ଆହତ ଅଜଗର ସାପ କୁ ଉଦ୍ଧାର କଲେ ବନ ବିଭାଗ ସ୍ନେକ ହେଲ୍ପ ଲାଇନ କର୍ମଚାରୀ ।

Oct 03, 2025 - 17:10
0 28
ଆହତ ଅଜଗର ସାପ କୁ ଉଦ୍ଧାର କଲେ ବନ ବିଭାଗ ସ୍ନେକ ହେଲ୍ପ ଲାଇନ କର୍ମଚାରୀ ।

କଳାହାଣ୍ଡି ଜିଲ୍ଲା ତା. ୩/୧୦(ଷ୍ଟାର ନିୟୁଜ ଓଡିଶା )କୋକସରା ବ୍ଲକ ବନ ବିଭାଗ ଅଧୀନରେ ଥିବା ଫୁପଗାଁ ପଞ୍ଚାୟତ ମଧୁପୁର ଗ୍ରାମର ଏକ ଚାଷ ଜମି ନିକଟରେ ଆଜି ଏକ ବିରାଟକାୟ ୧୦ ଫୁଟ ଲମ୍ବର ଅଜଗର ସାପ କୁ ବୁଲା କୁକୁର ପଲ ଆକ୍ରମଣ ଓ କାମୁଡି ଆହତ କରିଥିଲେ।କିଛି ସ୍ଥାନୀୟ ଲୋକ ଦେଖି ଧର୍ମଗଡ଼ ବନାଞ୍ଚଳ ର ସ୍ନେକ ହେଲ୍ପ ଲାଇନ କୁ ଖବର ଦେବା ପରେ ଉଦ୍ଧାର କାରୀ ଦଳ ର ସଦସ୍ୟ ସ୍ୱାଧୀନ ଦଣ୍ଡସେନା,ନିରଂଜନ ଶବର,ସଦନ ନାଏକ, କାହ୍ନ ସୁନାନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଭାବେ ଆହତ ଥିବା ଅଜଗର ସାପ କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ପ୍ରାଣୀ ଚିକତ୍ସାଲୟ କୁ ଆଣି ଚିକିତ୍ସା କରିଛନ୍ତି।
ପ୍ରାଣୀ ଚିକିତ୍ସାକ ଡ଼ା. ସ୍ମୁତି ରାଜନ ଦାଶ ଓ ପ୍ରାଣୀ ଚିକିତ୍ସା ନିରୀକ୍ଷକ ଦେବିସିଂ ତାଣ୍ଡି ଅଜଗର ସାପ କୁ ପ୍ରାଥମିକ ଚିକିତ୍ସା କରିଥିଲେ। ବର୍ତ୍ତମାନ ମଧ୍ୟ ଅଜଗର ର ଅବସ୍ଥା ଜଟିଳ ଥିବା ଜଣାପଡିଛି। ଅଜଗର ସାପ କୁ ସୁସ୍ଥ ହେବା ପର୍ଯ୍ୟନ୍ତ ବନ ବିଭାଗ ନିଜ ନିକଟରେ ରଖି ସାପ ସୁସ୍ଥ ହେବାପରେ ଜଙ୍ଗଲ ରେ ଛଡ଼ାଯିବ ବୋଲି ଜଙ୍ଗଲ ବିଭାଗ କର୍ମଚାରୀ ମାନେ ସୂଚନା ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User