ଅଭିଯୁକ୍ତ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କପ୍ରତି କାର୍ଯ୍ୟାନୁଷ୍ଠାନ କେବେ ?

Sep 4, 2025 - 22:42
 0  45
ଅଭିଯୁକ୍ତ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କପ୍ରତି କାର୍ଯ୍ୟାନୁଷ୍ଠାନ କେବେ ?

ଗୋଲାମୁଣ୍ଡା/୪/୯/୨୫/ -(ଷ୍ଟାର ନିୟୁଜ ଓଡିଶା) ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ବୋଲି ଶାସ୍ତ୍ର କହେ। ତେବେ ସମୟ ବଦଳିବା ସହ ପବିତ୍ର ଗୁରୁ ପରମ୍ପରା ଆଉ ନାହିଁ। ଏହାର ଏକ ଉଦାହରଣ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବନ୍ଦା ଗାଁଠାରେ ଦେଖିବାକୁ ମିଳିଛି।   ଶିକ୍ଷକ ସୁନୀଲ ଭୋଇଙ୍କ ପ୍ରେମରେ ପ୍ରତାରିତ ପ୍ରେମିକା କଳିକା (ଛଦ୍ମ ନାମ) ଆତ୍ମହତ୍ୟା କରିବା  ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ଅପରପକ୍ଷରେ ଶିକ୍ଷକ ଶ୍ରୀ ଭୋଇଙ୍କ ଏଭଳି ପ୍ରକୃତି ଅଂଚଳରେ  ଚର୍ଚ୍ଚାର ବିଷୟ ପାଲଟିଛି।ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ,  ଜିଲ୍ଲ|ର  ଦଶପୁର ଫାଣ୍ଡି ଅନ୍ତର୍ଗତ ବନ୍ଦା ଗାଁର  ଚମାର ମାଝୀ ଦୈନିକ କୁଲି ମଜୁରୀ କଲେ ଚୁଲି ଜଳେ। ତଥାପି କଷ୍ଟେ lମଷ୍ଟେ ଏକମାତ୍ର ଝିଅ କଳିକା (୨୦) ଙ୍କୁ କଲେଜ୍ ପର୍ଯ୍ୟନ୍ତ ପାଠ ପଢ଼ାଇ ଅନେକ ସ୍ବପ୍ନ ଦେଖିଥିଲେ। ହେଲେ ଝିଅର ଆତ୍ମହତ୍ୟା ଯୋଗୁଁ ତାଙ୍କ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଛି। ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟର ସହଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କ ସହ କୁଆଡେ ବହୁ ଦିନରୁ କଳିକାର ପ୍ରେମ ସମ୍ପର୍କ ଥିଲା। ଏମିତି କି ଝିଅକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅନୈତିକ ସମ୍ପର୍କ ପର୍ଯ୍ୟନ୍ତ ନେଇଥିବା  ବାପା ଚମାର ମାଝୀ ଓ ମା ଦେବକୀ ମାଝୀ ପ୍ରକାଶ କରିଛନ୍ତି। ଆତ୍ମା ହତ୍ୟା ପରେ ଝିଅର ଏକ ହାତ ଲେଖା ଡାଇରୀ, ନୋଟ ଖାତା ଏବଂ ମୋବାଇଲ୍ ମଧ୍ୟ ଦଶପୁର ପୋଲିସ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା  ଜବତ କରିଛନ୍ତି।  ଶିକ୍ଷକ ଧୀରେ ଧୀରେ କଳିକାଠାରୁ ଦୂରେଇ ରହିବା ସହ ଧରାଛୁଆଁ ନ ଦେବାରୁ ଲୋକ ଲଜ୍ଜାକୁ ଭୟରେ କୌଣସି ଉପାୟ ନ ପାଇ ଗତ ତା ୩୧/୮/୨୫/ରବିବାର ସକାଳ ନଅ ଘଣ୍ଟା ସମୟରେ କଳିକା ମାଝୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାଯାଏ। ପ୍ରଥମେ ଫରଙ୍ଗସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ଭବାନୀପାଟଣା  ମେଡିକାଲ କୁ ନେଇ ଚିକିତ୍ସା କରିବା ପରେ ଡ଼ାକ୍ତର  ମୃତ୍ୟୁ ଘୋଷଣା କରି ଥିଲେ।ଘଟଣାସ୍ଥଳକୁ ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରି ଥିଲେ। ବୋଲି ଜନ କଲ୍ୟାଣ ସାମ୍ବାଦିକ ସଂଘର କର୍ମକର୍ତ୍ତା ତୁରନ୍ତ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ନ ଗଲେ  ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ  ବୋଲି ଚେତାବନୀ ଦେଇଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR