ଆତ୍ମା ଚେୟାରମ୍ୟାନ ଭାବେ ଚିତ୍ର ପ୍ରସାଦ ତିୱାରୀ ମନୋନୀତ ।

ଝରିଗାଁ,୧୭l୪( ଷ୍ଟାର ନିୟୁଜ ଓଡ଼ିଶା) : ଆଜି ଝରିଗାଁ ସ୍ଥିତ ଆତ୍ମା କାର୍ଯ୍ୟାଳୟ ଠାରେ ଆତ୍ମା ଚେୟାରମ୍ୟାନ ଚୟନ କରାଯାଇଛି । କାର୍ଯ୍ୟାଳୟର 22ଜଣ ସଦସ୍ୟଙ୍କ ଉପସ୍ଥିତିରେ ବିଜେପିର ଜଣେ ଟାଣୁଆ ନେତା ତଥା ସକ୍ରିୟ ସଦସ୍ୟ ଚିତ୍ର ପ୍ରସାଦ ତିୱାରୀଙ୍କୁ ଆତ୍ମା ଚେୟାରମ୍ୟାନ ଭାବେ ମନୋନୀତ କରାଯାଇଛି । ଶ୍ରୀ ତିୱାରୀ ଆତ୍ମା ଚେୟାରମ୍ୟାନ ମନୋନୀତ ହେବା ପରେ ଆତ୍ମା କାର୍ଯ୍ୟାଳୟର ସମସ୍ତ ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣେଇବା ସହ ଆଗାମୀ ଦିନରେ ଚାଷୀ ସମସ୍ୟାର ସୁଧାର ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି । ଆତ୍ମା କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ମଧ୍ୟରେ ଭିଏଏସ ସାରଦା ପ୍ରସାଦ ନାୟକ, ଏ ଏଚ ଓ ଜୀନ ଲିଙ୍କନ ମେହେର, ଏଏଇ ଜଗଦିଶ ଗଡ଼ବା, ଏଏଫଓ ଉତ୍ତମ ଗଣ୍ଡଙ୍କ ସମେତ ଆତ୍ମାର ସମସ୍ତ ସଦସ୍ୟ ଓ କୃଷି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଝରିଗାଁ ନିର୍ବାଚନ ମଣ୍ଡଳୀର କର୍ସାହାଣ୍ଡି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସକ୍ରିୟ ସଦସ୍ୟ କର୍ମୀ ସମ୍ମିଳନୀରେ ବିଧାୟକ ନରସିଂହ ଭତରା, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ, ପୂର୍ବତନ ଜିଲ୍ଲା ସଭାପତି ରମେଶ ସାହୁ, ପ୍ରଫୁଲ୍ଲ ପ୍ରଧାନ, ଗଣପତି ସାହୁ, ପଞ୍ଚାନନ ବାବାଲି ପ୍ରମୁଖ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣେଇଥିଲେ ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?






