ପ୍ରାର୍ଥୀନି ଏବଂ ଗ୍ରାମବାସୀ ଦାବୀ କରିଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User