ଝରିଗାଁ ଜେଏମଏଫସି କୋର୍ଟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ।

Nov 17, 2025 - 18:45
0 45
ଝରିଗାଁ ଜେଏମଏଫସି କୋର୍ଟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ।

ଝରିଗାଁ,୧୭l୧୧(ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ସ୍ଥିତ ପ୍ରଥମ ବିଚାରପତିଙ୍କ ଅଦାଲତ ଠାରେ ଆଜି ବ୍ଲକର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା |ପ୍ରଥମ ଶ୍ରେଣୀ ବିଚାରପତି ମହୋଦୟା ସଂଘମିତ୍ରା ଦ୍ବିବେଦୀଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ଶିବିରରେ ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀମତୀ ଦ୍ବିବେଦୀ, ଓକିଲ ସଞ୍ଜୟ ନାୟକ, ସୁବାସ ପଟ୍ଟନାୟକ, ମଧ୍ୟମ ଖରାଟି ମଞ୍ଚାସିନ ରହିଥିବା ବେଳେ ଚିଫ ଆଡ଼ମିନିଷ୍ଟ୍ରେଟିଭ ଅଫିସର ବୈକୁଣ୍ଠ ମାଝୀ, ହର୍ଷ ନାୟକ, ଲକ୍ଷ୍ମୀତା ବରାଳ, ଯମୁନା ସ୍ୱାଇଁ,ସନ୍ତୋଷ ଦୋରା, ଚିନ୍ମୟ ନାୟକ, ସରୋଜ କୁମାର ପତି, ଜୟଦେବ ଢାଳି ପ୍ରମୁଖ ଉପସ୍ଥିତ ରହିଥିଲେ |ମଞ୍ଚାସିନ ବିଚାରପତି ଓ ଓକିଲ ମାନେ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ବିଭିନ୍ନ ଯୋଜନା ଓ ଆଇନା ବିଷୟରେ ସଚେତନ କରିବା ସହିତ ପୁଅବୋହୁ, ଝିଅଜ୍ୱାଇଁ କିମ୍ବା ଅନ୍ୟ ସମ୍ପର୍କୀୟ ମାନଙ୍କ ଦ୍ୱାରା ଉତ୍ପୀଡନ ଓ ଅତ୍ୟାଚାରର ଶିକାର ହେଉଥିବା ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ବୁଝେଇଥିଲେ ଓ ସେମାନଙ୍କ ସୁରକ୍ଷା ପାଇଁ ଆଇନର ଦ୍ୱାର ସବୁବେଳେ ଖୋଲା ରହିଥିବା ଜଣେଇଥିଲେ |ପରେ ସମସ୍ତଙ୍କୁ ଧନ୍ୟବାଦ ଜଣେଇ ବୈଠକ ଶେଷ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User