ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ।

Apr 18, 2025 - 19:14
0 121
ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ।

ଫିରିଙ୍ଗିଆ,୧୮l୪ କନ୍ଧମାଳ  ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଶୁଣ୍ଢିଗାଁ ଠାରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ଉନ୍ନତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ମହାକୁଡ଼ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଏସିଆ କହଁର ଯୋଗଦେଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟ ମୋ ସ୍କୁଲ ସଭାପତି ଶ୍ରୀଯୁକ୍ତ ବାମି କହଁର, ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର କହଁର, ଯୋଗଦେଇ ଥିଲେ । ବିଦ୍ୟାଳୟ ସ୍ତରୀୟ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ରେ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ, ଅତିଥି ମାନେ ଆମ ସଂସ୍କୃତି ଆମ ପରମ୍ପରା , ପର୍ବପର୍ବାଣୀ ର ଗୁରୁତ୍ଵ ଆରୋପ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାଚୀର ପତ୍ର, ଖେଳନା, ବାଦ୍ୟଯନ୍ତ୍ର,ର ପ୍ରଦର୍ଶନ କରାଯାଇଥିଲା । ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରଥମରୁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କୁ ପ୍ରଥମ ଦିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଛାତ୍ରୀ ସସ୍କିତା କହଁର ଙ୍କୁ ୨୦୨୩/୨୫ ର ଶିକ୍ଷା ବର୍ଷ ଶ୍ରେଷ୍ଠ ବିଦ୍ୟା ର୍ଥୀ ପୁରସ୍କାର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଶିକ୍ଷୟତ୍ରୀ ବିଜୟୀ ଲକ୍ଷ୍ମୀ ମାଝୀ, ଏମ୍ ତେଜସିନି, ଶିକ୍ଷୟତ୍ରୀ ପଦ୍ମାବତୀ କହଁର,ସୁନିତା ସାହୁ, ଅମ୍ବିକା କହଁର, ଶିକ୍ଷକ ବିରେନ୍ଦ୍ର କହଁର, ପିଣ୍ଟୁ ମଲିକ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ଆରତ କର୍ଣ୍ଣ ଉପସ୍ଥିତ ଥିବା ଅତିଥି ମାନଙ୍କୁ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍: ଫିରିଙ୍ଗିଆ ବ୍ଲକ ରୁ ମୋନଜ ସାହୁ 

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User