ଲଗାଣ ବର୍ଷାରେ ଯୋଗୁଁ ଦୁଇଟି ଘାଟିରେ ଭୁସ୍କଲନ ହୋଇ ମାଟି ଅତଡା ଖସି ରହିଛି। ଯାତାୟାତ ଠପ୍।

Oct 03, 2025 - 20:53
0 11
ଲଗାଣ ବର୍ଷାରେ ଯୋଗୁଁ ଦୁଇଟି ଘାଟିରେ ଭୁସ୍କଲନ ହୋଇ ମାଟି ଅତଡା ଖସି ରହିଛି। ଯାତାୟାତ ଠପ୍।

କଳାହାଣ୍ଡି ଜିଲ୍ଲା  ତା. ୩/୧୦(ଷ୍ଟାର ନିୟୁଜ ଓଡିଶା )ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଦୁଇ ଘାଟି ରାସ୍ତା ରେ ଭୂସ୍କଲନ । ଯାତାୟାତ ଠପ୍ ରହିଛି। ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ମହୁଲପଟଣା ଘାଟି ରାସ୍ତା ଶୋଚନୀୟ ହୋଇପଡିଥିବା ବେଳେ , ମାଟିଅତଡା ଖସିଯିବା ଫଳରେ ଯାତାୟାତ ରେ ହନ୍ତସନ୍ତ ହେଉଛନ୍ତି ଲୋକେ।ରାସ୍ତା ଉପରେ ପାଣି ଚଳିବା ସହ କୁତ୍ରିମ ପୋଖରୀ ସୃଷ୍ଟି କରିଛି।ବର୍ତ୍ତମାନ ମଧ୍ୟ ବର୍ଷା ଲାଗି ରହିଥିବା ବେଳେ ଯାତାୟାତ ବିପଦଜନକ ରହିଛି। ସେହିଭଳି ମଦନପୁର ରାମପୁର ବ୍ଲକ ଦେଢସୁଲି ଗ୍ରାମପଞ୍ଚାୟତ ର କାଉକୁପା ଠାରୁ ଜାମ୍ବୁଲି ଓ ମୋହନଗିରି କୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା ଲାପଟବାଲି ଘାଟି ନିକଟରେ ଗତକାଲି ରାତି ମାଟି ଅତଡ଼ା ଖସିଯିବା ଫଳରେ ଯାତାୟତ ରେ ବାଧା ସୃଷ୍ଟି ହେଉଛି l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିଉଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User