ଅଜଣା ବ୍ୟକ୍ତିର ଝୁଲନ୍ତା ଶବକୁ ଉଦ୍ଧାର କଲା ଫୁଲବାଣୀ ପୋଲିସ୍
ଫୁଲବାଣୀ ତା. ୧୪/୦୩( ଷ୍ଟାର ନିୟୁଜ ଓଡିଶା ) କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ଥାନା ଅନୁର୍ଗତ ପକନା ଗାଁ ସେବାଶ୍ରମ ପଛପଟ ବାଜଡ଼ି ଜଙ୍ଗଲର ଏକ ଗଛରେ ଜଣେ ଅଜଣା ବ୍ୟକ୍ତିର ଝୁଲୁଥିବା ମୃତ ଦେହ ସଦର ଥାନା ପୋଲିସ୍ ଉଦ୍ଧାର କରିଛି। ସୂଚନା ଯୋଗ୍ୟ ସେହି ଜଙ୍ଗଲ ନିକଟସ୍ଥ ଗ୍ରାମର ଜଣେ ବ୍ୟକ୍ତି ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, ଜଙ୍ଗଲରେ ଜଣେ ବ୍ୟକ୍ତିର ଶବ ଝୁଲୁଥିବା ଦୃଶ୍ୟ ଦେଖି ଆସି ଅଞ୍ଚଳବାସୀଙ୍କୁ ଏବଂ ସଦର ଥାନାର ଛାଟିଆକୁ କହିଥିଲେ । ଛାଟିଆ ପ୍ରତାପ ଦିଗାଲ ଘଟଣା ସମ୍ପର୍କରେ ସଦର ଥାନାରେ କହିଥିଲେ। ସଦର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଜଣେ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର କରିଥିଲା। ପୋଲିସ୍ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ୫/୨୬ ରୁଜୁ କରି, ଶବକୁ ବ୍ୟବଚ୍ଛେଦ କରିବା ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଜଙ୍ଗଲରେ ଝୁଲନ୍ତା ଅବସ୍ଥାର ମୃତ ବ୍ୟକ୍ତି ଜଣକ ଲୁଙ୍ଗି ପିନ୍ଧି ଥିବା ବେଳେ ଗୋଟିଏ ଗୋଡ ଉପରକୁ ଭୂମି ଠାରୁ ରହିଥିବା ବେଳେ ଅନ୍ୟ ଗୋଡ ଭୂମି ପର୍ଶ କରିବା ଠାରୁ ଟିକିଏ ଦୂରରେ ଥିଲା I ମୃତ ବ୍ୟକ୍ତିର ଗୋଡ ପୋଡ଼ି କଳା ଦିଶୁଥିବା ବେଳେ ଦେହର ଉପର ଭାଗ ମାଂସ ପୋଚି ଗନ୍ଧ ହେଉଥିଲା । ମୃତ ବ୍ୟକ୍ତି ଲୁଙ୍ଗି ପିନ୍ଧିଥିବା ହେତୁ ମୂଲ ମଜୁରୀ ଶ୍ରମିକ ଶ୍ରେଣୀର ଅଜଣା ବ୍ୟକ୍ତି ବୋଲି ଅନୁମାନ କରୁଛି ପୋଲିସ। ପାରିପାର୍ଶିକ ଦୃଷ୍ଟିରୁ ଶବକୁ ଦେଖିଲେ ତା ଦେହରେ କୌଣସି ଚିହ୍ନ ନାହିଁ। ବ୍ୟକ୍ତି ଜଣକ ନିଜ ଆତ୍ମହତ୍ୟା କରିଥିବା ପୋଲିସ୍ ସନ୍ଦେହ କରୁଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅଞ୍ଚଳବାସୀ ମୃତ ବ୍ୟକ୍ତିର ଶବ ଦେଖି କେହି ଜୀବନରେ ମାରିଦେଇ ଆତ୍ମହତ୍ୟାର ରୂପ ଦେବା ପାଇଁ ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରୁଛନ୍ତି। ଘଟଣାର ତଦନ୍ତ ଅଧିକାରୀ ଫୁଲବାଣୀ ସଦର ଥାନା ଏଏସ୍ ଆଇ ରାମ କୃଷ୍ଣ ନାୟକ ଦାୟିତ୍ଵ ନେଇ ତଦନ୍ତ ଚଳାଇଥିବା ବେଳେ ଘଟଣାର ସତ୍ୟା ସତ୍ୟ ଜାଣିବା ନିମନ୍ତେ ପୋଲିସ୍ ତଦନ୍ତ ଜାରି ରଖୁଛି। ପୋଷ୍ଟ ମୋର୍ଟମ୍ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ସଦର ଥାନା ଅଧିକାରୀ ପ୍ରଦୀପ କୁମାର ଜେନା ଗଣମାଧ୍ୟମ ସୂଚନା ଦେଇଛନ୍ତି। ମୃତ ବ୍ୟକ୍ତିର ଠିକଣା ଜଣା ପଡ଼ି ନାହିଁ।
କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ ଷ୍ଟାର ନିୟୁଜ୍ ଓଡ଼ିଶା
What's Your Reaction?