ମଦନ ପୁର ରାମପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦାବୀରେ ବନ୍ଦ ଡାକରା

Sep 04, 2025 - 23:26
0 35
ମଦନ ପୁର ରାମପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦାବୀରେ  ବନ୍ଦ ଡାକରା

କଳାହାଣ୍ଡି ଜିଲ୍ଲା ତା. ୪/୯ (ଷ୍ଟାର ନିୟୁଜ ଓଡିଶା)ମଦନ ପୁର ରାମପୁର ବ୍ଲକ ଦୀର୍ଘ ଦିନ ଧରି ରାଜସ୍ୱ ଉପଖଣ୍ଡ ଦାବୀ କରି ଆସୁଥିବା ବେଳେ ପୂର୍ବ ସରକାର ମଦନପୁର ରାମପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ କରିବା ପାଇଁ ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ପରେ ଡବଲ ଇଞ୍ଜିନ ସରକାର ଆସିଲା ପରେ ଜିଲ୍ଲାର ଜୟ ପାଟଣା ଓ ନର୍ଲାକୁ ବିଜ୍ଞାପିତ ଅଞ୍ଚଳପରିଷଦଘୋଷଣା ସ୍ୱାୟତ୍ତ ଦିବସ ଅବସରରେକରିଛନ୍ତି, କିନ୍ତୁ ଦୀର୍ଘ ଦିନର ଦାବୀକୁ ସରକାର ନ ଶୁଣି ମଦନ ପୁର ରାମପୁରକୁ ଘୋଷଣା କରି ନ ଥିଲେ ଯାହା ଫଳରେ ଅଂଚଳ ବାସୀ ନିଜର ନ୍ୟାର୍ଯ୍ୟ ଦାବି ପାଇଁ ୪.୯.୨୦୨୫ ଦିନ ସକାଳ ଛଅ ଘଣ୍ଟା ରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଥିଲେ, ଯାହା ଫଳରେ ଯାତାୟାତ ଠପ ହୋଇ ଥିଲା। ବନ୍ଦକୁ ମଦନ ପୁର ରାମପୁର ବଣିକ ସଂଘ, ଜାଗରଣ ମଞ୍ଚ ତଥା ଅଂଚଳବାସୀ ସମର୍ଥନ ଜଣାଇଥିଲେ। ବନ୍ଦ ଡ଼ାକରା ଯୋଗୁଁ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ଓ ବାଣିଜ୍ୟ ପ୍ରତିଷ୍ଠାନ ପ୍ରମୁଖ ବନ୍ଦ  ରହିଥିଲା। ବନ୍ଦ ଡାକରାରେ ଶ୍ରୀପୁଷ୍ପେନ୍ଦ୍ର ସିଂ ଦେଓ ସଭାପତି ଜିଲ୍ଲା ପରିଷଦ କଳାହାଣ୍ଡି, ହୀରେନ୍ଦ୍ର ସିଂ ଦେଓ, ନୀଳ ମାଧବ ସିଂ ଦେଓ, ଗୋବିନ୍ଦ ଶତପଥୀ, ଶ୍ରୀକାନ୍ତ ହୋତା, ପଦ୍ମ ଲୋଚନ ମିଶ୍ର, ସତ୍ୟ ସାହୁ, କୀର୍ତ୍ତନ ସାହୁ, ବଣିକ ସଂଘ ସଭାପତି ପ୍ରଶାନ୍ତ ସାମନ୍ତରାଏ ଓ ଜାଗରଣ ମଞ୍ଚ ସଭାପତି ଚମରା ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି ଯଥା ଶୀଘ୍ର ମଦନ ପୁର ରାମପୁରକୁ ରାଜସ୍ୱ ଉପଖଣ୍ଡ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦାବୀ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ  ଙ୍କ ରିପୋର୍ଟ୍ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User